ନୂଆଦିଲ୍ଲୀ: ଗୁରୁବାର (ସେପ୍ଟେମ୍ବର ୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ । ସେଠାରେ ବିଂଶତମ ଏସିୟାନ- ଭାରତ ସମ୍ମିଳନୀ ଏବଂ ୧୮ ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ବୈଦେଶିକ ମନ୍ତ୍ରଣାଳୟର ସଚିବ (ଇଷ୍ଟ) କହିଛନ୍ତି ଯେ ଜି -20 ଶିଖର ସମ୍ମିଳନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାରଣରୁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସ୍ୱଳ୍ପ ଗସ୍ତ ହେବ । ସୂଚନାଥାଉକି, ଶନିବାର (୯ ସେପ୍ଟେମ୍ବର) ଏବଂ ରବିବାର (୧୦ ସେପ୍ଟେମ୍ବର) ରେ ଭାରତର ଅଧ୍ୟକ୍ଷତାରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।
ତେବେ ଏସିୟାନ (ASEAN) ସମିତିରେ ୧୦ ଟି ସଦସ୍ୟ ଦେଶ ଅଛନ୍ତି । ଏହି ଦେଶଗୁଡ଼ିକ ହେଉଛନ୍ତି- ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଭିଏତନାମ । ଏହାର ସ୍ଥାପନା ଅଗଷ୍ଟ ୮, ୧୯୬୭ ରେ ହୋଇଥିଲା ।