ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଙ୍ଗନାଙ୍କ ପାଇଁ ପ୍ରଚାର କଲେ ମୋଦି, କହିଲେ-‘କଂଗ୍ରେସ ବିଂଶ ଶତାବ୍ଦୀ ଆଡକୁ ଯାଉଛି’

ନୂଆଦିଲ୍ଲୀ ୨୫/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ମଣ୍ଡିରେ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଆସନରୁ ବିଜେପି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ବିପକ୍ଷରେ କଂଗ୍ରେସ ରାଜ୍ୟର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହଙ୍କୁ ଟିକଟ ଦେଇଛି । କଙ୍ଗନାଙ୍କ ସପକ୍ଷରେ ଭୋଟ ପ୍ରଚାର କରିବା ଅବସରରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । 

ସେ କହିଥିଲେ କଂଗ୍ରେସ ଯେଭଳି ଭାବେ କଙ୍ଗନାଙ୍କୁ ଅପମାନିତ କରିଥିଲା ତାହା ମଣ୍ଡି ପାଇଁ ଅପମାନ ଥିଲା । ଏହି ଅପମାନ ସମଗ୍ର ରାଜ୍ୟ ତଥା ହିମାଚଳ ପ୍ରଦେଶର ପ୍ରତ୍ୟେକ ଝିଅଙ୍କ ପାଇଁ ଥିଲା । ଆମର ଝିଅମାନେ ଚାଷ ଜମିରେ ଡ୍ରୋନ ଉଡାଉଥିବା ବେଳେ ଯୁଦ୍ଧବିମାନ ମଧ୍ୟ ଉଡାଉଛନ୍ତି । କଙ୍ଗନା କେବଳ ବିଜେପି ପ୍ରାର୍ଥୀ ନୁହନ୍ତି, ସେ ଦେଶର ପ୍ରତିଟି ଝିଅମାନଙ୍କ ଆକାଂକ୍ଷାର ପ୍ରତୀକ । କଂଗ୍ରେସ କେବେ ବି ଏକବିଂଶ ଶତାବ୍ଦୀରେ ପହଞ୍ଚି ପାରିବ ନାହିଁ । ଲୋକେ ଆଗକୁ ବଢ଼ୁଥିବା ବେଳେ କଂଗ୍ରେସ ପଛକୁ ହଟୁଛି । କଂଗ୍ରେସ ବିଂଶ ଶତାବ୍ଦୀ ଆଡକୁ ଯାଉଛି । କଂଗ୍ରେସର ରାଜ ପରିବାର ଝିଅଙ୍କ ବିରୋଧୀ ଏବଂ କଂଗ୍ରେସ ମହିଳା ବିରୋଧୀ ବୋଲି ମୋଦି କହିଥିଲେ ।




ଏହି ଅବସରରେ ମୋଦି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ୱାନ ର‌୍ୟାଙ୍କ-ୱାନ ପେନସନ ଲାଗୁ କରିବା, ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରିବା, ମହିଳା ସଂରକ୍ଷଣ ବିଲ୍‌ ଆଣିବା ଭଳି ତାଙ୍କ ସରକାରର ବିଭିନ୍ନ ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.