ନୂଆଦିଲ୍ଲୀ : ଗୋଟିଏ ପଟେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଚାଲିଥିବାବେଳେ, ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ରାଜ୍ୟର ସୁରଜପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିଜେପି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଛତିଶଗଡ ନିର୍ମାଣ କରିଛି । ଆଉ ସେଥିପାଇଁ ଆଜି ପୂରା ଛତିଶଗଡ କହୁଛି, 'ବିଜେପି ଏହାକୁ ନିର୍ମାଣ କରିଛି, ବିଜେପି ଏହାକୁ ସୁଦୃଢ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଛତିଶଗଡ଼ରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ବହୁତ ଉତ୍ସାହ ସହିତ ବିଶାଳ ଭୋଟ୍ ଗ୍ରହଣ ହେଉଛି । ସମସ୍ତ ଭୋଟରଙ୍କୁ ମୋର ନିବେଦନ ହେଉଛି ଯେ, କୌଣସି ଭୟ କିମ୍ବା ବିନା ଦ୍ୱିଧାରେ ଭୋଟ୍ ଦିଅନ୍ତୁ ।
#WATCH | Chhattisgarh: At a public meeting in Bishrampur, Surajpur, PM Modi says "Congress has given nothing but betrayal to all of you. Congress did not even fulfil the dreams of the youth of Chhattisgarh. They even did a scam in the name of 'Mahadev'. 'Mahadev' betting scam is… pic.twitter.com/DS9FeMASWi
— ANI (@ANI) November 7, 2023
ସାଧାରଣ ସଭାରେ ଉଦବୋଧନ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି କଂଗ୍ରେସ କ୍ଷମତାକୁ ଆସେ, ଦେଶରେ ଆତଙ୍କବାଦୀ ଏବଂ ନକ୍ସଲମାନଙ୍କ ସାହସ ବଢିଥାଏ । ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି, ସେଠାରେ ଅପରାଧ ଓ ଲୁଟ ଜାରି ରହିଛି । କଂଗ୍ରେସ ସରକାର ନକ୍ସଲ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ବିଶ୍ୱାସଘାତକତା ବ୍ୟତୀତ କଂଗ୍ରେସ ତୁମ ସମସ୍ତଙ୍କୁ କିଛି ଦେଇ ନାହିଁ। କଂଗ୍ରେସ ଛତିଶଗଡର ଯୁବକମାନଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିପାରି ନାହିଁ । ସେମାନେ ମହାଦେବଙ୍କ ନାମରେ ଏକ ଘୋଟାଲା ମଧ୍ୟ କରିଛନ୍ତି । ମହାଦେବ ବେଟିଂ ସ୍କାମକୁ ନେଇ ଆଜି ଦେଶ ତଥା ବିଦେଶରେ ଆଲୋଚନା ହେଉଛି ।