ମାନିଲା,୩।୧୨: ଧାର୍ମିକ ସମାବେଶ ସମୟରେ ହିଂସାକାଣ୍ଡ। ରବିବାର ଦକ୍ଷିଣାଞ୍ଚଳ ଫିଲିପାଇନ୍ସ୍ସ୍ଥିତ ମିଣ୍ଡାନାଓ ଷ୍ଟେଟ୍ ୟୁନିଭର୍ସିଟିରେ ବିସ୍ଫୋରଣ। ୟୁନିଭର୍ସିଟିରେ ‘ଜିମ୍ନାସିୟମ୍’ରେ କ୍ୟାଥୋଲିକ୍ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା ସଭାରେ ଏକାଠି ହୋଇଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୯ଜଣ ଆହତ ହୋଇଛନ୍ତି।
ମିଣ୍ଡାନାଓ ଷ୍ଟେଟ୍ ‘ଫେସ୍ବୁକ୍’ରେ ପୋଷ୍ଟ୍ କରି ଲେଖିଛି ବିବୃତିରେ ଏଭଳି ନିର୍ମମ ଓ ଭୟାବହ କାଣ୍ଡକୁ ଆମେ ଦୃଢ଼ ନିନ୍ଦା କରୁଛୁ। ମାରାୱି ସହରରେ ଥିବା ଏହି ୟୁନିଭର୍ସିଟି ୨୦୧୭ରେ ‘ଇସ୍ଲାମିକ୍ ଷ୍ଟେଟ୍’ ଆତଙ୍କବାଦୀ ସମର୍ଥକମାନଙ୍କଦ୍ବାରା ଅଧିକୃତ କ୍ଲାସ୍ ପରବର୍ତ୍ତୀ ନୋଟିସ୍ ଜାରି ହେବ ପର୍ଯ୍ୟନ୍ତ ବାତିଲ୍ କରି ଦିଆଯାଇଛି। ସ୍ଥାନୀୟ ଥାନାରୁ ତଥ୍ୟ ସଂଗ୍ରହ କରି ‘ଫେସ୍ବୁକ୍’ ପେଜ୍ରେ ‘ସିଏନ୍ଏନ୍ ଫିଲିପ୍ପିନ୍ସ୍’ କହିଛି, ୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଓ ୯ଜଣ ଆହତ ହୋଇଥିବା ଖବର ମିଳିଛି।