ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଟଙ୍କା ଦିଅ, ପ୍ଲସ ଟୁ ମାର୍କ ବଢ଼େଇ ଦେବି; ଆସୁଛି କଲ୍‌, ମାର୍କ ବୃଦ୍ଧି ପାଇଁ ମାଗୁଛନ୍ତି ୧୦ ହଜାର ଟଙ୍କା...

Published By : Prameya | June 14, 2024 2:29 PM

ଭୁବନେଶ୍ୱର, ୧୪/୦୬: ଆଜ୍ଞା ନମସ୍କାର ।  ମୁଁ ସମ୍ବଲପୁର ସିଏଚ୍‌ଏସ୍‌ଇ ବ୍ରାଞ୍ଚରୁ କହୁଥିଲି ।  ଆପଣଙ୍କ ପିଲାର ଯୁକ୍ତ ୨ରେ କମ୍‌ ମାର୍କ ଅଛି।  ମାର୍କ ବଢ଼େଇବେ କି? ଆପଣଙ୍କ ପିଲାର ଖାତା ଆମ ପାଖରେ ଅଛି । ରି ଚେକିଂରେ ମାର୍କ ବଢ଼େଇ ଦେବି । ମାତ୍ର ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେବ । ଭରସା ରଖନ୍ତୁ ନିଶ୍ଚିତ ଭାବେ ଶତ ପ୍ରତିଶତ କାମ କରେଇ ଦେବି । ଦୟାକରି ଏ କଥାକୁ ସିକ୍ରେଟ୍‌ ରଖିବେ । ନହେଲେ ମୋ ଚାକିରି ଚାଲିଯିବ । ଦିନ ୧୨ଟା ୯୪୩୭୬୯୮୩୫୧ ଫୋନ୍‌ ନମ୍ବରରୁ ଫୋନ୍‌ କରି ଜଣେ ବ୍ୟକ୍ତି ଯୁକ୍ତ ୨ ପରୀକ୍ଷା ଦେଇଥିବା ଜଣେ ଛାତ୍ରର ଅଭିଭାବକଙ୍କୁ ମାର୍କ ବଢ଼େଇବା  ପାଇଁ ଏପରି ପ୍ରତିଶ୍ରୁତି ଦେଉଛନ୍ତି । ଉକ୍ତ ବ୍ୟକ୍ତି  ଏମିତି କେବଳ ଗୋଟିଏ ପିଲା ନୁହେଁ ଅନେକ ପିଲାଙ୍କୁ ଫୋନ୍‌ କରି ଟଙ୍କା ମାଗୁଛନ୍ତି । ତେବେ ଉକ୍ତ ବ୍ୟକ୍ତି ଜଣକ ସିଏଚ୍‌ଏସ୍‌ଇର କୌଣସି  ଅଧିକାରୀ କି ନୁହଁନ୍ତି ତାହା ମଧ୍ୟ ଅସ୍ପଷ୍ଟ ବୋଲି ଉକ୍ତ ଅଭିଭାବକ ଜଣକ କହିଛନ୍ତି । 

ଏନେଇ  ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି, ଏ ଘଟଣା ନେଇ ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  (ସିଏଚ୍‌ଏସ୍‌ଇ)ରେ ଯୁକ୍ତ ୨ ପିଲାଙ୍କ ମାର୍କ  ବଢାଇବାକୁ ଦୁର୍ନୀତି ହେଉଥିବା ଅଭିଯୋଗ  ଆସିଛି । ଏଥିରେ ସିଏଚ୍‌ଏସ୍‌ଇର କିଛି କର୍ମଚାରୀ,  ଅଧିକାରୀ ଓ ଦଲାଲ ସାମିଲ ଥିବା କୁହାଯାଉଛି ।  ଅଭିଭାବକଙ୍କ ନିକଟକୁ ଫୋନ କରି ନିଜକୁ  ସିଏଚ୍‌ଏସ୍‌ଇ ଅଧିକାରୀ ଭାବେ ପରିଚୟ  ଦେଉଛନ୍ତି । ଯୁକ୍ତ ୨ରେ ମାର୍କ ବଢ଼େଇବା ପାଇଁ  ଟଙ୍କା ମାଗୁଛନ୍ତି । କହୁଛନ୍ତି ୮ରୁ ୧୦ ଟଙ୍କା ଲାଗିବ ।  ଏଥିପାଇଁ ବଡ଼ ବାବୁ ମଧ୍ୟ ଟଙ୍କା କିଛି ନେବେ ।  ତେବେ ଉକ୍ତ ବ୍ୟକ୍ତି ସିଏଚ୍‌ଏସ୍‌ଇର ଅଧିକାରୀ  କି ନୁହେଁ ତାହା ସ୍ପଷ୍ଟ ହୋଇନି । 

ଅଭିଯୋଗ  କରିଥିବା ଜଣେ ଛାତ୍ରଙ୍କ ଅଭିଭାବକଙ୍କ କହିବା କଥା, ଉକ୍ତ ବ୍ୟକ୍ତି ଜଣକ ନିଜ ଆଡ଼ୁ ଫୋନ୍‌  କରିଥିଲେ । ‘ଟ୍ରୁ କଲର’ ଆପ୍‌ରେ ତାଙ୍କ ନାମ  ସତ୍ୟରଞ୍ଜନ ସେଠୀ ବୋଲି ଦର୍ଶାଉଛି । ତେବେ  ସେ ସିଏଚ୍‌ଏସ୍‌ଇର ଅଧିକାରୀ କି ନୁହେଁ, ତାହା  ଆମେ ଜାଣିନୁ ବୋଲି ସେ କହିଛନ୍ତି । ଦିନକ ପରେ ଛାତ୍ରଙ୍କ ଅଭିଭାବକ ପୁଣି  ତାଙ୍କୁ ଫୋନ୍‌ କଲେ । ସତ କି ମିଛ ଜାଣିବାକୁ ।  ମାତ୍ର ଉକ୍ତ ବ୍ୟକ୍ତି ଜଣକ ବିରକ୍ତ ହୋଇ କହିଲେ,  ‘ଆପଣ କରିବେ ଯଦି କରନ୍ତୁ ନହେଲେ ନାହିଁ ।  ଏକ୍ସ ରେଗୁଲାର ପରୀକ୍ଷା ଦେଇ ପାସ୍‌ କରାନ୍ତୁ ।  ଆପଣଙ୍କ ଗୋଟିଏ ପିଲାର ମାର୍କ ବଢ଼ାଇବାକୁ  ୧୦ ଜଣଙ୍କ ସହିତ କଥା ହେବାକୁ ପଡ଼ୁଛି । ଟଙ୍କା  ନଦେଲେ ହେବନି । ଏବେ ରି ଚେକିଂ କାମ ଚାଲିଛି ।  ତୁମ ପିଲାର ୨ଟି ବିଷୟରେ କମ୍‌ ମାର୍କ ଅଛି । ରି  ଚେକିଂରେ ପକେଇକି ମାର୍କ ବଢ଼େଇ ହେବ । କାମ  କରେଇବି ମାନେ, ପଇସା ଲାଗିବ । ଅତିକମ୍‌ରେ  ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେବ’ ।

ଅଭିଭାବକଙ୍କ ସନ୍ଦେହ ହେବାରୁ ସେ ତାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ  ପଚାରୁଛନ୍ତି । ମାର୍କ ବଢାଇବାର ଗ୍ୟାରଣ୍ଟି ମାଗୁଛନ୍ତି । ଉତ୍ତରରେ  ବ୍ୟକ୍ତି ଜଣକ କହୁଛନ୍ତି, ଦେଖନ୍ତୁ ଆଜ୍ଞା ଆପଣଙ୍କୁ ଭରସା କରିବାକୁ  ହେବ । ମୁଁ କାଉନ୍‌ସିଲ୍‌ରେ ଅଛି । ଆମର ବଡ଼ ବାବୁଙ୍କୁ ଧରିକି  କାମ କରିବାକୁ ପଡ଼ୁଛି । ଆମ ପାଖରେ ସବୁ ଲିଷ୍ଟ ଅଛି । ସେହି  ଲିଷ୍ଟରୁ ଆପଣଙ୍କ ପିଲା ନାଁ ରହିଛି । ସେଥିରୁ ଦେଖିକି ଆପଣଙ୍କୁ  ଫୋନ୍‌ କରିଛି । ନମ୍ବର ବଢାଇବାକୁ ଆଗୁଆ ଟଙ୍କା ଦେବାକୁ ପଡ଼ିବ ।  ଯାହା କରିବେ ଶୀଘ୍ର କରନ୍ତୁ ।  

ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା  କହିଛନ୍ତି, ସିଏଚ୍‌ଏସ୍‌ଇରେ ଟଙ୍କା ନେଇ ମାର୍କ ବଢ଼ାଯାଉନି ।  ପିଲାଙ୍କ ଭବିଷ୍ୟତ ସହ ଖେଳୁନୁ । ଯେଉଁ ପିଲାଙ୍କ ପାଖକୁ ଏପରି  ଫୋନ୍‌ ଆସୁଛି କିମ୍ବା କୌଣସି ବ୍ୟକ୍ତି ଏପରି କାମ କରେଇ  ଦେବାକୁ କହୁଛନ୍ତି ତାଙ୍କ ନାଁରେ ସିଏଚ୍‌ଏସ୍‌ଇରେ ଅଭିଯୋଗ କଲେ  କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ଘଟଣାରେ ତଦନ୍ତ ହୋଇ  କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ସିଏଚ୍‌ଏସ୍‌ଇର ଜଣେ ବରିଷ୍ଠ  ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି, ସିଏଚ୍‌ଏସ୍‌ଇରେ  ଏବେ ବି କିଛି ମୂଷା ରହିଛନ୍ତି । ଯେଉଁମାନେ ଏପରି କାର୍ଯ୍ୟ  କରୁଛନ୍ତି । ନିକଟରେ ଜଣେ ଅଧିକାରୀ ଏପରି କରି ଏଠାରୁ ବିଦା  ହୋଇଛନ୍ତି । ଏ ଦିଗରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

  • PrameyaOdia
  • prameya
  • OdishaNews
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.