ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଭିଡ୍‌ ଟୀକାକରଣ ପ୍ରମାଣପତ୍ରରେ ରହିବନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: କୋଭିଡ ଟୀକାକରଣ ପ୍ରମାଣପତ୍ରରେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଦେଖିବାକୁ ମିଳିବ ନାହିଁ । ଟୀକାକରଣ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋୱିନ ସାର୍ଟିଫିକେଟ ମିଳୁଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ସେଥିରେ ''Together India will defate Covid-19'' ବାର୍ତ୍ତା ଲେଖା ହୋଇଥିଲା । ହେଲେ ଏବେ ସେହି ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ କାହିଁକି ହଟାଇ ଦିଆଗଲା ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି ।

ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ସବୁ ସରକାରୀ ୱେବସାଇଟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଯାଇଛି । ଏହି କ୍ରମରେ କୋୱିନ ସାର୍ଟିଫିକେଟରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଜାରି ହେଉଥିବା କୋୱିନ ସାର୍ଟିଫିକେଟରେ ମୋଦୀଙ୍କ ଫଟୋ ରହିନଥିଲା । କୋଭିଡ ମହାମାରୀ ସମୟରେ ଟୀକାକରଣ ବା କୋୱିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ।

ସେପଟେ ୨୦୨୧ ଅଗଷ୍ଟରେ ରାଜ୍ୟସଭାରେ ତତ୍କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏହି ଫଟୋକୁ ନ୍ୟାୟସଙ୍ଗତ ଦର୍ଶାଇଥିଲେ । ସେ କହିଥିଲେ ଯେ, ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସହ ଫଟୋ ରହିବା ଦ୍ବାରା ଜନସାଧାରଣ ମଧ୍ୟରେ ଟୀକାକରଣ ପରେ ମଧ୍ୟ କୋଭିଡ ଗାଇଡଲାଇନ ଅନୁପାଳନର ମହତ୍ତ୍ବ ସମ୍ପର୍କରେ ସଚେଚନତା ସୃଷ୍ଟି କରୁଛି ଯାହାକି ଜନହିତ ଦୃଷ୍ଟିରୁ ଯୁକ୍ତିଯୁକ୍ତ ।

ଏସବୁ ମଧ୍ୟରେ ଏବେ କୋଭିସିଲ୍ଡ ଭ୍ୟାକ୍ସିନର ପାର୍ଶ୍ବପ୍ରତିକ୍ରିୟାକୁ ନେଇ ବିବାଦ ତୀବ୍ର ରୂପ ଧାରଣ କରିଛି । ବ୍ରିଟେନ ଅଦାଲତରେ କୋଭିସିଲ୍ଡ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଆଷ୍ଟ୍ରେଜେନିକା ଏହି ଭ୍ୟାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ବିଷୟ ସ୍ବୀକାର କରିବା ପରଠୁ ଭାରତରେ କୋଭିସିଲ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି । 

  • Covid
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.