ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲ୍ଲିକୋଟରେ ରାଜନୈତିକ ହିଂସା ଘଟଣା : ଜଣେ ମୃତ, ଥାନା ଘେରାଉ କରି ରାସ୍ତାରୋକ କଲେ ବିଜେପି କର୍ମୀ

ଛତ୍ରପୁର/ଖଲ୍ଲିକୋଟ, ୧୬/୦୫ : ଖଲ୍ଲିକୋଟ ଥାନା ଅଞ୍ଚଳରେ ବୁଧବାର ରାତିରେ ରାଜନୈତିକ ହିଂସାକାଣ୍ଡ। ପୋଷ୍ଟର ମରାମରିକୁ ନେଇ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୮ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କର ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସୁନୀଲ ପାହାଣ (୨୭ ବର୍ଷ)। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଉତ୍ୟକ୍ତ ହଜାର ହଜାର ବିଜେପି ସମର୍ଥକ ଗତକାଲି ରାତି ଠାରୁ ଥାନା ଘେରାଉ କରିଛନ୍ତି। ଯାହାଫଳରେ ଆସିକା ଭୁବନେଶ୍ୱର ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ନିଜ ବାସଭବନରେ ଥିବା ୨ଟି ଗାଡି ଭାଙ୍ଗିଦେଇଛନ୍ତି। ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏସପି ଜଗମୋହନ ମୀନା ଥାନା ନିକଟରେ ପହଞ୍ଚିଛନ୍ତି।ଶସସ୍ତ୍ର ପୁଲିସ ବାହିନୀ ମଧ୍ୟ ଉପସ୍ଥିତ ଅଛନ୍ତି। 

ସୂଚନାଯୋଗ୍ୟ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ବିଜେପି କର୍ମୀମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କ ପୋଷ୍ଟର ଲଗାଉଥିଲେ। ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଇବାରୁ ସେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କ୍ରମେ ଏହା ଉଗ୍ରରୂପ ଧାରଣ କରିଥିଲା। ପରସ୍ପର ପରସ୍ପରଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଏବଂ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ପକ୍ଷରେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଓ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। କାହାର ହାତ, କାହାର ଗୋଡ଼ ଓ କାହାର ବେକ କୁ ଖଣ୍ଡାରେ ହଣାଯାଇଛି। ବିଜେପିର ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସୁନୀଲ ପାହାଣଙ୍କର ମୃତ୍ୟୁ ଘଟିଛି। ବିଜେପି କର୍ମୀମାନେ ଖଲ୍ଲିକୋଟ ମେଡିକାଲରେ ଥିବାରୁ ବିଜେଡି କର୍ମୀମାନେ ସିଧା ବ୍ରହ୍ମପୁର ବଡ଼ ମେଡିକାଲକୁ ଚାଲି ଯାଇଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ମେଡିକାଲରେ ପହଞ୍ଚି ଥିଲେ। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.