ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀରେ ପୁଲିସ ଯାଞ୍ଚ୍‌ ବେଳେ ହିଟ୍‌ ଆଣ୍ଡ୍‌ ରନ୍‌: ନିଶାସକ୍ତ ଡ୍ରାଇଭର୍‌ ଗିରଫ, ସ୍କର୍ପିଓ ଜବତ

ଚନ୍ଦ୍ରଶେଖରପୁର,୩୦/୦୫: ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲା । ଚେକିଂ କରିବାକୁ ପୁଲିସ ଗାଡ଼ି ଅଟକାଇବାରୁ ଗାଡି ଚଢ଼ାଇ ମାରିଦେବାକୁ ଉଦ୍ୟମ କଲା । ପୁଲିସ କର୍ମଚାରୀ ବର୍ତ୍ତିଯାଇଥିବା ବେଳେ ବାରିକେଡ୍‌କୁ ଭାଙ୍ଗି ଫେରାର ହୋଇଗଲା । ହେଲେ ପୁଲିସ ରାତାରାତି ଚଢଉ କରି ନିଶାସକ୍ତ ଡ୍ରାଇଭରକୁ ଗିରଫ କରିଛି । ଏମିତି ଘଟଣା ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଓମଫେଡ୍‌ ଛକରେ ଘଟିଛି । ଗିରଫ ଚାଳକ ହେଲା ସୋମନାଥ ପାତ୍ର (୨୨) । ତାର ଘର ଅନୁଗୁଳ ଜିଲ୍ଲା କୋଲେରୀ ଥାନା କଳାମାଞ୍ଚୋ ଗାଁରେ ।  

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟ୍ରାଫିକ ଥାନାର ଅଧିକାରୀଙ୍କ ଟିମ୍‌ ଓମଫେଡ଼ ଛକରେ ଗାଡ଼ି ଚେକିଂ କରୁଥିଲେ । ରାତି ପ୍ରାୟ ୧ଟା ୨୦ରେ ସୋମନାଥ ଡମଣା ପଟୁ ଏକ  ସ୍କର୍ପିଓ (ଓଡି୦୨ସିଏଚ୍‌୮୩୫୧)କୁ ବେପାରୁଆ ଭାବେ ଚଳାଇ ନାଲ୍‌କୋ ଛକ ପାର୍ଶ୍ୱକୁ ଆସୁଥିଲେ । ଚେକିଂ କରୁଥିବା ଟିମ୍‌ ତାଙ୍କୁ  ଅଟକାଇବା ପାଇଁ ସଙ୍କେତ ଦେଇଥିଲେ । ହେଲେ ସେ ଚେକିଂ  ଟିମକୁ ଦେଖିବା ମାତ୍ରେ ଗାଡିର ବେଗକୁ ବଢାଇ ଦେଇ ଚେକିଂ  ଟିମ ଉପରେ ଗାଡ଼ି ଚଢାଇ ଦେବା ପାଇଁ ଚେଷ୍ଟା କରିଥିଲେ । ଏହା  ଦେଖି ଚେକିଂ କରୁଥିବା ଟିମ୍‌ କୌଶଳ କ୍ରମେ ଫୁଟ୍‌ପାଥ୍‌ ଉପରକୁ  ଚଢି ଜୀବନ ବଞ୍ଚାଇଥିଲେ । ସୋମନାଥ ରାସ୍ତାରେ ରଖାଯାଇଥିବା  ବାରିକେଡକୁ ଭାଙ୍ଗି ପ୍ରାୟ ୧୦୦ ମିଟର ଘୋଷାଡି ନେଇଥିଲେ ।  ପୁଲିସ ଅଭିଯୁକ୍ତକୁ କାବୁ କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ  ସ୍ଥାନରେ ଚଢଉ କରିଥିଲା । ଏଥିସହ ବିଭିନ୍ନ ଥାନାକୁ ଫୋନ୍‌  କରି ଗାଡି ବିଷୟରେ ସୂଚନା ଦିଆ ଯାଇଥିଲା । ଶେଷରେ ପୁଲିସ, ସୋମନାଥଙ୍କୁ ବଡଗଡ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକ ମହାବୀର କନଷ୍ଟ୍ରକସନ୍‌ ନିକଟରୁ ନିଶାସକ୍ତ ଅବସ୍ଥାରେ କାବୁ କରିଥିଲା । ପୁଲିସ ତାକୁ ରାତାରାତି ଉଠାଇ ଆଣିଥିଲା । ତା  ବିରୋଧରେ ସଙ୍ଗିନ ଦଫା ଲଗାଇ ତାକୁ ଗିରଫ କରିବା ପରେ କୋର୍ଟଚାଲଣ କରିଛି ପୁଲିସ । ସ୍ପର୍ପିଓକୁ ଜବତ କରିଛି ପୁଲିସ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.