ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଜ୍ୱଲ ରେବନ୍ନାଙ୍କର ପୋଟେନ୍ସି ଟେଷ୍ଟ କରାଇବାର ପ୍ରସ୍ତୁତିରେ ଏସଆଇଟି , ମେଡିକାଲ ଯାଞ୍ଚ ପରେ କୋର୍ଟରେ ହାଜର

ବେଙ୍ଗାଲୁରୁ – ଯୌନ ଶୋଷଣ ଓ ସେକ୍ସ ସ୍କାଣ୍ଡାଲର ଅଭିଯୁକ୍ତ ହାସନ ସିଟ୍‌ରୁ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ତାଙ୍କର ମେଡିକାଲ ଯାଞ୍ଚ ପରେ ଶୁକ୍ରବାର କୋର୍ଟରେ ହଜାର କରାଯାଇଛି। ଏସଆଇଟି କୋର୍ଟଙ୍କୁ ରେବନ୍ନାଙ୍କର ରିମାଣ୍ଡରେ ଦାବି କରିଛି ସୂତ୍ରାନୁସାରେ , ଏସଆଇଟି ପ୍ରଜ୍ୱଳ ରେବନ୍ନାଙ୍କର ପୋଟେନ୍ସି ଟେଷ୍ଟ କରାଇବା ଉପରେ ବିଚାର କରୁଛି।

ଏହା ପୂର୍ବରୁ ଜେଡିଏସରୁ ବହିଷ୍କୃତ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ମେଡିକାଲ ଯାଞ୍ଚ ପାଇଁ ବେଙ୍ଗାଲୁରୁର ବାରିଂ ଆଣ୍ଡ ଲେଡି କର୍ଜନ ହସ୍ପିଟାଲ ନିଆଯାଇଛି। ମେଡିକାଲ ଟେଷ୍ଟ ପରେ ତାଙ୍କୁ ସିଟି ସିଭିଲ କୋର୍ଟରେ ହାଜର କରାଯାଇଛି। ଏବେ ଖବର ଅନୁସାରେ ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । 

ଏସଆଇଟି କୋର୍ଟଙ୍କୁ ଦୁଇଟି ରିପୋର୍ଟ ପ୍ରଦାନ କରିଥିଲା। ବିଚାରପତି ଏସଆଇଟିକୁ କେସ୍‌ ଡାଏରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିଛି ସୂତ୍ରାନୁସାରେ ,ଏସଆଇଟି ରେବନ୍ନାଙ୍କ ପୋଟେନ୍ସି ଟେଷ୍ଟ କରାଇବା ଉପରେ ମଧ୍ୟ ବିଚାର କରୁଛି। ପୌରୁଷତ୍ୱ ଯାଞ୍ଚ ( ପୋଟେନ୍ସି ଟେଷ୍ଟ) ଏମିତି ଅପରାଧିକ ମାମଲାରେ କରାଯାଏ , ଯାହା ରେପ୍‌ ବା ଯୌନ ଶୋଷଣ ସହ ଜଡ଼ିତ। ଏହି ଯାଞ୍ଚ କୌଣସି ଅଧିକୃତ ୟୁରୋଲଜିଷ୍ଟ ଦ୍ୱାରା କରାଯାଏ, ଏହା ଦେଖିବା ପାଇଁ କି ବ୍ୟକ୍ତିଙ୍କର ପୌରୁଷତ୍ୱ ବଜାୟ ରହିଛି ନା ନାହିଁ । 

୩୫ ଦିନ ପରେ ଜର୍ମାନୀରୁ ଫେରିଥିବା ରେବନ୍ନାଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାର କିଛି ମିନିଟ୍‌ ପରେ ଏସଆଇଟି ଗିରଫ କରିଛି। ସେ ୨୭ ଅପ୍ରେଲରେ ଦେଶ ଛାଡ଼ି ଫେରାର ହୋଇ ଯାଇଥିଲେ। ବିଶେଷ କଥା ଏହା କି ଏୟାରପୋର୍ଟରେ ଯେଉଁ ଟିମ୍‌ ରେବନ୍ନାଙ୍କୁ ଗିରଫ କରିଛି , ଏଥିରେ ସବୁ ମହିଳା ସଦସ୍ୟ ସାମିଲ ଥିଲେ।

ଫରେନ୍ସିକ ଟିମ୍‌ ଏହାର ଅଡିଓ ସାମ୍ପଲ ମଧ୍ୟ ନେବ , ଯେଉଁଥିରୁ ଜଣାଯିବ କି ଭାଇରାଲ ସେକ୍ସ ଭିଡ଼ିଓ ରେ ଆସୁଥିବା ଭଏସ୍‌ ପ୍ରଜ୍ୱଲଙ୍କର କି ନାହିଁ । ପ୍ରଜ୍ୱଲଙ୍କ ବିରୋଧରେ ଏବେସୁଦ୍ଧା ଯୌନ ନିର୍ଯାତନାର ୩ଟି ମାମଲା ରୁଜୁ କରାଯାଇ ସାରିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.