ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଲିସ ମାଲଖାନାରୁ ଉଭାନ ହେଉଛି ମାଲ, ଉଭାନ୍ ହେଉଛି ଯନ୍ତ୍ରାଂଶ: କାନ ମୁଣ୍ଡ ଆଉଁସି ଯାହା ମିଳୁଛି ନେଉଛନ୍ତି ଗାଡ଼ି ମାଲିକ

ଭୁବନେଶ୍ୱର,୧୭/୦୩: ପୁଲିସ ମାଲଖାନାରୁ ଉଭାନ ହେଉଛି ମାଲ । ଥାନା ଭିତରେ ରହୁଛି ୨୪ ଘଣ୍ଟିଆ ପୁଲିସ୍‌  ପ୍ରହରା । ସିସିଟିଭି ବି ଅନେଇଛି । ତଥାପି ଉଡ଼ି ଯାଉଛି ଜିନିଷ । କେତେବେଳେ ଜବତ ହୋଇଥିବା ବାଇକ୍‌ର ଚକା ତ’ ପୁଣି କେବେ କାର୍‌ର ବ୍ୟାଟେରି । ଓଡ଼ିଶା ସାରା ଅଧିକାଂଶ ଥାନାରେ ଥିବା ମାଲଖାନାର  ଅବସ୍ଥା ଏଭଳି । ଜବତ ଗାଡ଼ିକୁ ନେବା ପାଇଁ ମାଲିକ କୋର୍ଟରୁ ଆଦେଶ ଆଣି ପହଞ୍ଚିଲା ବେଳେ ଅନେକ ଯନ୍ତ୍ରାଂଶ ଉଭାନ୍‌ । କାନ ମୁଣ୍ଡ ଆଉଁସି ଯାହା ମିଳୁଛି ତାକୁ ନେଇ ଫେରୁଛନ୍ତି । 

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୦୧୯  ନଭେମ୍ବରରେ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ  କାର୍‌(ଓଡି୦୨ଡି୩୭୩୭) ଜବତ କରିଥିଲା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୁଲିସ୍‌ । ଜବତ ଗଞ୍ଜେଇ ଓ ଅଭିଯୁକ୍ତଙ୍କୁ ନେଇ ପଳାଇଥିଲା ।  ତେବେ ଜବତ କାର୍‌କୁ ସାଙ୍ଗରେ ନ ନେଇ ଜାତୀୟପଥ ନଂ-୧୬ ପାଶ୍ୱର୍ରେ ଥିବା ଯାଁଳା ଫାଣ୍ଡି ପରିସରରେ ରଖିଦେଇ ଯାଇଥିଲା  ରମ୍ଭା ପୁଲିସ୍‌ । ସାଙ୍ଗରେ ଗାଡ଼ି ଚାବି ନେଇ  ପଳାଇଥିଲା । ଉକ୍ତ କାର୍‌ ଥିଲା ଫାଣ୍ଡିର  ହେପାଜତରେ । 

୨୦୨୧ ଫେବ୍ରୁଆରୀ ୧୦  ତାରିଖରେ ଭୁବନେଶ୍ୱରରେ ରହୁଥିବା ମାଲିକ  ସୁନିଲ୍‌ କୁମାର ମହାପାତ୍ର ଗାଡ଼ି ରିଲିଜ୍‌ ପାଇଁ  କୋର୍ଟରୁ ସବୁ କାଗଜ ନେଇ ପହଞ୍ଚିଥିଲେ  ରମ୍ଭା ଥାନରେ । ସେଠାରୁ ଗାଡ଼ି ଚାବି ଆଣି  ଯାଁଳା ଫାଣ୍ଡିକୁ ଆସିଥିଲେ । ଫାଣ୍ଡିରେ ଗାଡ଼ି  ଥିଲା ସତ, ହେଲେ ବ୍ୟାଟେରି, ଷ୍ଟେପିନ୍‌,  ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଅନ୍ୟ କିଛି ଯନ୍ତ୍ରାଂଶ ନଥିଲା ।  ୨୦୨୦ରେ ନୂଆପଲ୍ଲୀ ଥାନାରେ କାର୍ଯ୍ୟରତ  ଜଣେ ଏସ୍‌ଆଇ ଏକ ପଲ୍‌ସର ବାଇକ୍‌ର ପଛ  ଚକା ବିକ୍ରି କରିଦେଇଥିଲେ । କଥା ଡିଜିପିଙ୍କ  କାନରେ ପଡ଼ିଥିଲା । ଡିଜିପିଙ୍କ ନିର୍ଦ୍ଦେଶମତେ  ସଙ୍ଗେ ସଙ୍ଗେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ୨୦୨୦ରେ କ୍ୟାପିଟାଲ ଥାନାରେ ଏସ୍‌ଆଇ  ରାକେଶ ସାମଲ ଓ ଅନ୍ୟ କିଛି ପୁଲିସ୍‌  କର୍ମଚାରୀ ଥାନାର ମାଲଖାନାରୁ ଗୋଟିଏ କାର୍‌  ଓ ଗୋଟିଏ ବାଇକ୍‌ ବିକ୍ରି କରି ଦେଇଥିଲେ ।  ସେ ୨ଟି ଗାଡ଼ିର କେହି ଦାବିଦାର ନଥିବାରୁ  ଏସ୍‌ଆଇ ଏମିତି କରିଥିଲେ । ଘଟଣା ପଦାକୁ  ଆସିବା ପରେ ତାଙ୍କୁ ପ୍ରଥମେ ବଦଳି ଓ  ପରେ ନିଲମ୍ବନ କରାଯାଇଥିଲା । ଏହି ୩ଟି  ଘଟଣା ନୁହେଁ କମିଶନରେଟ୍‌ ପୁଲିସ୍‌ର ସବୁ  ଥାନାରେ ଏମିତି ଅନେକ ଘଟଣା ରହିଛି ।  କିଛି ପଦାକୁ ଆସିଛି । କିଛି ଚାପି ଦେଇଛନ୍ତି ।  

କୌଣସି ମାମଲାରେ ଗାଡ଼ି ଜବତ ହେଲେ  ତାହା କୋର୍ଟର ସମ୍ପତ୍ତି ହୋଇଯାଏ । ହେଲେ  ଗାଡ଼ିର ତଦାରଖ ଦାୟିତ୍ୱ ଥାନାର ମାଲଖାନା ଇନ୍‌ଚାର୍ଜ ଓ ଥାନା ଅଧିକାରୀ ନେଇଥାନ୍ତି ।  ଜବତ ଗାଡ଼ିରେ ଯଦି କିଛି ଏପାଖସେପାଖ  ହୁଏ ତା’ହେଲେ ଏହି ୨ ଜଣ ଦାୟୀ ରହିବେ । ଗାଡ଼ି ଜବତ କରିବା ପରେ ପୁଲିସ୍‌ ଥାନା  କ୍ୟାମ୍ପସ୍‌ ବାହାରେ ଓ ଭିତରେ ରଖିଦେଇ  କାମ ସାରିଦିଅନ୍ତି । ସେ ଗାଡ଼ିରୁ ଯଦି ଯନ୍ତ୍ରାଂଶ  ଚୋରି ହୁଏ ତାକୁ ଦେଖିବାକୁ କେହି ନଥାନ୍ତି ।  କାହାର ନୂଆ ଗାଡ଼ି ଜବତ ହେଲେ ସେ  ଗାଡ଼ି ଥାନାରୁ ରିଲିଜ୍‌ ହେଲାବେଳକୁ ସେଥିରୁ  ଅନେକ ଯନ୍ତ୍ରାଂଶ ଗାଏବ ହୋଇ ଯାଇଥାଏ । ଏହା ପଛରେ ଥାନାର କିଛି କର୍ମଚାରୀଙ୍କ ହାତ  ଥାଏ । ଥାନା କର୍ମଚାରୀଙ୍କ ବିନା ସହଯୋଗରେ ଏମିତି ଚୋରି କରିବା କାଠିକର ପାଠ । 

ନିୟମଦୃଷ୍ଟିରୁ ଥାନାର ମାଲାଖାନାରେ ଯଦି  ଗାଡ଼ି ରଖିବାକୁ ଜାଗା ନଥାଏ ତା’ହେଲେ  ଥାନା ଅଧିକାରୀ କିମ୍ବା ମାଲଖାନା ଇନ୍‌ଚାର୍ଜ  ଏ ବିଷୟରେ ଡିସିପି/ଏସ୍‌ପିଙ୍କୁ ଜଣାଇବେ ।  ହେଲେ ସେମିତି କିଛି କରୁନାହନ୍ତି ।  

ଜବତ କରିବା ପରେ ଗାଡ଼ି ସେମିତି  ଫୋପାଡ଼ି ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା  କମିଶନରେଟ୍‌ ପୁଲିସ୍‌ର ବିଭିନ୍ନ ଥାନାରେ  ୧୨ ହଜାରରୁ ଅଧିକ ଗାଡ଼ି ପଡ଼ିରହିଛି ।  ସର୍ବାଧିକ ଗାଡ଼ି ଖରାବର୍ଷାରେ ଖତ ଖାଉଛି ।  ଜବତ ହୋଇଥିବା ଗାଡିକୁ ରିଲିଜ  କରିବାକୁ ଆସିବାବେଳେ ଯନ୍ତ୍ରାଂଶ ନଥିଲେ ବି  ପୁଲିସ୍‌କୁ ଡରି ସେମିତି ଗାଡ଼ି ନେଇପଳାନ୍ତି ।  ହେଲେ ଆଉ କିଛି ଥାନ୍ତି ଯେଉଁମାନଙ୍କ  ଗାଡ଼ିରୁ ଯଦି କିଛି ଯନ୍ତ୍ରାଂଶ ଚୋରି ହୋଇଥାଏ  ସେମାନେ ପୁଲିସ୍‌କୁ କୋର୍ଟର ଭୟ  ଦେଖାନ୍ତି । ଫଳରେ ମାଲଖାନା ଇନ୍‌ଚାର୍ଜ  ତାଙ୍କୁ କ୍ଷତିପୂରଣ ଦେଇ ବିଦା କରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.