ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶପଥ ଗ୍ରହଣ ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ, ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି

ନୂଆଦିଲ୍ଲୀ, ୧୦/୦୬ : ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ବଡ଼ ନିଷ୍ପତ୍ତି। ଶପଥ ଗ୍ରହଣ କରିବାର ୧୬ ଘଣ୍ଟା ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଦସ୍ତଖତ। ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା। ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର କିଷାନ କଲ୍ୟାଣ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ। ଆଗାମୀ ସମୟରେ କୃଷକଙ୍କ ପାଇଁ ଏବଂ କୃଷି କ୍ଷେତ୍ର ପାଇଁ ଅଧିକରୁ ଅଧିକ କାର୍ଯ୍ୟ କରାଯିବ। 

ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। କାର୍ଯ୍ୟଭାର ଗ୍ରହଣ କରିବା ପରେ ଚାଷୀଙ୍କ ପାଇଁ ପ୍ରଥମ ଫାଇଲ୍ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ସୋମବାର ସନ୍ଧ୍ୟାରେ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ବୈଠକ ବସିବ। ଏହି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। କ୍ୟାବିନେଟ ବୈଠକ ପୂର୍ବରୁ ସରକାର ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କର ମନ୍ତ୍ରଣାଳୟ ଆବଣ୍ଟିତ କରିପାରନ୍ତି।  

ସୂଚନାନୁଯାୟୀ, ମୋଦିଙ୍କ ତୃତୀୟ ପାଳିରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି । ସେଥିମଧ୍ୟରେ ୩୦ କ୍ୟାବିନେଟ ମନ୍ତ୍ରୀ ସାମିଲ ଅଛନ୍ତି । ଏନଡିଏ ସରକାରରେ ୯ ସହଯୋଗୀ ଦଳର ୧୧ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିଛି । ବିଜେପି ସବୁ ଦଳକୁ ଖୁସି କରିବାକୁ ଚେଷ୍ଟା କରିଥିଲେ ବି କେତେକ ସହଯୋଗୀ ଦଳ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି । ଏନଡିଏର ୧୪ଟି ସହଯୋଗୀ ଦଳ ପାଖରେ ୫୩ଟି ଆସନ ରହିଛି । ସେଥିମଧ୍ୟରୁ ୯ ଦଳର ୧୧ ସାଂସଦ ମନ୍ତ୍ରୀ ହୋଇଥିବା ବେଳେ ଅନ୍ୟ ୫ଟି ଦଳର ନେତାଙ୍କୁ ମୋଦି କ୍ୟାବିନେଟ୍‌ରେ ସ୍ଥାନ ମିଳିନାହିଁ । 

ଏନଡିଏ ପାଖରେ ମୋଟ ୨୯୩ଟି ଆସନ ରହିଛି । ବିଜେପି ୨୪୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଡିପି ପାଖରେ ୧୬, ଜେଡିୟୁର ୧୨, ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ପାଖରେ ୭, ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ପାଖରେ ୫, ଆରଏଲଡି ପାଖରେ ୨, ଜେଡିଏସ୍‌ର ୨ ଏବଂ ଜନସେନା ପାଖରେ ୨ ଜଣ ସାଂସଦ ରହିଛନ୍ତି । ଏହା ବ୍ୟତୀତ ଅନୁପ୍ରିୟା ପଟେଲଙ୍କ ଦଳ ଆପନା ଦଳ, ଜୀତନରାମ ମାଂଝିଙ୍କ ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚା, ଅଜିତ ପାଓ୍ବାରଙ୍କ ଏନସିପି, ପ୍ରେମ ସିଂ ତମାଙ୍ଗ ଏସକେଏମ, ଆସାମ ଗଣ ପରିଷଦ ଏବଂ ୟୁପିପିଏଲ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । 

ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇନଥିବା ଦଳଗୁଡ଼ିକ ହେଉଛନ୍ତି, ଜନ ସେନା ପାର୍ଟି, ଏନସିପି, ଏସକେଏମ, ଆସାମ ଗଣ ପରିଷଦ ଏବଂ ୟୁପିପିଏଲ୍‌ । ସେପଟେ ଜେଡିୟୁକୁ ୨, ଟିଡିପିକୁ ୨, ଜେଡିଏସ୍‌କୁ ୧, ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ୧, ଏଲଜେପିକୁ ୧, ରାଷ୍ଟ୍ରୀୟ ଲୋକ ଦଳ ୧, ଆପନା ଦଳରୁ ୧, ରପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆରୁ ଜଣେ ଏବଂ ଏକନାଥ ସିନ୍ଦେଙ୍କ ଶିବସେନାରୁ ଜଣେ ସାଂସଦ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

 





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.