ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଅବ୍ୟବସ୍ଥାରେ ପୁକେଶ ପ୍ରାଥମିକ ବିଦ୍ୟାଳୟ, ବାରଣ୍ଡାରେ ଚାଲିଛି ପାଠପଢା

କାଶୀପୁର,୨୦।୧୧ :  ଅବ୍ୟବସ୍ଥାରେ କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ପୁକେଶ ପ୍ରାଥମିକ ବିଦ୍ୟାଳୟ।  ୧୭ ଜଣ ପିଲାଙ୍କ ପାଇଁ ରହିଛନ୍ତି ୨ ଜଣ ଶିକ୍ଷକ। ତେବେ ଶ୍ରେଣୀ ଗୃହ ନଷ୍ଟ ହୋଇଯାଇଥିବାରୁ ବାରଣ୍ଡାରେ ପାଠପଢା ଚାଲିଛି।  

୧୯୭୫ ମସିହାରେ ସ୍ଥାପିତ ପୁକେଶ ପ୍ରାଥମିକ ବିଦ୍ୟାଳୟର ପାଞ୍ଚଟି ଶ୍ରେଣୀ ରହିଛି। ୧୭ ଜଣ ଛାତ୍ର ଛାତ୍ରୀଙ୍କପାଇଁ ଦୁଇ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଗାଁ ଠାରୁ ଅଳ୍ପ କିଛି ଦୂରରେ ଉଠାଣିଆ ସ୍ଥାନରେ ଅବସ୍ଥିତ ବିଦ୍ୟାଳୟ କୋଠା ଛାତ ନଷ୍ଟ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।ନିର୍ମାଣ ଧୀନ ନୂତନ ଶ୍ରେଣୀ ଗୃହ ଦୀର୍ଘ ଦିନ ହେଲା ଅଧା ଗଢା ଅବସ୍ଥାରେ ରହିଛି ।ସେହିପରି ବିଦ୍ୟାଳୟ ପରିସରରେ ପାଣି, ପାଇଖାନା ର ସୁବିଧା ନାହିଁ ।ସେହିପରି ବିଦ୍ୟାଳୟ କୁ ଯିବା ପାଇଁ ରାସ୍ତା ନ ଥିବାରୁ ଶିଶୁ ମାନେ ହଇରାଣ ହେଉଛନ୍ତି । ବିଦ୍ୟାଳୟର ସମସ୍ୟା ନେଇ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଥିବାର ଶିକ୍ଷକ ଜଣକ କହିଛନ୍ତି ।ଏଠାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟମିତ ବିଦ୍ୟାଳୟ କୁ ଆସୁ ନ ଥିବାରୁ ପିଲାଙ୍କ ପାଠପଢା ଠିକ ଭାବେ ହେଉ ନ ଥିବାର ଗ୍ରାମବାସୀମାନେ ଅଭିଯୋଗ କହିଛନ୍ତି ।

 

Copyright © 2022 - Summa Real Media Private Limited. All Rights Reserved.