ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଜନ୍ମମାଟିରେ ମହାମହିମ: ବାଦାମପାହଡ଼ରେ ୩ ଟ୍ରେନ୍‌ ଚଳାଚଳ ଶୁଭ ଦେବେ ରାଷ୍ଟ୍ରପତି, ଭିସୁଟ୍‌ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ରାଇରଙ୍ଗପୁର/ସମ୍ବଲପୁର,୨୧/୧୧: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତର ଦ୍ବିତୀୟ ଦିନ। ଜନ୍ମମାଟିରେ ରାଷ୍ଟ୍ରପତି ପ୍ରଥମେ ସକାଳରେ ପାହାଡପୁର ସ୍ଥିତ ତାଙ୍କ ସ୍ୱର୍ଗତଃ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ସ୍ଥାପିତ ଏସ.ଏଲ.ଏସ. ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯିବେ। ସ୍କୁଲ ନିକଟରେ ଗତବର୍ଷ ନିଜ ହାତରେ ଶିଳାନ୍ୟାଶ କରିଥିବା ଏଲ.ଆଣ୍ଡ୍. ଟି ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ। ତା ପରେ ସ୍କୁଲ ପରିସରକୁ ଯାଇ ଦିବଙ୍ଗତ ସ୍ୱାମୀ ଓ ୨ ପୁତ୍ର ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ପ୍ରଥମେ ପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନୋଟି ନୂତନ ଟ୍ରେନର ଶୁଭ ଉଦ୍‌ଘାଟନ କରିବେ । ଉକ୍ତ ଟ୍ରେନଗୁଡ଼ିକ ହେଲା ବାଦାମପାହାଡ଼-ରାଉରକେଲା ମେମୁ, ବାଦାମପାହାଡ଼ ରାଉରକେଲା ସାପ୍ତାହିକ ଓ ବାଦାମପାହାଡ଼ ସାଲିମାର ସାପ୍ତାହିକ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ୍‌ ଷ୍ଟେସନ ଯୋଜନା ଅନ୍ତର୍ଗତ ବାଦାମପାହାଡ଼ ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ପରେ ପରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି । ଏଥିସହ ଡାକ ବିଭାଗର ସ୍ୱତନ୍ତ୍ର କଭର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାର ରହିଛି ।

ପରେ ରାଷ୍ଟ୍ରପତି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ପରେ ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ ମହାମହିମ । ସେଠାରୁ ବୁର୍ଲା ଫେରି ରାତ୍ରିଯାପନ କରିବେ । ୨୨ ତାରିଖରେ ସମ୍ବଲପୁର ରେଙ୍ଗାଲି ବ୍ଲକ କିଲାସମା ଷ୍ଟାଡିୟମ୍‌ରେ ପହଞ୍ଚି ବ୍ରହ୍ମକୁମାରୀ ଶିକ୍ଷା ପ୍ରଭାଗ ଦ୍ୱାରା "ନୂଆ ଭାରତ ପାଇଁ ନୂଆ ଶିକ୍ଷା ରାଷ୍ଟ୍ରୀୟ ଅଭିଯାନ’କୁ ଶୁଭାରମ୍ଭ କରିବେ । 

Copyright © 2022 - Summa Real Media Private Limited. All Rights Reserved.