ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପାର୍ବଣରେ ସାବଧାନ ! ମାତିଲେଣି ମହିଳା ଲୁଟେରା, ହାତ ସଫେଇ ଆରମ୍ଭ କଲେଣି ‘ପେଟିକୋଟ୍‌’ ଗ୍ୟାଙ୍ଗ୍‌

ଭୁବନେଶ୍ୱର, ୨୫।୯: ଆଉ ଦିନ କେଇଟା ପରେ ଦଶହରା । ରାଜଧାନୀବାସୀ ଲୁଗାପଟାଠାରୁ ଆରମ୍ଭ କରି ସୁନାଗହଣା ଆଦି କିଣିବା ପାଇଁ ବିଭିନ୍ନ ମାର୍କେଟ, ମଲ ଓ ଜୁଏଲାରୀ ଦୋକାନରେ ଭିଡ଼ ଜମାଇଲେଣି । ତେବେ ଏହାର ଫାଇଦା ନେବା ପାଇଁ ରାଜଧାନୀରେ ଡେରା ପକାଇଲେଣି ରାଜ୍ୟ ବାହାର ମହିଳା ଲୁଟେରା ଗ୍ୟାଙ୍ଗ୍‌ । ବିଶେଷକରି ‘ପେଟିକୋଟ୍‌’ ଗ୍ୟାଙ୍ଗ୍‌ ଆସି ବିଭିନ୍ନ ବସ୍ତି, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ୍‌ ଓ ରାଜପଥ କଡ଼ ଫ୍ଲାଏ ଓଭର ତଳେ ଡେରା ପକାଇବା ସହ ହାତ ସଫେଇ ଆରମ୍ଭ କରିଦେଲେଣି । ସୋମବାର ପେଟିକୋଟ ଗ୍ୟାଙ୍ଗ୍‌ ରାଜଧାନୀର ଏକ ମଲ୍‌ରୁ କିଛି କସ୍‌ମେଟିକ୍‌ ସାମଗ୍ରୀ ଲୁଟିଥିବା ଜଣାପଡ଼ିଛି । ଅଭିଯୋଗ ପାଇ କମିଶନରେଟ୍‌ ପୁଲିସ ଏହି ଗ୍ୟାଙ୍ଗକୁ ଧରିବାକୁ ତନାଘନା ଆରମ୍ଭ କରିଦେଇଛି । ତେଣୁ ଏହି ଲେଡି ଲୁଟେରାଙ୍କ ପ୍ରତି ସାବଧାନ ନ ରହିଲେ, କେତେବେଳେ ଲୁଟ୍‌ର ଶିକାର ହେବେ କହି ହେଉନାହିଁ । 

କମିଶନରେଟ୍‌ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପାର୍ବଣ ସମୟରେ ବିଶେଷକରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରୁ ଲେଡି ଲୁଟେରାମାନେ ଦଳ ଦଳ ହୋଇ ଓଡ଼ିଶାକୁ ଆସିଥାନ୍ତି । ସେମାନେ ରାଜଧାନୀ ସମେତ କଟକ ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ପାଖ ଅଞ୍ଚଳ ଓ ଜାତୀୟ ରାଜପଥର ଓଭରବ୍ରିଜ ତଳମାନଙ୍କରେ ବଞ୍ଜାରାଙ୍କ ପରି ଡ଼େରା ପକାଇଥାନ୍ତି । ସେହିପରି ଅନ୍ୟ କେତେକ ଲେଡି ଲୁଟେରା ଷ୍ଟେସନ ନିକଟରେ କମ୍‌ ମୂଲ୍ୟରେ ମିଳୁଥିବା ଛୋଟ ହୋଟେଲ୍‌, ବିଭିନ୍ନ ବସ୍ତିରେ ଘର ଭଡ଼ା ନେଇ ମଧ୍ୟ ରହିଥାନ୍ତି । 

ସବୁଠାରୁ ବଡ଼କଥା ହେଉଛି, ବସ୍ତିମାନଙ୍କରେ ବିଭିନ୍ନ ଲୋକେ ପାର୍ବଣ ସମୟରେ ଘର ଖାଲି କରି ରଖିଥାନ୍ତି । କିଛିଦିନ ପାଇଁ ସେମାନେ ଏହି ଲେଡି ଲୁଟେରାଙ୍କ ଠାରୁ ଚଢ଼ା ଦରରେ ଘରଭଡ଼ା ଆଦାୟ କରନ୍ତି । ସୁରକ୍ଷିତ ଥିବାରୁ ଲେଡି ଲୁଟେରାମାନେ ଅଧିକ ଟଙ୍କା ପଡ଼ୁ ପଛେ ସହଜରେ ଏପରି ଘର ମିଳୁଥିବାରୁ ସେମାନେ ବେଶିମାତ୍ରାରେ ବସ୍ତିରେ ରହିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ସାଲିଆସାହିର ବିଭିନ୍ନ ବସ୍ତି, ପଟିଆ ଷ୍ଟେସନ ନିକଟ ବସ୍ତି, ୟୁନିଟ୍‌-୩ ଓ ୟୁନିଟ୍‌-୪ ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି, ପୁରୁଣା ଷ୍ଟେସନ ବଜାର ନିକଟ ବସ୍ତି, କଦଳୀ ଗୋଦାମ ଓ ଗୌତମନଗର ବସ୍ତି, ବାପୁଜୀନଗର କେଦାରପଲ୍ଲୀ ଅଞ୍ଚଳରେ ଏମାନଙ୍କୁ ସହଜରେ ଘର ଭଡ଼ା ମିଳି ଯାଇଥାଏ । ଏମାନେ ପାର୍ବଣ ଋତୁରେ ଲୁଟ୍‌ପାଟ କରିଥାନ୍ତି । ପାର୍ବଣ ଋତୁ ସରିବାପରେ ପୁଣି ନିଜ ରାଜ୍ୟକୁ ଫେରି ଯାଆନ୍ତି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.