ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରେମ ବିବାହ କରିଥିଲେ..ହେଲେ ସମ୍ପର୍କ ବିଗାଡ଼ି ଦେଲା ବୟପ୍ରେଣ୍ଡ, ଗର୍ଭବତୀଙ୍କୁ ଧରି ଛୁ ମାରିଲେ ପ୍ରେମିକ...ଫେରି ଆସିବାକୁ ସ୍ୱାମୀଙ୍କ ଗୁହାରି

ପିପିଲି,୨୮/୦୫: ପ୍ରେମ ବିବାହ କରିଥିଲେ । ଜୀବନଠୁ ଅଧିକ ଭଲ ପାଉଥିବା ସ୍ତ୍ରୀଙ୍କ ପାଦତଳେ ଅଜାଡ଼ି ଦେଇଥିଲେ ସବୁ ଖୁସି । ହେଲେ ଦାମ୍ପତ୍ୟରେ ତୃତୀୟ ମଣିଷର ଏଣ୍ଟ୍ରି  ବିଗାଡ଼ି ଦେଲା ସବୁକିଛି । ପ୍ରେମିକ ସାଜିଥିବା ବ୍ୟକ୍ତି ପ୍ରଲୋଭିତ କରି ୬  ମାସର ଗର୍ଭବତୀ ସ୍ତ୍ରୀଙ୍କୁ ରାତି ଅଧରେ କୌଶଳକ୍ରମେ ଉଠାଇନେଲା । ଘରେ ଥିବା ୩୦ ଲକ୍ଷ ଟଙ୍କା, ସୁନାଗହଣା ମଧ୍ୟ ନେଇଗଲା । ଘଟଣାକୁ ଦୁଇମାସ  ବିତିଛି । ଥାନାରେ ଏତଲା ମଧ୍ୟ ହୋଇଛି । ତଥାପି ମହିଳାଙ୍କ ସନ୍ଧାନ ମିଳୁନାହିଁ ।  ଏଭଳି ସ୍ଥିତିରେ ସାମ୍ବାଦିକ ସମ୍ମିଳନୀ କରି ସ୍ତ୍ରୀଙ୍କୁ ଘରକୁ ଫେରି ଆସିବାକୁ କାନ୍ଦିକାନ୍ଦି ନିବେଦନ କରିଛନ୍ତି ଅସହାୟ ସ୍ୱାମୀ ।

ପିପିଲି ଥାନା ଓରକଳ ଗାଁ ପଡ଼ାରୁ ଆସିଥିବା ପ୍ରେମ-ପରକୀୟା-ଧୋକାର ଏଭଳି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି । ପିପିଲି ଥାନା ଅଞ୍ଚଳର ସମ୍ପୃକ୍ତ  ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିବାବେଳେ ଗତ ମାର୍ଚ୍ଚ ୩୦ରେ ସବୁକିଛି ଓଲଟପାଲଟ୍‌  ହୋଇଯାଇଥିଲା । ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଛବି ମହାନ୍ତି କୌଶଳକ୍ରମେ  ସ୍ତ୍ରୀଙ୍କୁ ଉଠାଇ ନେଇଥିଲା । 

ଜମିବିକ୍ରି  କରି ରଖିଥିବା ୩୦ ଲକ୍ଷ ଟଙ୍କା, ସମସ୍ତ  ସୁନାଗହଣା ମଧ୍ୟ ନେଇଯାଇଥିଲା । ସିସିଟିଭି ଫୁଟେଜ୍‌ରୁ ଘଟଣା ସ୍ପଷ୍ଟ ପରେ  ସେ ଖୋଳତାଡ଼ କରିଥିଲେ । ପରେ ସେ  ପିପିଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଛବିଙ୍କ ବିରୋଧରେ ପ୍ରମାଣ  ମଧ୍ୟ ଦେଇଥିଲେ । ହେଲେ ପୁଲିସ ଆଖିଦୃଶିଆ ପଦକ୍ଷେପ ନେଇ ନଥିଲା ।  ସ୍ତ୍ରୀଙ୍କୁ ଉଦ୍ଧାର କରିବାରେ ବିଫଳ ହେବା ପରେ ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ  ହୋଇଥିଲେ। ତଥାପି ସୁଫଳ ନ ମିଳିବାରୁ  ସାମ୍ୱାଦିକ ସମ୍ମିଳନୀ କରି ସ୍ତ୍ରୀଙ୍କୁ ଘରକୁ ଫେରି ଆସିବାକୁ ନେହୁରା ହୋଇଛନ୍ତି  ସ୍ୱାମୀ । ଏଥିସହ ଅପହରଣରେ ସମ୍ପୃକ୍ତ  ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପିପିଲି  ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଦୀପକ୍‌ କୁମାର  ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.