ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କୁ ଶହବାଜ ସରିଫଙ୍କ ଶୁଭେଚ୍ଛା ନେଇ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା , କହିଲେ – ଆମ ପ୍ରଧାନମନ୍ତ୍ରୀଙ୍କ ଏହା ଥିଲା ...

ଇସଲାମାବାଦ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୩ୟ ଥର ଦେଶର ଶାସନ ଭାର ସମ୍ଭାଳି ସାରିଛନ୍ତି। ଏମିତି କରିବାରେ ସେ ଦେଶର ପ୍ରଥମ ଅଣକଂଗ୍ରେସ ରାଜନେତା ହୋଇ ପାରିଛନ୍ତି। ପିଏମ ମୋଦିଙ୍କ ଶପଥଗ୍ରହଣରେ ସାରା ବିଶ୍ୱର ଦେଶମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ଏଥିରେ ଭାରତର ଚିର ପ୍ରତିଦ୍ୱନ୍ଦ୍ୱୀ ଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ନାମ ମଧ୍ୟ ଥିଲା। ଶହବାଜ ଛୋଟିଆ ବାର୍ତ୍ତାରେ ପିଏମ୍‌ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଏବଂ ପିଏମ୍‌ ମୋଦି ଏହା ଉପରେ ଧନ୍ୟବାଦ କହିଛନ୍ତି। ଏବେ ପାକିସ୍ତାନ ପକ୍ଷରୁ ଏହି ମାମଲାରେ ନୂଆ ବୟାନ ସାମନାକୁ ଆସିଛି। ପାକିସ୍ତାନୀ ଚ୍ୟାନେଲ ଜିୟୋ ଟିଭି ସହ କଥାବାର୍ତ୍ତା ହୋଇ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଶହବାଜଙ୍କର ପିଏମ୍‌ ମୋଦିଙ୍କୁ ଶୁଭେଚ୍ଛା ଦେବା କୌଣସି ଭଲ ପାଇବା ନଥିଲା, ବରଂ ବାଧ୍ୟ ବାଧ୍ୟକରେ ଆମ ପ୍ରଧାନମନ୍ତ୍ରୀଙ୍କୁ ଏମିତି କରିବାକୁ ପଡ଼ିଛି। 

ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ଙ୍କ ଦ୍ୱାରା ୩ୟ ଥର ଭାରତୀୟ ପ୍ରଧାନମନ୍ତ୍ରୀ ଚୟନ କରାଯିବା ପରେ ନରେନ୍ଦ୍ର ମୋଦିଙ୍କୁ  ଶୁଭେଚ୍ଛା ଦେବା ପରେ ପାକିସ୍ତାନ ପକ୍ଷରୁ ସଫେଇ ଆସିଛି। ପଡୋଶୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌   କହିଛନ୍ତି ତିଏହା ଶହବାଜଙ୍କର ପିଏମ୍‌ ମୋଦିଙ୍କ ପ୍ରତି ପ୍ରୀତି ନଥିଲା , ବରଂ ବାଧ୍ୟରେ କରିଥିଲେ। ସେ କହିଥିଲେ କି ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ୱନ୍ଧର ଦୀର୍ଘ ଇତିହା ରହିଛି। 

ସୋମବାର ଜିୟୋ ନ୍ୟୁଜ୍‌ର ଏକ କାର୍ଯ୍ୟକ୍ରମ କ୍ୟାପିଟଲ ଟକ୍‌ରେ ପ୍ରତିକ୍ରିୟା ଦେଇ ଆସିଫ୍‌ କହିଛନ୍ତି – ମୋଦିଙ୍କୁ ଭାରତୀୟ ପିଏମ୍‌ ହେବା ପରେ ଶୁଭେଚ୍ଛା ଦେବା କେବଳ ଆମକର କୂଟନୀତିକ ବାଧ୍ୟବାଧକତା। ସେ କହିଛନ୍ତି ପାକସ୍ତାନ ବିଜେପି ନେତା ମୋଦିଙ୍କୁ କୌଣସି ,ପ୍ରେମର ବାର୍ତ୍ତା ପଠାଇ ନାହାନ୍ତି। ଆସିଫ୍‌ କହିଛନ୍ତି ପାକିସ୍ତାନ ଏହା କେବେ ଭୁଲି ନାହିଁକି ମୋଦି ଭାରତରେ ମୁସଲମାନଙ୍କ ହତ୍ୟାକାରୀ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.