ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଡେନମାର୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ପିଏମ୍ ମୋଦୀ, ଜାଣନ୍ତୁ କ’ଣ କହିଲେ...

ନୂଆଦିଲ୍ଲୀ,୮/୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ପିଏମ ମୋଦୀ କହିଛନ୍ତି କି, ଭାରତ ଏହି ଆକ୍ରମଣର କଡ଼ା ନିନ୍ଦା କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି କି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନଙ୍କ ଉପରେ ଆକ୍ରମଣ ଖବର ଶୁଣି ମୁଁ ବହୁତ ଚିନ୍ତିତ ଅଛି । ମୁଁ ଆକ୍ରମଣକୁ ନିନ୍ଦା କରୁଛି । ମୁଁ ମୋ ବନ୍ଧୁଙ୍କର ଭଲ ସ୍ବାସ୍ଥ୍ୟର କାମନା କରୁଛି ।

ପ୍ରକାଶ ଯେ, ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନଙ୍କ ଉପରେ ରାଜଧାନୀ କୋପେନହେଗନର ରାସ୍ତା ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ପ୍ରଧାନମନ୍ତ୍ରୀ ବହୁ ଦୁଃଖିତ ଅଛନ୍ତି । ସହର ମଧ୍ୟରେ ଏକ ସ୍ଥାନରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ହଠାତ୍ ମାଡ଼ି ଆସିଥିଲେ ଏବଂ ତାଙ୍କ ଉପରେ ହାତ ଉଠାଇଦେଇଥିଲେ । ପ୍ରକାଶ ଯେ, ଆକ୍ରମଣକାରୀକୁ ଗିରଫ କରିଦିଆଯାଇଛି । ପୋଲିସର କହିବା ଅନୁଯାୟୀ ଆକ୍ରମଣକାରୀଙ୍କୁ ପଚରାଉଚରା କରାଯାଉଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଆକ୍ରମଣର କାରଣ ବିଷୟରେ ଜଣାପଡ଼ିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.