ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାଦନ ଦୁଃଖ : ଗାଁକୁ ଫେରିବା ବେଳେ ରାସ୍ତାରେ ଗର୍ଭବତୀଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୬/୬ : ଗାଁରେ ମିଳୁନି କାମଧନ୍ଦା ।  ଫଳରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । କେତେବେଳେ ଦାଦନଙ୍କ ସେଠାରେ ମୃତ୍ୟୁ ଘଟୁଛି ଆଉ କେତେବେଳେ ରୋଗରେ  ପଡି ଗାଁକୁ ଫେରୁଛନ୍ତି। ଏହିପରି ଏକ  ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲାରେ। ଅନ୍ୟ ରାଜ୍ୟକୁ ପରିବାର ସହ ଦାଦନ ଖଟିବାକୁ ଯାଇ ଗାଁକୁ ଫେରୁଥିବା ବାଟରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମାହାଗୁଡ଼ି ଗ୍ରାମର ଲିଜା ନାୟକ।

 କନ୍ଧମାଳ ଜିଲ୍ଲାକୁ ପ୍ରତି ସପ୍ତାହର ମଙ୍ଗଳବାର କେରଳ ରାଜ୍ୟର ଗାଡି  କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳକୁ ଆସୁଥିବା ଦେଖିବାକୁ ମିଳୁଛି। ଏହି ଗାଡ଼ିରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତାଜୁଙ୍ଗିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାହାଗୁଡ଼ି ଗ୍ରାମର ଅଜୟ ନାୟକ (୨୫), ସ୍ତ୍ରୀ ଲିଜା ନାୟକ (୨୦) ଓ ପାଞ୍ଚ ବର୍ଷର ପୁଅ ସୁମନକୁ ନେଇ ସପରିବାରେ  କେରଳର ପାଲକାଡ଼ାରେ ଦାଦନ ଖଟିବାକୁ ଗତବର୍ଷ ନଭେମ୍ବର ମାସରେ ଯାଇଥିଲେ। ଚଳିତ ମାସ ୩ ତାରିଖରେ ୯ ମାସ ଗର୍ଭବତୀ ଥିବା ସ୍ତ୍ରୀ କୁ ନେଇ ନିଜ ଗାଁ ମାଟିକୁ କେରଳରୁ ଟ୍ରେନରେ ଫେରୁଥିଲେ।  ସ୍ତ୍ରୀ ଲିଜାର ସ୍ବାସ୍ଥ୍ୟ ଅସୁସ୍ଥତାରୁ   ରାଜମନ୍ଦିର ଷ୍ଟେସନରେ ଓହ୍ଲାଇ ଅଟୋ ଯୋଗେ ଡ଼ାକ୍ତର ଖାନାରେ ପହଞ୍ଚାଇ ଥିଲେ। ହେଲେ ସେଠି ଡ଼ାକ୍ତର ଲିଜାଙ୍କ ସହିତ ଗର୍ଭସ୍ତ ଶିଶୁକୁ ମୃତ୍ୟୁ ଘୋଷଣା କରିଥଲେ। ପାଖରେ ପାଞ୍ଚ ବର୍ଷର ପୁଅ ସୁମନ ଥିଲା। ଘରୋଇ ଆମ୍ବୁଲାନ୍ସରେ ଗତକାଲି ଲିଜାଙ୍କ ମର ଶରୀର ମହାଗୁଡ଼ି ଗ୍ରାମରେ  ପହଞ୍ଚି ଥିଲା। ହେଲେ ବହୁ କଷ୍ଟରେ ଘରୋଇ  ଆମ୍ବୁଲାନ୍ସ ଭଡା ଟଙ୍କା ଋଣ କରି ପଇଠ କରିଥିବା ଜଣା ପଡିଛି। 

 ସୂଚନାଯୋଗ୍ୟ  ଯେ  ଗତ ବର୍ଷ ନଭେମ୍ବର ମାସରେ ଅଜୟ, ସ୍ତ୍ରୀ  ଛୁଆକୁ ନେଇ ଦାଦନ ଖଟିବାକୁ କେରଳ ଯାଇଥିଲେ। ହେଲେ ଏବେ ସ୍ତ୍ରୀ (ଲିଜା) କୁ ହରାଇ ଅଜୟ ଆଜି ଏକା ହୋଇଯାଇଛନ୍ତି । ସୁନାର ସଂସାର ତାର ଚୂର ମାର ହୋଇ ଯାଇଛି। ଋଣ କରି ଆମ୍ବୁଲାନ୍ସ ଭଡା ୩୨ହଜାର ଟଙ୍କା ପଇଠ କରିଛି। କେମିତି ସୁଝିବ ଋଣ କରିଥିବା ଆମ୍ବୁଲାନ୍ସ ଭଡ଼ା ଟଙ୍କା ସେ ନେଇ ସେ ଚିନ୍ତାରେ ରହିଛନ୍ତି । ସ୍ତ୍ରୀର ସୁଦ୍ଧକ୍ରିୟା କେମିତି କରିବ, ପାଖରେ ୫ବର୍ଷର ଶିଶୁ ପୁତ୍ରକୁ କେମିତି କଣ ମଣିଷ କରିବ ତାହା ଭାବି ଭାବି ଅଜୟ ନାୟକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଅଜୟର ଏହି ଦୁର୍ଦ୍ଦିନରେ ପ୍ରଶାସନ ଅନ୍ତତଃ ଆମୁଲାନ୍ସ ବାବଦରେ ଖର୍ଚ୍ଚ ହୋଇଥିବା ସହାୟତା ଯୋଗାଇ ଦେବା ସହିତ ପାଞ୍ଚ ବର୍ଷ ଶିଶୁର ଭବିଷ୍ୟତ ଗଠନ ନିମନ୍ତେ ସହଜୋଗ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.