ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଋଣକୁ ନେଇ ସରକାରଙ୍କୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ, ପଚାରିଲେ ‘କାହିଁକି ଉଠାଇବେ ୧୪ ଲକ୍ଷ କୋଟି ?’

ନୂଆଦିଲ୍ଲୀ, ୩୦/୦୩: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଶନିବାର ସୋସିଆଲ୍ ମିଡିଆ ଏକ୍ସରେ ପ୍ରିୟଙ୍କା ପଚାରିଛନ୍ତି, କାହିଁକି ସରକାର ୧୪ ଲକ୍ଷ କୋଟି ଋଣ କରିବେ । ପ୍ରିୟଙ୍କା ଲେଖିଛନ୍ତି, ଅର୍ଥ ମନ୍ତ୍ରଣାଳୟ କହୁଛି ଭାରତ ସରକାର ଚଳିତ ଆର୍ଥିକ ବର୍ଷରେ ୧୪ ଲକ୍ଷ କୋଟିରୁ ଅଧିକ ଋଣ କରିବେ, ତେବେ କାହିଁକି ?

ପ୍ରିୟଙ୍କା କହିଛନ୍ତି, ସ୍ୱାଧୀନତା ପର ଠାରୁ ୨୦୧୪ ପର୍ଯନ୍ତ ୬୭ ବର୍ଷରେ ଦେଶ ଉପରେ ମୋଟ ଋଣଭାର ୫୫ ଲକ୍ଷ କୋଟି ଟଙ୍କା ଥିଲା । ଯେତେବେଳେ କି ବିଗତ ୧୦ ବର୍ଷରେ ଏକାକୀ ମୋଦି ସରକାର ସମୟରେ ଏହା ୨୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ଋଣଭାରକୁ ନେଇ ପ୍ରିୟଙ୍କା ପଚାରିଛନ୍ତି, ଟଙ୍କା କାହା ଉପରେ ଖର୍ଚ୍ଚ ହୋଇଛି ? ଅରବପତିଙ୍କୁ ଋଣଛାଡ଼ ଲାଗି କେତେ ଟଙ୍କା ଖର୍ଚ୍ଚ ହୋଇଛି ?

କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ବିଗତ ୧୦ ବର୍ଷ ମଧ୍ୟରେ ସରକାର ପ୍ରାୟ ୧୫୦ ଲକ୍ଷ କୋଟି ଟଙ୍କା ଋଣ କରିଛନ୍ତି । ସରକାରଙ୍କ ଋଣ ଅନୁସାରେ ଏବେ ଦେଶର ପ୍ରତ୍ୟେକ ନାଗରିକଙ୍କ ଉପରେ ହାରାହାରି ଋଣଭାର ଦେଢ଼ ଲକ୍ଷ ଟଙ୍କା । ପ୍ରିୟଙ୍କା ପଚାରିଛନ୍ତି ଏହି ଟଙ୍କା ରାଷ୍ଟ୍ର ନିର୍ମାଣର କେଉଁ କାର୍ଯ୍ୟରେ ଲାଗିଛି ।

ପ୍ରିୟଙ୍କାଙ୍କ ପ୍ରଶ୍ନ

କଣ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ?

କଣ କୃଷକଙ୍କ ଆୟ ଦ୍ୱି ଗୁଣିତ ହୋଇଛି ?

କଣ ବିଦ୍ୟାଳୟ ଓ ହସ୍ପିଟାଲ୍ ରୂପରେଖ ବଦଳିଛି ?

ପବ୍ଲିକ ସେକ୍ଟର ମଜଭୁତ୍ ହେବା ବଦଳରେ ଦୁର୍ବଳ ହୋଇଛି ।

କଣ ବଡ଼ ବଡ଼ କାରଖାନା ସହ ଶିଳ୍ପ ଗଢ଼ି ଉଠିଛି ?

ପ୍ରିୟଙ୍କା ପଚାରିଛନ୍ତି, ଯଦି ଏଭଳି ହୋଇନି ତ ଟଙ୍କା କୁଆଡ଼େ ଗଲା ? କାହା ଉପରେ ଖର୍ଚ୍ଚ ହୋଇଛି ଏତେ ଟଙ୍କା ? ଏବେ ସରକାର ଏତେ ଟଙ୍କା ଋଣ ଉଠାଇବାକୁ ଯାଉଥିବାରୁ ପ୍ରଶ୍ନ ଉଠୁଛି ଗତ ୧୦ ବର୍ଷରେ ସାଧାରଣ ଜନତାଙ୍କୁ କେତେ ଆଶ୍ୱସ୍ତି ମିଳିଛି । ଆଶ୍ୱସ୍ତି ବଦଳରେ ବଢ଼ିଛି ବେରୋଜଗାରୀ । ଦରଦାମ ବଢ଼ିବା ସହ ବିଜେପି ସରକାର ଲୋକଙ୍କୁ ଋଣରେ ବୁଡ଼ାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.