ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ଦେବେ ପିଏମ୍‌ ମୋଦି, ଓଡ଼ିଶାର ୯୭,୨୦୦ ମହିଳା ସାମିଲ

ନୂଆଦିଲ୍ଲୀ ୨୩/୦୮: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଦେଶର ୧୧ ଲକ୍ଷ ଲକ୍ଷପତି  ଦିଦିଙ୍କୁ ୨୫ ତାରିଖରେ ପ୍ରମାଣପତ୍ର  ଦେବେ । ଲକ୍ଷପତି ଦିଦିଙ୍କ ସହ ମୋଦି  ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା  କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ  କହିଛନ୍ତି ।  

ଏହି ଅବସରରେ ମୋଦି ୨୫ ଶହ  କୋଟିର ଟଙ୍କାର ରିଭଲଭିଂ ଫଣ୍ଡ ଜାରି  କରିବେ । ଏହି ଅର୍ଥ ମହିଳା ଏସ୍‌ଏଚ୍‌ଜି  ଗୁଡିକର ବିଭିନ୍ନ ବିକାଶ ମୂଳକ  କାର୍ଯ୍ୟରେ ବ୍ୟବହାର ହୋଇ ପାରିବ ।  ଏହା ଦ୍ୱାରା ୪.୩ ଲକ୍ଷ ସ୍ୱୟଂ ସହାୟକ  ଗୋଷ୍ଠୀର ୪୮ ଲକ୍ଷ ମହିଳା ଲାଭବାନ  ହୋଇ ପାରିବେ ।  ସେହିଭଳି ୫ ହଜାର କୋଟିର ବ୍ୟାଙ୍କ  ଋଣ ମହିଳାଙ୍କ ଲାଗି ଜାରି ହେବ । ୨.୩୫  ଲକ୍ଷ ଏସ୍‌ଏଚ୍‌ଜିର ୨୫.୮ ଲକ୍ଷ ମହିଳା  ଏହା ଦ୍ୱାରା ଉପକୃତ ହେବେ । ୩୦  ହଜାର ସ୍ଥାନରେ ଭର୍ଚୁଆଲ ମୋଡରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି  ଶ୍ରୀ ଚୌହ୍ୱାନ ସୂଚନା ଦେଇଛନ୍ତି ।  ଏଥିରେ ଓଡ଼ିଶାର ୯୭,୨୦୦ ଲକ୍ଷପତି  ଦିଦିଙ୍କୁ ପ୍ରମାଣପତ୍ର ମିଳିବ । ମହିଳାଙ୍କ  ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାର  ଏଭଳି ଯୋଜନା ଆଣିବା ସହ ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରୁଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.