ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ସନ୍ନ୍ୟାସ ପରେ ପିଆର ଶ୍ରୀଜେଶଙ୍କୁ ମିଳିଲା ଗୁରୁଦାୟିତ୍ବ, ବଡ଼ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍‌ ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ପେନ୍‌କୁ ହରାଇ ବ୍ରୋଞ୍ଜ ମେଡାଲ ଜିଣିଛି । ଅଲିମ୍ପିକ୍ସ ଇତିହାସରେ ଭାରତୀୟ ପୁରୁଷ ହକି ଟିମ୍‌ର ଏହା ୧୩ ତମ ମେଡାଲ ।  ଏହି ବିଜୟ ସହ ଅନୁଭବୀ ଗୋଲକିପର ପିଆର ଶ୍ରୀଜେଶ ଅନ୍ତର୍ଜାତୀୟ ହକିରୁ ବିଦାୟ ନେଇଛନ୍ତି । ପ୍ୟାରିସ ଅଲିମ୍ପିକ ଆରମ୍ଭ ହେବା ପୂର୍ବରୁ ସେ ନିଜର ଅବସର ନେଇ ଘୋଷଣା କରିଥିଲେ । ଶେଷରେ ଦଳକୁ ବ୍ରୋଞ୍ଜ ମେଡାଲ ମିଳିବା ପରେ ନିଜର ଯାତ୍ରା ଶେଷ କରିଛନ୍ତି ଶ୍ରୀଜେଶ । ହେଲେ ତାଙ୍କୁ ହକି ଇଣ୍ଡିଆ ବଡ଼ ଦାୟିତ୍ବ ଦେଇଛି ।

ଅବସର ନେଇଥିଲେ ବି ସେ ଭାରତୀୟ ହକି ଟିମ୍‌ ସହ ରହିବେ । ପିଆର ଶ୍ରୀଜେଶଙ୍କ ଅନୁଭବ ଏବଂ ତାଙ୍କର ଯୋଗଦାନକୁ ଦେଖି ହକି ଇଣ୍ଡିଆ ତାଙ୍କୁ ଜୁନିୟର ପୁରୁଷ ହକି ଟିମ୍‌ର ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ।  ଏନେଇ ହକି ଇଣ୍ଡିଆ ପକ୍ଷରୁ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଛି । ପିଆର ଶ୍ରୀଜେଶଙ୍କ ଏକ ଫଟୋ ସହ ହକି ଇଣ୍ଡିଆ ଏକ ପୋଷ୍ଟରେ ଲେଖିଛି ଯେ, ‘ଜୁନିୟର ପୁରୁଷ ହକି ଟିମ୍‌ର ହେଡ କୋଚ୍‌ ଭାବରେ ଦାୟିତ୍ବ ସମ୍ଭାଳିବେ ପିଆର ଶ୍ରୀଜେଶ । ସବୁ ଯୁବ ଖେଳାଳିଙ୍କୁ ଆପଣ ପ୍ରେରଣା ଦିଅନ୍ତୁ । ଆପଣଙ୍କ ପ୍ରଶିକ୍ଷଣ ପାଇଁ ଆମେ ଅପେକ୍ଷା କରିଥିଲୁ ।’ 




୨୦୦୬ରେ ଭାରତୀୟ ସିନିୟର ହକି ଟିମରେ ଖେଳିବାର ସୁଯୋଗ ପାଇଥିଲେ ପିଆର ଶ୍ରୀଜେଶ । ନିଜର ୧୯ ବର୍ଷର କ୍ୟାରିୟରରେ ଶ୍ରୀଜେଶ ୪ ଥର ଅଲିମ୍ପିକ ଖେଳିଥିବା ବେଳେ ଦୁଇଟି ମେଡାଲ ଜିତିବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ହୋଇଥିଲେ । ହକିରେ ଶ୍ରୀଜେଶଙ୍କ ଯୋଗଦାନ ଲାଗି ଭାରତ ସରକାର ତାଙ୍କୁ ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପରୁସ୍କାରରେ ସମ୍ମାନିତ କରିଥିଲେ ।  

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.