ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ପିଟିଆଇ କର୍ମୀଙ୍କ ଚେତାବନୀ: ଇମ୍ରାନ୍‌ଙ୍କୁ ଛାଡ଼, ନଚେତ୍‌ ଜେଲ ଭାଙ୍ଗିବୁ...

ଇସଲାମାବାଦ,୧୦/୦୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜେଲରୁ ମୁକ୍ତ କରିବା ଦାବିରେ ତାଙ୍କର ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ସେମାନେ ଜୋରଦାର ହଙ୍ଗାମା କରିଥିଲେ । ଇସଲାମାବାଦର ମୱେସି  ମଇଦାନରେ ସଭା କରିବା ପାଇଁ ଯାଉଥିବା ବେଳେ ପୁଲିସ  ସହ ସେମାନଙ୍କର ସଂଘର୍ଷ ହୋଇଥିଲା । ପୁଲିସ ସେମାନଙ୍କୁ ରୋକିଥିଲା । ଏହାପରେ ସେମାନେ ପୁଲିସ ଉପରେ ପଥର  ମାଡ଼ କରିଥିଲେ । ଏହାଯୋଗୁ ଇସଲାମାବାଦର ଏଏସ୍‌ପି ଶୋଏବ ଖାନ୍‌ଙ୍କ ସମେତ ଦୁଇ ଡଜନେରୁ ଅଧିକ ପୁଲିସ  କର୍ମୀ ଗୁରୁତର ଆହତ ହୋଇଛନ୍ତି । 

ଇମ୍ରାନ୍‌ଙ୍କ ସମର୍ଥକଙ୍କ  ମଧ୍ୟରେ ପାକିସ୍ତାନ ତେହରିକ୍‌-ଏ-ଇନସାଫ (ପିଟିଆଇ)  ଦଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସାମିଲ ଥିଲେ । ସେମାନେ ଶାହବାଜ ସରକାରଙ୍କୁ ୨ ସପ୍ତାହ ମହଲତ ଦେଇ ଇମ୍ରାନ୍‌ଙ୍କୁ  ଜେଲରୁ ମୁକ୍ତ କରିବାକୁ କହିଛନ୍ତି । ଅନ୍ୟଥା ସେମାନେ  ନିଜେ ଜେଲ ଭାଙ୍ଗି ଇମ୍ରାନ୍‌ଙ୍କୁ ମୁକ୍ତ କରିବେ ବୋଲି  ଚେତାବନୀ ଦେଇଛନ୍ତି । ଆନ୍ଦୋଳନ ବେଳେ ଇମ୍ରାନ୍‌ଙ୍କ  ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୁଲିସ ବ୍ୟାରିକେଡ୍‌  ଭାଙ୍ଗିଛନ୍ତି । ବଡ଼ ବଡ଼ କଣ୍ଟେନରକୁ ବି ଓଲଟାଇ ଦେଇଛନ୍ତି ।  

ଖାଇବର ପଖତୁନଖ୍ୱା ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଲ୍ଲୀ  ଅମୀନ କହିଛନ୍ତି, ଯଦି ଇମ୍ରାନ୍‌ଙ୍କୁ ୨ ସପ୍ତାହ ମଧ୍ୟରେ  ଜେଲରୁ ମୁକ୍ତ କରା ନ ଯାଏ, ତେବେ ଆମେ ନିଜେ  ତାଙ୍କୁ ମୁକୁଳାଇବୁ । ସେ ନିଜେ ଏହାର ନେତୃତ୍ୱ ନେବେ  ଏବଂ ପ୍ରଥମ ଗୁଳି ଖାଇବାକୁ ବି ପଛାଇବେ ନାହିଁ ବୋଲି  କହିଛନ୍ତି । ପାକିସ୍ତାନରେ ଫେବ୍ରୁଆରୀ ୮ରେ ନିର୍ବାଚନ ଫଳ  ପ୍ରକାଶ ପାଇବା ପରଠାରୁ ଏହା ଇମ୍ରାନ୍‌ ଖାନ୍‌ଙ୍କ ଦଳର  ପ୍ରଥମ ରାଲି ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.