ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୮ ନୁହେଁ ୯ରେ ଶପଥ ନେଇ ପାରନ୍ତି ମୋଦି, ନଡ୍ଡାଙ୍କ ଘରେ ବିଜେପି ନେତାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ଏନ୍‌ଡିଏନ୍ ସରକାର ଶପଥ ଗହଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶପଥ ଗ୍ରହଣ ତାରିଖକୁ ନେଇ ଆସିଛି ବଡ ଅପଡେଟ୍। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ୮ ଜୁନ୍‌ ସ୍ଥାନରେ ଏବେ ୯ ଜୁନ୍‌ରେ ଶପଥ ଗ୍ରହର ସମାରୋହ ହୋଇପାରେ।  ଅର୍ଥାତ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ୯ ଜୁନ୍‌ରେ ନେଇପାରନ୍ତି। କୁହାଯାଉଛି ଯେ ଶୁଭ ସମୟ ହେତୁ ତାରିଖ ପରିବର୍ତ୍ତନ କରାଯାଇଛି, ଯଦିଓ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।

ଅନ୍ୟପକ୍ଷେ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ବିଜେପି ସଭାପତି ଜେପି ନଡ୍ଡାଙ୍କ ଘରେ ଦଳର ବରିଷ୍ଠ ନେତାଙ୍କ ଏକ  ବୈଠକ ଜାରି ରହିଛି।। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବି.ଏଲ୍ ସନ୍ତୋଷ, ସୋନି, ଦତ୍ତା ଜୀ, ଅରୁଣ ଜୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି। ଆରଏସଏସ ସହିତ ବିଜେପି ନେତାଙ୍କ ସମନ୍ୱୟ ବୈଠକ ଚାଲିଛି।   

ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି ଓ ତୃତୀୟ ଥର କ୍ଷମତାକୁ ଆସିବାକୁ ଯାଉଛି। ଏନ୍‌ଡିଏ ୨୯୨ ଆସନରେ ଜିତିଛି ଓ ବହୁମତ ହାସଲ କରିଛି। ବିରୋଧି ମେଣ୍ଟ ଇଣ୍ଡିଆ ବ୍ଲକ ୨୩୪ ଆସନ ହାସଲ କରିଛି। ବିଜେପି ଏକାକୀ ୨୪୦ ଆସନରେ ଜିତିଛି। ଏଭଳି ସ୍ଥିତିରେ ମ୍ୟାଜିକ୍ ନମ୍ବର(୨୭୨)ଠାରୁ ଖୁବ୍ ପଛରେ ରହି ଯାଇଛି।୨୦୧୪ ନିର୍ବାଚନରେ ବିଜେପି ମୋଦିଙ୍କ ନେତୃତ୍ବରେ ୨୮୨ ଓ ୨୦୧୯ ରେ ୩୦୩ ଆସନ ଜିତି ଏକାକୀ ବହୁମତ ହାସଲ କରିଥିଲା। ତେବେ ଏଥର ସହଯୋଗୀ ଦଳଙ୍କୁ ମିଶାଇ ଏନ୍‌ଡିଏ ବହୁମତ ହାସଲ କରିପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.