ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେଦିନ କାନ୍ଦି କାନ୍ଦି ଏମିତି କହିଥିଲେ ପୁନମ୍‌ ପାଣ୍ଡେ : ପରିବାର ଲୋକେ ବି ତାଙ୍କୁ ଦୂରେଇ ଦେଇଥିଲେ

ମୁମ୍ୱାଇ : ପୁନମ୍‌ ପାଣ୍ଡେଙ୍କ ମୃତ୍ୟୁରେ ବଲିଉଣ୍ଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। ଅଭିନେତ୍ରୀଙ୍କ ଦୁନିଆରୁ ଗଲା ପରେ ସୋସିଆଲ ମିଡ଼ିଆରେ ଆତଙ୍କ ଖେଳି ଯାଇଛି। ୟୁଜର ଓ ପ୍ରଶଂସକମାନେ ଅଭିନେତ୍ରୀଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରି ପାରୁ ନାହାନ୍ତି। ଇଣ୍ଡଷ୍ଟ୍ରୀର ଷ୍ଟାରମାନେ ମଧ୍ୟ ପୁନମ୍‌ଙ୍କର ଏମିତି ହଠାତ୍‌ ମୃତ୍ୟୁରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ପୁନମ୍‌ ପାଣ୍ଡେଙ୍କ ମୃତ୍ୟୁରେ ପ୍ରତିକ୍ରିୟା ଦେଇ ଦୁଃଖ ପ୍ରକାଶ କରିଛନ୍ତି।

୨୦୨୨ମସିହାରେ ପୁନମ ପାଣ୍ଡେ କଙ୍ଗନା ରଣାୱତଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ରେ ଯୋଗ ଦେଇଥିଲେ। ଉକ୍ତ ଶୋ'ରେ ନିଜର ଗେମ୍‌ ଓ ଝଗଡ଼ା ଦ୍ୱାରା ଚର୍ଚ୍ଚାକୁ ଆସିଥିଲେ। ଏହାସହ ଶୋ’ରେ ପୁନମ୍‌ ପାଣ୍ଡେ ନିଜ ପରିବାର ଓ ବିବାହ ବିଚ୍ଛେଦକୁ ନେଇ ଇମୋସନାଲ ମଧ୍ୟ ହୋଇଥିଲେ। ପୁନମ୍‌ ଶୋ’ର ଏକ ଏପିସୋଡ୍‌ରେ କହିଥିଲେ କି , କେମିତି ତାଙ୍କର ଖରାପ ଇମେଜ୍‌ ଯୋଗୁଁ ତାଙ୍କ ପରିବାରକୁ ସମାଜରୁ ବାହାର କରି ଦିଆ ଯାଇଥିଲା । 

ସେ ଅଭିନେତା କରଣବୀର ବୋହରାଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ , ମୁଁ ଆଜି ଠାରୁ ୩-୪ ବର୍ଷ ପୂର୍ବର କଥା କହୁଛି। ମୋ ପରିବାର, ମୋ ମାଆ ବାପା , ଭଉଣୀ ...ଆମେ ସମସ୍ତେ ସାଥି ହୋଇ ରହୁଥିଲୁ। କାରଣ  ସେ ମୋର ପରିବାର ଥିଲା , ସେଥିପାଇଁ ଆମକୁ ସମାଜରୁ ବାହାର କରି ଦିଆ ଯାଇଥିଲା। ମୋର ମାଆ-ବାପା ମୋତେ ଗୋଟିଏ ବି ଶବ୍ଦ କହି ନଥିଲେ , କାରଣ ସେତେବେଳେ ମୁଁ ନିଜ ପରିବାରକୁ ଏକୁଟିଆ ଚଲାଉ ଥିଲି। ମୁଁ କଣ କେବେ କାହା ବିଷୟରେ କିଥଛି ଖରାପ କହିଛି କି ? ଯାଅ ଓ ଆଉ ଖୋଜ ଏମିତି କୌଣସି ଆର୍ଟିକଲ ଅଛି। ମୁଁ କେବଳ ମୋ ଜାଗାରେ ରହି ନିଜ କାମ କରି ଚାଲିଛି। 

ଏହି ଏପିସୋଡ୍‌ରେ ସେ ଆହୁରି କହିଥିଲେ କି ଥରେ ହସ୍ପିଟାଲରୁ ଘରକୁ ଯିବାରେ ତାଙ୍କୁ ଘରଲୋକ ଭିତରେ ପୂରାଇବାକୁ ଦେଲେ ନାହିଁ । ତାଙ୍କର ପରିବାର ହିଁ ତାଙ୍କୁ ଭୁଲ୍‌ ଦର୍ଶାଇ ଥିଲେ। 

ଥରେ ପୁନମ୍‌ ପାଣ୍ଡେଙ୍କୁ ତାଙ୍କର କାନ୍ଦିବାର କାରଣ ପଚାରି ଥିଲେ ଅଞ୍ଜଳି ଅରୋରା। ସେ କହିଥିଲେ କି, ଅଙ୍କିତା ଲୋଖଣ୍ଡେଙ୍କ କଥା ତାଙ୍କୁ ତାଙ୍କର ସ୍ୱାମୀ ସାମ୍‌ ବମ୍ୱେଙ୍କୁ ମନେପକାଇ ଦେଲା। ପୁନମ୍‌ ପାଣ୍ଡେ କହିଥିଲେ , ମୁଁ ବହୁତ ଚେଷ୍ଟା କଲି ୪ବର୍ଷ ଧରି , ହେଲେ ନିଜକୁ ସମ୍ଭାଳି ପାରୁନି । ମୋତେ ଲାଗୁଛି ମୁଁ ଜୀବନରେ କିଛି ଆଉ ପାଇବି ନାହିଁ। ଏକୁଟିଆ ମରିଯିବି ମୁଁ ...। 

୨୦୧୫ରେ ଦେଇଥିବା ଏକ ସାକ୍ଷାତକାରରେ ପୁନମ୍‌ ପାଣ୍ଡେ କହିଥିଲେ କି, ତାଙ୍କ ପରିବାରକୁ ତାଙ୍କର ଫିଲ୍ମ ଓ ମଡେଲିଂ ଇଣ୍ଡଷ୍ଟ୍ରୀରେ ଆସିବା ପସନ୍ଦ ନଥିଲା। ତାଙ୍କର ପିତା ତାଙ୍କୁ ସଫ୍ଟୱେୟାର ଇଂଜିନିୟର ହେବାକୁ ଚାହିଁ ଥିଲେ । ତାଙ୍କର ପ୍ରଥମ ମାଗାଜିନ୍‌ ସୁଟ୍‌ରେ ପୁନମ୍‌ ପାଣ୍ଡେଙ୍କୁ ବିକିନୀ ପିନ୍ଧିବା ଦେଖି ତାଙ୍କର ମାଆ ଖୁବ୍‌ ବିରକ୍ତ ହୋଇଥିଲେ। ପୁନମ୍‌ଙ୍କ ମୁତାବିକ , ତାଙ୍କର ମାଆ କହିଥିଲେ କି ଯିଏ ବି ତାଙ୍କର ଏହି ଫଟୋ ଉଠାଇଛି ତାଙ୍କୁ ସେ ଚପଲରେ ମାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.