ପ୍ରମୂଖ ଖବର
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଏସ୍‌ସିବିରେ ଚିକିତ୍ସାଧୀନ କଏଦୀର ମୃତ୍ୟୁ,ବ୍ୟବଚ୍ଛେଦ ପରେ ମୃତଦେହକୁ କରାଯିବ ହସ୍ତାନ୍ତର

କଟକ,୧୧/୦୬: ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜେଲ୍‌ରୁ ଆସିଥିବା ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ସରୋଜ କୁମାର ସୁବୁଦ୍ଧି (୫୪) । ମୃତଦେହ ବ୍ୟବଚ୍ଛେଦ ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ସରୋଜ ଦୋଷୀ ସାବ୍ୟସ୍ତ ହୋଇ ଖୋର୍ଦ୍ଧା ଜେଲ୍‌ରେ ସଜା କାଟୁଥିଲେ । ସ୍ୱାସ୍ଥ୍ୟ ବିଗିଡ଼ିବାରୁ ୨୦ ଦିନ ହେବ ଏସ୍‌ସିବି ଆସି ମେଡ଼ିସିନ୍‌ ବିଭାଗ  ଆଇସିୟୁରେ ଚିକିତ୍ସା ହେଉଥିଲେ । ସେ ଏକାଧିକ  ରୋଗରେ ପୀଡ଼ିତ ଥିଲେ । ମାତ୍ର ଆଇସିୟୁରେ ଭର୍ତ୍ତି ହେବା ପରଠାରୁ ସରୋଜଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିନଥିଲା । ସୋମବାର ସକାଳେ  ସରୋଜଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଲେ। ପରେ ନିୟମ ଅନୁସାରେ ମାଜିଷ୍ଟ୍ରେଟ୍‌ଙ୍କ  ଉପସ୍ଥିତିରେ ସରୋଜଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଏନେଇ ମଙ୍ଗଳାବାଗ  ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.