ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଋଷିଆ ବିରୋଧରେ ବଡ଼ ଯୋଜନା କରୁଛି କି ୟୁକ୍ରେନ ? ଅଚାନକ ସମସ୍ତ ବିଦେଶ ଗସ୍ତ ବାତିଲ୍‌ କଲେ ଜେଲେନସ୍କି

Image Courtesy: indiatvnews

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ନିଜର ସମସ୍ତ ବିଦେଶ ଗସ୍ତ ବାତିଲ କରିଦେଇଛନ୍ତି । ଉତ୍ତର ଖାରକିଭ୍‌ରେ ଋଷିଆ ଆକ୍ରମଣ ଜୋରଦାର କରୁଥିବା ବେଳେ ହଠାତ ଭୋଲଡିମିର ଜେଲେନସ୍କିଙ୍କ ବିଦେଶ ଗସ୍ତ ବାତିଲ ହେବାକୁ ନେଇ ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମସ୍ତ ବିଦେଶ କାର୍ଯ୍ୟକ୍ରମ ଲାଗି ନୂଆ ତାରିଖ ଠିକ୍‌ କରିବାକୁ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ବୋଲି ପ୍ରେସ୍‌ ସଚିବ ସର୍ଜି ନିକିଫୋରୋଭ ଫେସବୁକରେ ସୂଚନା ଦେଇଛନ୍ତି । 

 ଦୁଇ ବର୍ଷରୁ ଅଧିକ ସମୟ ଧରି ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । କେତେବେଳେ ଯୁଦ୍ଧର ତୀବ୍ରତା କମୁଛି ତ ପୁଣି କେତେବେଳେ ଆକ୍ରମଣାତ୍ମକ ଢ଼ଙ୍ଗରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛି ଋଷୀୟ ସେନା । ଏବେ ଖାରକିଭରେ ଋଷିଆ ସେନା ଆକ୍ରମଣକୁ ଜୋରଦାର କରିବା ପରେ ୟୁକ୍ରେନ ପାଇଁ ନୂଆ ଆହ୍ବାନ ସୃଷ୍ଟି ହୋଇଛି । ସେଠାରେ ଗୋଟିଏ ଗାଁକୁ କବଜା କରିନେବା ସହ ୟୁକ୍ରେନର ସୈନ୍ୟ ଠିକଣା ଉପରେ ରକେଟ ମାଡ କରିଛି ଋଷିଆ ।

 କେବଳ ସେତିକି ନୁହେଁ, ଋଷ ସେନା ୟୁକ୍ରେନ୍‌ର ଅନେକ ଡ୍ରୋନ୍‌କୁ ଧ୍ବଂସ କରିଛି । ଆର୍ମି ଟାକ୍ଟିକାଲ୍‌ ମିସାଇଲ ଏବଂ ଏରିୟଲ୍‌ ବୋମା ନଷ୍ଟ କରିପକାଇଛି ଋଷ । ୟୁକ୍ରେନ ସେନାର ଜେନେରାଲ୍‌ ଷ୍ଟାଫ୍‌ କହିଛନ୍ତି ଯେ, ଖାରକିଭ୍‌ରେ ଋଷିଆ ଜୋରଦାର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନୀୟ ସେନା ମଧ୍ୟ ଏହାର ଜବାବ ଦେଉଛି । କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି ବୋଲି ସେ କହିଛନ୍ତି । 

 

  • Russia
  • Russian President
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.