ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପ୍ରଭାକରଙ୍କ ପରିବେଶ ଅନୁକୂଳ ଡଟ୍‌ପେନ୍‌, କାଗଜ, ତାଳପତ୍ରରେ ତିଆରି ଏହି କଲମରେ ରହିଛି ଫଳମଞ୍ଜିି

ନୂଆପଡ଼ା/ଖଡ଼ିଆଳ ୦୭/୦୩: ଲେଖିବା ପାଇଁ ଡଟ୍‌ପେନ୍‌ (କଲମ) ଏକ ଅତ୍ୟାବଶ୍ୟକ ସାମଗ୍ରୀ । ସାଧାରଣତଃ ସମସ୍ତେ ଉକ୍ତ ପ୍ଲାଷ୍ଟିକ ପେନ୍‌କୁ ବ୍ୟବହାର ପରେ ଫିଙ୍ଗି ଦେଇଥାନ୍ତି । ଏହାର ପୁନଃଚକ୍ରଣ ହେଉନାହିଁ । ଫଳରେ ପରିବେଶ ପ୍ରଦୂଷିତ ହେଉଛି ।  ଏହାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗାଁର ପ୍ରଭାକର ଦଣ୍ଡସେନା ଏକ ପରିବେଶ  ଅନୁକୂଳ (ଇକୋଫ୍ରେଣ୍ଡ୍‌ଲି) ଡଟ୍‌ପେନ ତିଆରି କରିଛନ୍ତି । ଯାହା କାଗଜ, ବାଉଁଶ ଓ ତାଳପତ୍ରରେ  ତିଆରି ହେବା ସହ ସେଥିରେ ସଂଯୁକ୍ତ ବିଭିନ୍ନ ମଞ୍ଜି ପରିବେଶ ବଞ୍ଚାଇବାରେ ସହାୟକ ହେଉଛି । ଏଥିସହ  ଉକ୍ତ କାମରେ ନିୟୋଜିତ ମହିଳାଙ୍କୁ ରୋଜଗାର ଦେଉଛି । 

ବର୍ତ୍ତମାନ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଅଫିସ  କାମରେ ପ୍ଲାଷ୍ଟିକ୍‌ ଡଟ୍‌ପେନର ବହୁଳ ବ୍ୟବହାର  ହେଉଛି । ଏଗୁଡ଼ିକ ବ୍ୟବହାର ପରେ ଏଣେତେଣେ  ଫିଙ୍ଗି ଦିଆଯାଉଛି । ଯାହା ପରବର୍ତ୍ତୀ ସମୟରେ ମାଟିକୁ  ପ୍ରଦୂଷିତ କରିବା ସହ ମାଟିର ଉର୍ବରତା ହ୍ରାସ କରୁଛି ।  ଆଗାମୀ ଦିନରେ ପରିବେଶ ପ୍ରଦୂଷିତ ହୋଇ ଭୟଙ୍କର  ରୂପ ନେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି  ୬ ମାସ ତଳେ ପ୍ରଭାକର ଅଦରକାରୀ କାଗଜ, ବାଉଁଶ  ଓ ତାଳପତ୍ରରେ ଇକୋଫ୍ରେଣ୍ଡଲି ଡଟ୍‌ପେନ ତିଆରି  କରିବାକୁ ଇଚ୍ଛା ପ୍ରକାଶ କରି ସଫଳ ହୋଇଥିଲେ ।

କଲମ  ଭିତରେ ପିଜୁଳି, ଲେମ୍ବୁ, ସନ୍ତରା, ଡାଳିମ୍ବ ଭଳି ଫଳମଞ୍ଜି  ଦେବାକୁ ଚିନ୍ତା କରିଥିଲେ । ଏହି କଲମ ବ୍ୟବହାର  ପରେ ଫିଙ୍ଗିଦେଲେ, ପୁଣି ଏକ ଗଛର ସୃଷ୍ଟି ହେବ ।  ଏଥିରେ ପରିବେଶ ପ୍ରଦୂଷଣ କମିବା ସହ ପରିବେଶର  ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ସେ ଲକ୍ଷ୍ୟ  ରଖିଥିଲେ । ଏକାକୀ ବହୁ ମାତ୍ରାରେ ଡଟ୍‌ପେନ ତିଆରି  କରିବା ସମ୍ଭବ ହୋଇନଥିଲା । ଏଣୁ ମାସେ ତଳେ ଗାଁର  ୧୦ ଜଣ ମହିଳାଙ୍କୁ ସଂଗଠିତ କରି ଗାୟତ୍ରୀ ଏସ୍‌ଏଚ୍‌ଜି  ଗଠନ କରି ଡଟ୍‌ପେନ ତିଆରି ତାଲିମ ଦେଇଥିଲେ ।  ଗାଁର ମହିଳାମାନେ ଦୈନିକ ୫ଶହରୁ ଅଧିକ କଲମ  ତିଆରି କରୁଛନ୍ତି । କିନ୍ତୁ ସଚେତନତା ଅଭାବରୁ ବଜାରରେ  ତାର ଚାହିଦା ସେତେଟା ବଢ଼ିନଥିବା ସେ କହିଛନ୍ତି ।

ନେହେନା ଗାଁର ମହିଳାମାନେ ଅଦରକାରୀ  କାଗଜ, ବାଉଁଶ ଓ ତାଳପତ୍ରରେ ଡଟ୍‌ପେନ ତିଆରି  କରୁଛନ୍ତି । ସେଥିରେ ରଙ୍ଗବେରଙ୍ଗର କାଗଜ ଲଗାଇବା  ସହ ତୂଳୀରେ ରଙ୍ଗେଇ ଦେଉଛନ୍ତି । ଏହି ଡଟ୍‌ପେନକୁ  ବଜାରରେ ୩ରୁ ୫ଟଙ୍କାରେ ବିକ୍ରି କରୁଛନ୍ତି । ଗାଁରୁ ସହର ସବୁଠି ଦୋକାନରେ ଲୋକଙ୍କୁ ଏହି କାଗଜ ତିଆରି  କଲମ ବ୍ୟବହାର ପାଇଁ ସଚେତନ କରୁଛନ୍ତି । ନୂତନ  ଜ୍ଞାନକୌଶଳରେ ପରିବେଶ ଅନୁକୂଳ କଲମ ତିଆରି  ହେଉଛି । ଏହା ମହିଳାଙ୍କୁ ରୋଜଗାର ଦେବାରେ ସହାୟକ  ହେବ । ଆଗକୁ ଲୋକେ ସଚେତନ ହେଲେ କଲମର  ଚାହିଦା ବଢ଼ିବ, ଏଥିରେ ନିୟୋଜିତ ମହିଳାମାନେ  ସ୍ୱାବଲମ୍ବୀ ହେବେ ବୋଲି ଶୁଭାଙ୍ଗିନୀ ଦଣ୍ଡସେନା କହିଛନ୍ତି । 

ଏନେଇ କ୍ଷୁଦ୍ରଶିଳ୍ପ ଅଧିକାରୀ ଆନନ୍ଦ ମେହେର  କହିଛନ୍ତି, ଡଟ୍‌ପେନ ତିଆରି ପାଇଁ ମେସିନ  ଯୋଗାଇଦେବୁ । ମେସିନ ଦ୍ୱାରା ସୁନ୍ଦର ଓ ଶୀଘ୍ର ତିଆରି  କରି ଅଧିକ ଉତ୍ପାଦନ କରିବେ । ଏହାକୁ ବିକ୍ରିକରି  ଆତ୍ମନିଯୁକ୍ତି ସୃଷ୍ଟିହେବ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.