ଚୌଦ୍ଵାର, ୦୫/୦୮ : ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜୀବନ ସଜା କାଟୁଥିବା କଏଦୀଙ୍କ ଆତ୍ମହତ୍ୟା। ମୃତ କଏଦୀ ଜଣଙ୍କ ହେଉଛନ୍ତି ଯାଜପୁର ଅଞ୍ଚଳର ମହେନ୍ଦ୍ର ଦାସ। ଏନେଇ ଚୌଦ୍ଵାର ଜେଲର ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଯାଜପୁର ଅଞ୍ଚଳର ମହେନ୍ଦ୍ର ଦାସ ୨୦୦୬ ମସିହା ଠାରୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲେ। ସେ ନିଜର ଦୁଇ ସନ୍ତାନକୁ ହତ୍ୟା କରିବା ଅଭିଯୋଗରେ ଦୀର୍ଘ ୧୫ ବର୍ଷ ହେବ ଚୌଦ୍ଵାର ଜେଲର ମାନସିକ ବିଭାଗରେ ଥିଲେ। ରବିବାର ବିଳମ୍ଵିତ ରାତିରେ ମହେନ୍ଦ୍ର ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି। ସେ ମାନସିକ ରୋଗାଗ୍ରସ୍ତ ଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। ମହେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।