ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ, ୧ ନମ୍ଵର ରାଜ୍ୟ କରି ଦେଖାଇବୁ : ପ୍ରଧାନମନ୍ତ୍ରୀ ମୋଦି

ଫୁଲବାଣୀ, ୧୧।୦୫ : ଫୁଲବାଣୀ ଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ସମସ୍ତ ଲୋକସଭା ଆସନରେ ବିଜେପି ପ୍ରାର୍ଥିଙ୍କୁ ବିଜୟୀ କରିବା ସହ ବିଧାନସଭାରେ ମଧ୍ୟ ଦଳକୁ ବିଜୟୀ କରି ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ଆହ୍ଵାନ କରିଛନ୍ତି ମୋଦି। ଜୟ ଜଗନ୍ନାଥରୁ ଆରମ୍ଭ କରି ଜୟ ମା ପାଟଖଣ୍ଡା,ମା ନାରାୟଣୀ ନାରା ଦେଇଥିଲେ ପ୍ରଧାନମନ୍ତ୍ରୀ। ଓଡିଶାବାସୀ ଓ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ମୁଁ ଓଡିଶା ପାଖରେ ଋଣୀ ବୋଲି କହିଛନ୍ତି ମୋଦି। 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ୨୪ବର୍ଷ ତଳେ ଆଜିର ଦିନରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କରି ବିଶ୍ୱ ଦରବାରରେ ଭାରତର ଶକ୍ତି ଓ ସାମର୍ଥ୍ୟର ପରିଚୟ ଦେଇଥିଲେ। ଅପରପକ୍ଷେ କଂଗ୍ରେସ ସବୁବେଳେ ଦେଶବାସୀଙ୍କୁ ଡରାଇ ଆସିଛି। କଂଗ୍ରେସର ଦୁର୍ବଳତାର କାରଣରୁ ଜାମ୍ମୁ କାଶ୍ମୀରରେ ୬୦ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିଲା, ଯାହାର କଡା ଜବାବ ଦେଇଛି ବିଜେପି ସରକାର। ଓଡିଶା ପାଇଁ ଏହି ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି। ଏଥରକ କଂଗ୍ରେସକୁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ମଧ୍ୟ ମିଳିବ ନାହିଁ। 

ସେହିଭଳି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ମାମଲା ଉଠାଇ ମୋଦି କହିଥିଲେ ୪୫ ବର୍ଷ ତଳେ ଏହାର ମୂଲ୍ୟାୟନ ହୋଇଥିଲା, ଏବେ ୬ ବର୍ଷ ହେଲା ଭଣ୍ଡାରର ଚାବି ମିଳୁନାହିଁ। ଓଡ଼ିଶାର ଆତ୍ମା ଜଗନ୍ନାଥଙ୍କ ସମ୍ପତ୍ତିକୁ ଯିଏ ସମ୍ଭାଳି ପାରୁନାହିଁ, ସେ ରାଜ୍ୟକୁ କିଭଳି ସମ୍ଭାଳିବ ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ନବୀନ ବାବୁ ଏତେ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି, ଅଥଚ ଓଡ଼ିଶାବାସୀ ଦୁଃଖୀ କାହିଁକି ବୋଲି ମଧ୍ୟ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ଓଡିଶାର ଭାଷା ସଂସ୍କୃତିକୁ ସମ୍ମାନ ଦେଉଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ଵାନ ଦେଇଥିଲେ ମୋଦି। 

ମୋଦି କହିଛନ୍ତି ଯେ, ଗରିବ ପରିବାରରୁ ଆସିଥିବାରୁ ମୁଁ ଗରିବଙ୍କ ଦୁଃଖ ଜାଣିଛି ଏବଂ ସେଥିପାଇଁ ଗରିବଙ୍କ ସମସ୍ୟା ଦୂର କରିବା ପାଇଁ ଦିନରାତି ପରିଶ୍ରମ କରୁଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏସବୁ କେବଳ ବିଜେପି ସରକାର ଓ ମୋଦିଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି। ଏଥି ସହିତ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ରୋଡମ୍ୟାପ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ। 

ଜିଲ୍ଲାରେ ପର୍ଯ୍ୟଟନର ବିକାଶ, ହଳଦୀ ଚାଷର ଉନ୍ନତି, ମସଲା ପାର୍କର ସ୍ଥାପନ, ଡୋକରା କଳାର ବିକାଶ, ପଛୁଆ ଆଦିବାସୀମାନଙ୍କ ପାଇଁ ପିଏମ ଜନମନ ଯୋଜନାର ଶୁଭାରମ୍ଭ କରଯିବ ବୋଲି ଘୋଷଣା କରିଥିଲେ ମୋଦି। କଂଗ୍ରେସ ସରକାର କେବଳ କନ୍ଧମାଳ ଜିଲ୍ଲାକୁ ପଛୁଆ ଜିଲ୍ଲା ଘୋଷଣା କରିଦେଇ ଭୁଲି ଯାଇଥିଲା, କିନ୍ତୁ ବିଜେପି ସରକାର ଆକାଂକ୍ଷୀ ଯୋଜନାରେ ଜିଲାକୁ ସାମିଲ କରି ପ୍ରକୃତ ବିକାଶ କରିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ କନ୍ଧମାଳର ଗୌରବ ତଥା ଆଦିବାସୀ ବିଦୂଷୀ ଓ ସନ୍ଥ ପଦ୍ମଶ୍ରୀ ପୂର୍ଣ୍ମମାସୀ ଜାନୀ ଓ ଜଗନ୍ନାଥ ମନ୍ଦିରକୁ ଭିକ୍ଷା କରି ଏକ ଲକ୍ଷ ଟଙ୍କାର ଦାନ ଦେଇଥିବା ତୁଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଆୟୋଜିତ ଜନସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ସାତଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.