ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଙ୍ଗଳବାର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରାଣସୀ,୧୪/୦୫:  ମଙ୍ଗଳବାର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶାଳ ଶୋଭାଯାତ୍ରରେ ଆସି ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।  ଜୁନ୍‌ ୧ରେ ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ବାରାଣସୀ ଲୋକସଭା ଆସନରେ ଭୋଟ ହେବ । ବାରାଣସୀରୁ ଲଗାତର ତୃତୀୟ ଥର ଜିତିବା ପାଇଁ ଆଶା ରଖିଛନ୍ତି ମୋଦି ।

ମୋଦିଙ୍କୁ ନାମାଙ୍କନ ଦାଖଲ କରିବାର ସମୟ ସାରଣୀ ଅନୁଯାୟୀ, ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ୧୦.୪୫ରେ ଏନଡିଏ ନେତାଙ୍କ ସହିତ ବୈଠକ କରିବେ।  ଏହା ପରେ ୧୧.୦୦ରୁ ୧୨ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣସୀ ଲୋକସଭା ଆସନରେ ନାମାଙ୍କନ ଦାଖଲ କରିବେ । ପ୍ରାର୍ଥିପତ୍ର ଦାଖଲ ପରେ ମୋଦି ଝାଡ଼ଖଣ୍ଡ ଗସ୍ତରେ ଯିବେ ।

ସୋମବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ୟୁପିର ବାରାଣସୀରେ ୩ ଘଣ୍ଟା ଧରି ରୋଡ୍‌ ସୋ’  କରିଥିଲେ । ଏହା ୬ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ରଥରେ ମୋଦିଙ୍କ ସହ ୟୁପି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି  ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ। 

ମୋଦି  ବନାରସ  ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ୍‌ଠାରେ ପଣ୍ଡିତ  ମଦନ ମୋହନ ମାଲବୀୟଙ୍କ ପ୍ରତିମୂର୍ତ୍ତିରେ  ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରୋଡ୍‌  ସୋ’ ଆରମ୍ଭ କରିଥିଲେ । ମୋଦିଙ୍କୁ ସ୍ୱାଗତ  ଜଣାଇବା ଲାଗି ରାସ୍ତାସାରା ୧୦୦ଟି ମଞ୍ଚ  ପ୍ରସ୍ତୁତ ହୋଇଥିଲା । ମଞ୍ଚ ଉପରେ ଚଢ଼ି ଲୋକେ ‘ହର-ହର ମୋଦି’ ସ୍ଲୋଗାନ ଦେଇଥିଲେ । ୫୧ଟି ସ୍ଥାନରେ ମୋଦିଙ୍କର  ଆରତି ହୋଇଥିଲା । ଡମ୍ବରୁ ବାଦନ,  ଶେହନାଇ ଏବଂ ଶଙ୍ଖନାଦରେ ଚାରିଆଡ଼  ପ୍ରକମ୍ପିତ ହୋଇଯାଇଥିଲା । ମୋଦି ଓ  ଯୋଗୀ ହାତ ଯୋଡ଼ି ଲୋକଙ୍କର ଅଭିବାଦନ  କରିଥିଲେ । ହାତରେ ସେମାନେ ପଦ୍ମଚିହ୍ନ  ଥିବା ଲାଇଟ୍‌ ଦେଖାଇ ଲୋକଙ୍କ ସମର୍ଥନ  ଲୋଡ଼ିଥିଲେ । ରୋଡ୍‌ ସୋ’ ରବିଦାସ ଗେଟ୍‌  ନିକଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ  କାନ୍ଧରେ ଗାମୁଛା ପକାଇଥିଲେ । ସମର୍ଥକଙ୍କ  ପ୍ରବଳ ଭିଡ଼ ଯୋଗୁ ଗାଡ଼ି ଖୁବ ଧିମା  ଗତିରେ ଆଗକୁ ବଢ଼ିଥିଲା । କାଶୀ ବିଶ୍ୱନାଥ  ମନ୍ଦିର ନିକଟରେ ରୋଡ୍‌ ସୋ’ ଶେଷ  ହୋଇଥିଲା । ଏହାପରେ ମୋଦି ରଥରୁ  ଓହ୍ଲାଇ ମନ୍ଦିର ଯାଇ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ନେଇଥିଲେ । ରୋଡ୍‌ ସୋ’ ବେଳେ ବଙ୍ଗାଳୀ  ସମାଜର ମହିଳାମାନେ ବଙ୍ଗଳାରେ ଗୀତ  ଗାଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ମୋଦି  ଆମର ଭାଇ ବୋଲି ମୁସ୍‌ଲିମ ମହିଳାମାନେ  କହିଥିଲେ । ମୋଦିଙ୍କୁ ଦେଖିବାକୁ ସେମାନେ  ରାତିସାରା ଶୋଇ ନ ଥିବା କହିଥିଲେ । ବାରାଣସୀର ଗୋଦୌଲିଆ ଚୌକରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  ହୋଇଥିଲା । ଯାଦବ ସମାଜ ପକ୍ଷରୁ  କଳାକାରମାନେ ମୟୂର ନୃତ୍ୟ ପରିବେଷଣ  କରିଥିଲେ । ସୁରକ୍ଷା ପାଇଁ ଆର୍‌ଏଏଫ୍‌ର  ୫ ହଜାର ଯବାନ ମୁତୟନ ହୋଇଥିଲେ । 

ମୋଦିଙ୍କ ରୋଡ୍‌ ସୋ’ ମୈଦାଗିକ  ଚୌରା, କବୀରଚୌରା, ଲହୁରାବୀର,  ତେଲିଆବାଗ ତିରାହା, ଚୌକାଘାଟ ଚୌରା,  ଲକଡ଼ି ମଣ୍ଡି, କ୍ୟାଣ୍ଟନମେଣ୍ଟ ଓଭରବ୍ରିଜ,  ଲହରତାରା ଚୌରା, ମଣ୍ଡୁଆଡିହ ଚୌରା  ଏବଂ କାକରମଟ୍ଟ ଓଭରବ୍ରିଜ୍‌ ଦେଇ  ଯାଇଥିଲା । ରୋଡ୍‌ ସୋ’ ପରେ ମୋଦି କାଶୀ  ବିଶ୍ୱନାଥ ଦର୍ଶନ କରିଥିଲେ । ଏହାପରେ  ବିଏଲ୍‌ଡବ୍ଲ୍ୟୁ ଗେଷ୍ଟ ହାଉସରେ ରାତ୍ରିଯାପନ  କରିଥିଲେ । 

  • PrameyaOdia
  • prameya
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.