ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଶମ ଶିକ୍ଷାର୍ଥୀଙ୍କୁ ନାମଲେଖା ପାଇଁ କରାଯିବ ସଚେତନ, ଦିଆଯିବ ଯୁକ୍ତ ୨ ନାମଲେଖା ବୁକ୍‌ଲେଟ୍‌

ଭୁବନେଶ୍ୱର,୧୭/୦୫: ଆଗକୁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ନାମଲେଖା ଆରମ୍ଭ  ହେବ । ଦଶମ ପାସ୍‌ କରିବାକୁ ଥିବା ପିଲାମାନେ ରେଜଲ୍ଟ ପ୍ରକାଶ ପରେ ଆବେଦନ ଆରମ୍ଭ  କରିବେ । ନାମଲେଖା ପ୍ରକ୍ରିୟା ପ୍ରତିବର୍ଷ ଭଳି ସାମ୍‌ସ ପୋର୍ଟାଲ୍‌ ମାଧ୍ୟମରେ ହେବ । ତେବେ ଆବେଦନ କରିବା ସମୟରେ ଶିକ୍ଷାର୍ଥୀମାନେ କିପରି  ଆବେଦନ କରିବେ ସେଥିଲାଗି ସଚେତନ କରିଛି  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଆବେଦନ  ସମୟରେ କଣ କରିବା ଉଚିତ୍‌ ଓ ଅନୁଚିତ  ତାକୁ ନେଇ ସଚେତନ କରିଛି । ଏନେଇ ସମସ୍ତ  ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏକ ବୁକ୍‌ଲେଟ୍‌ ପ୍ରଦାନ  କରାଯାଇଛି । ଏହି ବୁକ୍‌ଲେଟ୍‌କୁ ପ୍ରଧାନଶିକ୍ଷକମାନେ  ନିଜର ନୋଟିସ୍‌ ବୋର୍ଡରେ ପ୍ରଦର୍ଶିତ କରିବେ ।  ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉଚ୍ଚମାଧ୍ୟମିକ  ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି । 

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ  ପାଇବା ପରେ ଉତ୍ତୀର୍ଣ୍ଣ ପିଲାମାନେ ଯୁକ୍ତ ୨ ପାଇଁ  ଆବେଦନ କରିବେ । ଏଥିପାଇଁ ସାମ୍‌ସ ପୋର୍ଟାଲ୍‌ରେ  ନାମଲେଖା ପ୍ରକ୍ରିୟା କରାଯିବ । ଅନେକ ସମୟରେ  ପିଲାମାନେ ଏଥିରେ ଭୁଲ କରିଥାନ୍ତି । ପୋର୍ଟାଲରେ  ଆବେଦନ ବେଳେ ଭୁଲ ନକରିବା ଦାୟିତ୍ୱ ସ୍କୁଲର  ପ୍ରଧାନଶିକ୍ଷକ ନେବେ । ନିର୍ଦ୍ଦେଶାଳୟ ପକ୍ଷରୁ  ଦିଆଯାଇଥିବା ବୁକ୍‌ଲେଟ୍‌ରେ ସମସ୍ତ ପରାମର୍ଶ ରହିଛି । ଏହି ବୁକ୍‌ଲେଟ୍‌ ନୋଟିସ୍‌ ବୋର୍ଡରେ  ଲଗାଯିବ । ଏଥିସହ ସାର୍ଟିଫିକେଟ୍‌ ନେବାକୁ ଆସିବା  ଦିନ ସମସ୍ତ ପିଲାଙ୍କୁ ଏହି ବୁକ୍‌ଲେଟ୍‌କୁ ମଧ୍ୟ ବଣ୍ଟନ  କରାଯିବ । ଏହି ବୁକ୍‌ଲେଟ୍‌ରେ ଦଶମ ଶ୍ରେଣୀ ପାସ୍‌  ପ୍ରମାଣପତ୍ର, ମାର୍କ ସିଟ୍‌, ସ୍କୁଲ ପ୍ରସ୍ଥାନ ପ୍ରମାଣପତ୍ର  କାହାକୁ ହସ୍ତାନ୍ତର ନକରିବାକୁ ପରାମର୍ଶ ଦିଆଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.