ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୧୩/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୮ ତାରିଖରେ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିବେ । ସେଠାରେ ହେବାକୁ ଥିବା ଚାଷୀ ସମ୍ମିଳନୀକୁ ସମ୍ବୋଧନ କରିବେ । ଏଥିସହ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସମ୍ମାନ ନିଧି କିସ୍ତି ଟଙ୍କା ଛାଡ଼ିବେ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦିଙ୍କର ଏହା ପ୍ରଥମ ବାରାଣସୀ ଗସ୍ତ ହେବ । ମୋଦିଙ୍କ ଗସ୍ତକୁ  ଦୃଷ୍ଟିରେ ରଖି ବାରାଣସୀ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି ।  ମୋଦି ବାରାଣସୀ ଲୋକସଭା ଆସନରୁ ମଧ୍ୟ ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ।  ଏଥର କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ସେ ୧,୫୨,୫୧୩ ଭୋଟରେ ପରାଜିତ  କରିଥିଲେ । ମୋଦି ୪.୫ ଘଣ୍ଟା ଧରି ବାରାଣସୀରେ ବିତାଇବେ । ଏହି ସମୟରେ  ମୋଦି କାଶୀ ବିଶ୍ୱନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

  • PrameyaOdia
  • prameya
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.