ଭୁବନେଶ୍ୱର,୦୬/୦୯: ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ଖାଲି ପଡ଼ିଥିବା ସିଟ୍ରେ ଏହି ନାମଲେଖା କରାଯିବ । ସେପ୍ଟେମ୍ବର ୧୩ ଯାଏ ଆବେଦନ ପ୍ରକ୍ରିୟା ଚାଲିବ । ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।
୨୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୧ରୁ ୨୪ ତାରିଖ ମଧ୍ୟରେ ନାମଲେଖା ହେବ । ସେପ୍ଟେମ୍ବର ୨୬ରେ ଚୟନ ହୋଇନଥିବା ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ । ଅକ୍ଟୋବର ୩ରେ ସ୍ପଟ୍ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ । ୪ରୁ ୫ ମଧ୍ୟରେ ନାମଲେଖା ହେବ । ଆଉ ବଳକା ସିଟ୍ରେ ଲିଖିତ ଦରଖାସ୍ତ ପଞ୍ଜୀକରଣ ଅକ୍ଟୋବର ୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ହେବ । ସେହିଦିନ ଅପରାହ୍ନ ସାଢ଼େ ୪ଟାରେ ମେଧାତାଲିକା ପ୍ରକାଶ ପାଇବ । ୮ରୁ ୯ ତାରିଖ ମଧ୍ୟରେ ନାମଲେଖା ହେବ।