ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ

ଭଦ୍ରକ ୨୬/୦୨: ପାଣି ଠୋପେ ଦେଲେ ନାହିଁ । ପେଟକୁ ଖୁନ୍ଦା ମାରିଲେ । କିଛି ସମୟ ପରେ ଆଖିବୁଜିଲେ ଗର୍ଭବତୀ ମହିଳା । ପିଲା ମଧ୍ୟ ପେଟରେ ଅଛି । ଗର୍ଭବତୀଙ୍କ ମୃତ୍ୟୁ ପରେ ଅନେକ ରୋଗୀ ମେଡିକାଲ ଛାଡି ପଳାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ମାତୃ ଶିଶୁ ସ୍ୱାସ୍ଥ୍ୟ ଶାଖା ରେ ଘଟିଛି  । ମେଡିକାଲରେ‌ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ମୁତାବିକ, ଆଗରପଡା ଥାନା ଅନ୍ତର୍ଗତ ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରଥମେ ଆଗରପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ରାତି ୧୦ ଟାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ନର୍ମାଲ ଡେଲିଭରି ପାଇଁ ମେଡିକାଲର ନର୍ସ କହିଥିବା ସମ୍ପର୍କୀୟ କହିଛନ୍ତି । ତେବେ କିଛି ସମୟ ପରେ ନର୍ସମାନେ ଗର୍ଭବତୀଙ୍କୁ ପେଟକୁ ଖୁନ୍ଦା ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଖୁନ୍ଦା ମାରିବାର କିଛି ସମୟ ପରେ ପେଟରେ ପିଲା ଥାଇ ମା' ମୃତ୍ୟୁ ବରଣ କରିଛନ୍ତି । ଘଟଣାକୁ ନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମେଡିକାଲରେ ଉତ୍ତେଜନା ଦେଖା ଦେଇଛି । ତେବେ ଡାକ୍ତର ଓ ନର୍ସଙ୍କୁ ଗିରଫ ନକଲେ ମୃତଦେହ ନେବେ ନାହିଁ ବୋଲି ପରିବାର ଲୋକେ ଅଡ଼ି ବସିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.