ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ମୋଦି ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା: ଗ୍ଲୋବାଲ ଲିଡର ଆପ୍ରୁଭାଲ୍ ସର୍ଭେରେ ସର୍ବାଧିକ ରେଟିଂ

ନୂଆଦିଲ୍ଲୀ,୧୬/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି । ତାଙ୍କ ଆପ୍ରୁଭାଲ ରେଟିଂ ୭୬% ରହିଛି ଯାହାକି ବିଶ୍ୱରେ ସର୍ବାଧିକ ବୋଲି ମର୍ଣ୍ଣିଂ କନ୍‌ସଲ୍ଟ ଦ୍ୱାରା ପ୍ରକାଶିତ ‘ଗ୍ଲୋବାଲ ଲିଡର ଆପ୍ରୁଭାଲ’ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । 

ରିପୋର୍ଟରେ ପ୍ରକାଶିତ ତାଲିକାର ଦ୍ୱିତୀୟରେ ଥିବା ସୁଇଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଲେନ୍‌ ବର୍ସେଟଙ୍କଠାରୁ ମୋଦିଙ୍କ ଆପ୍ରୁଭାଲ ରେଟିଂ ୧୨ ପ୍ରତିଶତ ରହିଛି । ଆଲେନଙ୍କ ଆପ୍ରୁଭାଲ ରେଟିଂ ରହିଛି ୬୪% । ଗତ କିଛି ବର୍ଷ ହେଲା ମୋଦି ଏହି ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିରହିଛନ୍ତି । ତାଲିକାର ୭ମ ସ୍ଥାନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରହିଛନ୍ତି । ତାଙ୍କ ଆପ୍ରୁଭାଲ ରେଟିଂ ୪୦% ରହିଛି ଯାହା କି ଗତ ମାର୍ଚ୍ଚଠାରୁ ସର୍ବାଧିକ । 

୨୦୨୩ ସେପ୍ଟେମ୍ବର ୬ରୁ ୧୨ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁସାରେ ମୋଦିଙ୍କ ଡିସ୍‌ଆପ୍ରୁଭାଲ ରେଟିଂ ମଧ୍ୟ ସବୁଠୁ କମ୍‌ ୧୮% ରହିଛି । ଶୀର୍ଷ ୧୦ ନେତାଙ୍କ ମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଡିସ୍‌ଆପ୍ରୁଭାଲ ରେଟିଂ ସବୁଠୁ ଅଧିକ ୫୮% ରହିଛି । ପଲିଟିକାଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ଫାର୍ମ ଦ୍ୱାରା ସଂଗୃହୀତ ତଥ୍ୟ ଅନୁସାରେ ୨୨ ବିଶ୍ୱ ନେତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍‌ ସୁକ୍‌ ୟୋଲ୍‌ ଏବଂ ଚେକ୍‌ ରିପବ୍ଲିକ୍‌ ରାଷ୍ଟ୍ରପତି ପେଟ୍ରେ ପାଭେଲଙ୍କ ଆପ୍ରୁଭାଲ ରେଟିଂ ମାତ୍ର ୨୦% ବା ସର୍ବନିମ୍ନ ରହିଛି ।

ଆପ୍ରୁଭାଲ ରେଟିଂ ତାଲିକାର ତୃତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌ ଓବ୍ରାଡର (୬୧%), ଚତୁର୍ଥରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଡା ସିଲ୍‌ଭା (୪୯%), ପଞ୍ଚମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ (୪୮%), ତାଙ୍କ ତଳକୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି (୪୨%) ରହିଛନ୍ତି । 

ସେହିଭଳି ତାଲିକାର ଅଷ୍ଟମରେ ଥିବା ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ଆପ୍ରୁଭାଲ ରେଟିଂ ୩୯% ରହିଥିଲା ବେଳେ ନବମରେ ଥିବା ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭରଦକରଙ୍କ ଆପ୍ରୁଭାଲ ରେଟିଂ ୩୮% ଏବଂ ଦଶମରେ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଆପ୍ରୁଭାଲ ରେଟିଂ ୩୭% ରହିଥିବା ଜଣାପଡ଼ିଛି ।

PrameyaOdia
Narendra Modi
BJP

Copyright © 2022 - Summa Real Media Private Limited. All Rights Reserved.