ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସୁପ୍ରିମକୋର୍ଟ ପହଞ୍ଚିଲା ହାଥ୍‌ରସ୍‌ ମାମଲା; ସେପଟେ ଫେରାର୍‌ କଥାକଥିତ ବାବା, ଆୟୋଜକଙ୍କ ଫୋନ୍‌ ଲାଗୁନି

Image source: India Tv

ନୁଆଦିଲ୍ଲୀ,୦୩/୦୭: ଉତ୍ତରପ୍ରଦେଶର ହାଥ୍‌ରସରେ ସତ୍‌ସଙ୍ଗ ସମୟରେ ହୋଇଥିବା ଦଳଚକଟାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଷୟରେ ସିଏମ୍ ଯୋଗୀ ଆଦିତ୍ୟନାଥ ଆଲୋଚନା କରିଥିବାବେଳେ ସତ୍‌ସଙ୍ଗ ପରିଚାଳନା କରିଥିବା ଆତ୍ମଘୋଷିତ ଭୋଲେ ବାବା ଓରଫ୍‌ ନାରାୟଣ ସାକାର ହରି ନିଖୋଜ ଅଛନ୍ତି। ଏହାରି ଭିତରେ ହାଥରସ ଦଳାଚକଟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। 

ହାଥରସରେ ହୋଇଥିବା ଦଳାଚକଟେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହି ଆବେଦନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ ୫ ଜଣିଆ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଛି। ଏହି ସମଗ୍ର ଘଟଣା ଉପରେ ୟୁପି ସରକାରଙ୍କ ଠାରୁ ଏକ ଷ୍ଟାଟସ୍ ରିପୋର୍ଟ ଦାବି କରାଯାଇଛି। ଏହି ଘଟଣାରେ ଦାୟୀ ଲୋକ ଏବଂ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଆବେଦନ କରାଯାଇଛି। ସୂଚନାଥାଉକି, ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି।

ହାଥରସରେ ହୋଇଥିବା ଭିଡ଼ ଓ ଦଳାଚକଟା ଭିତରେ ଶହ ଶହ ଲୋକଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟକୁ ମଧ୍ୟ ଏକ ଚିଠି ପଠାଯାଇଛି। ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି। ଆଡଭୋକେଟ୍ ଗୌରବ ଦ୍ୱିବେଦୀ ପ୍ରଧାନ ବିଚାରପତିଙ୍କ ନିକଟକୁ ଏହି ଚିଠି ପଠାଇଛନ୍ତି। ତମାମ ଆବେଦନ ଗୁଡ଼ିକ ଭିତରେ ସେପଟେ ଏ ସତସଙ୍ଗର ଆୟୋଜନ କରିଥିବା କୌଣସି ଆୟୋଜକଙ୍କର ଫୋନ୍‌ ଲାଗୁନଥିବା ବେଳେ ଅନ୍ୟପକ୍ଷରେ ଆତ୍ମଘୋଷିତ ଭୋଳା ବାବା ମଧ୍ୟ ଫେରାର ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହସ୍ପିଟାଲ ଯାଇ ପିଡ଼ିତ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ବୁଝିଛନ୍ତି ଓ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.