ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇଏମ୍‌ଡିର ଭବିଷ୍ୟବାଣୀ; ଜୁନ୍‌ରୁ ଲାଗିରହିବ ପ୍ରବଳ ବର୍ଷା, ୭ଟି ରାଜ୍ୟରେ କମ୍‌ ରହିବ ମୌସୁମୀର ପ୍ରଭାବ

Image source: NDTV

ନୂଆଦିଲ୍ଲୀ,୨୯/୦୫: ଦେଶର ବିଭିନ୍ନ ସ୍ଥାନରେ ଅସହ୍ୟ ଗୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଭାରତୀୟ ପାଣିପାଭ ବିଭାଗ (ଆଇଏମ୍‌ଡି) କହିଛି ଯେ, ଚଳିତବର୍ଷ ଜୁନ୍‌ ମାସରେ ସ୍ବାଭାବିକ ଠାରୁ ଅଧିକ ମାତ୍ରାରେ ବର୍ଷା ହେବ। ଆଇଏମ୍‌ଡିର କହିବା କଥା ହେଲା, ଜୁନ୍‌ରେ ପୂର୍ବୋତ୍ତର ଭାରତରେ ବର୍ଷାର ପ୍ରଭାବ କମ୍‌ ଦେଖିବାକୁ ମିଳିବ।   

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୬ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ଦିଲ୍ଲୀ,ହରିୟାଣା, ରାଜସ୍ଥାନ, ପଞ୍ଜାବ ଓ ଉତ୍ତରପ୍ରଦେଶରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ସ୍ଥାନରେ ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଜମ୍ମୁ-କଶ୍ମୀର,ଲଦାଖ, ଉତ୍ତରାଖଣ୍ଡ ଏବଂ ହିମାଚଳର କିଛିଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

ଆଇଏମ୍‌ଡି ନିର୍ଦ୍ଦେଶକଙ୍କ ମୁତାବକ, ଓଡ଼ିଶା ଏବଂ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟର ଅନେକ ସ୍ଥାନରେ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଚାଷବାସ ପାଇଁ ଚଳିତ ବର୍ଷର ମୌସୁମୀ ଅନୁକୁଳ ରହିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.