ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଷଷ୍ଠ ଶ୍ରେଣୀ ଛାତ୍ରର ବ୍ୟାଗରୁ ମିଳିଲା ପିସ୍ତଲ, ସ୍କୁଲରେ ଖେଳିଗଲା ଭୟର ବାତାବରଣ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ପିସ୍ତଲ ମିଳିଛି । କୁହାଯାଉଛି ଯେ ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ଛାତ୍ର ଜଣକ ପିସ୍ତଲକୁ ଖେଳନା ଭାବି ଏହାକୁ ନିଜ ବ୍ୟାଗରେ ରଖି ସ୍କୁଲ ନେଇ ଯାଇଥିଲେ । ତେବେ ଏହା ପରେ ଅନୁସନ୍ଧାନ କରାଯିବା ପରେ ଜଣାପଡିଥିଲା ଯେ ପିସ୍ତଲରେ କୌଣସି ମୈଗଜିନ ନାହିଁ ଏବଂ ଏହା ଖାଲି ଅଛି । ଘଟଣା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍କୁଲରେ ଛାତ୍ରଙ୍କ ବ୍ୟାଗରୁ ପିସ୍ତଲ ବଜତ କରାଯିବା ପରେ ଛାତ୍ରଙ୍କ ମାଆଙ୍କୁ ଡକାଯାଇ ପଚରାଉଚରା କରାଯାଇଥିଲା।

ସୂଚନା ଅନୁଯାୟୀ, ଏହି ସମଗ୍ର ମାମଲା ଦିଲ୍ଲୀର ନଜାଫଗଡ ଅଞ୍ଚଳରୁ ଆସିଛି, ଏଠାରେ ଜଣେ ୧୦ ବର୍ଷର ଛାତ୍ରର ସ୍କୁଲ ବ୍ୟାଗରୁ ମାଗାଜିନ ବିନା ଏକ ପିସ୍ତଲ ଜବତ କରାଯାଇଛି । ପୋଲିସ କହିଛି ଯେ ପିଲାଟି ଏହାକୁ ଖେଳନା ବୋଲି ଭାବି ଏହାକୁ ସାଙ୍ଗରେ ସ୍କୁଲକୁ ନେଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ଶନିବାର ଦିନ ଦୀପକ ବିହାର ଅଂଚଳରେ ଥିବା ଏକ ଘରୋଇ ସ୍କୁଲରେ ଘଟିଥିଲା, ଯାହା ପରେ ନାଜଫଗଡ ପୋଲିସ ଷ୍ଟେସନକୁ ଏକ କଲ ଆସିଥିଲା । ପୋଲିସ ଟିମ୍ ସ୍କୁଲରେ ପହଞ୍ଚି ଏହାକୁ ଜବତ କରିଥିଲା । ଏହି ପିସ୍ତଲର ଲାଇସେନ୍ସ  ଛାତ୍ରଙ୍କ ବାପାଙ୍କ ନାମରେ ରହିଛି । 

ଏହା ପରେ ସ୍କୁଲ ମ୍ୟାନେଜମେଣ୍ଟ ଛାତ୍ରଙ୍କ ମାଙ୍କୁ ମଧ୍ୟ ଡାକିଲା । ଛାତ୍ରଙ୍କ ମା କହିଛନ୍ତି ଯେ ଏହା ତାଙ୍କ ସ୍ୱାମୀଙ୍କର ଲାଇସେନ୍ସପ୍ରାପ୍ତ ପିସ୍ତଲ । ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର କିଛି ମାସ ପୂର୍ବରୁ ମୃତ୍ୟୁ ହୋଇଛି ଏବଂ ସେ ପୋଲିସ ଷ୍ଟେସନରେ ଜମା କରିବାକୁ ପିସ୍ତଲକୁ ବାହାରେ ରଖିଥିଲେ । ଅଧିକାରୀ କହିଛନ୍ତି ଯେ ବାଳକ ପୋଲିସ ଦଳକୁ କହିଛି ଯେ ସେ ଏହାକୁ ଖେଳଣା ବୋଲି ଭାବିଛି। ବର୍ତ୍ତମାନ ପୋଲିସ ପିସ୍ତଲର ଲାଇସେନ୍ସ ଯାଞ୍ଚ କରିଛି ଯେଉଁଥିରେ ଏହା ବୈଧ ବୋଲି ଜଣାପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.