ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ପାର୍ବଣରେ ପୂଜା ଲାଇସେନ୍ସ ପାଇଁ ବାର ଦୁଆର: ଏଣିକି ପୂଜାରେ ମାଇକ୍‌ ବଜାଇଲେ ଦିନକୁ ଗଣିବେ ୨୦୦ ଟଙ୍କା, ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଦାବି

ଭୁବନେଶ୍ୱର,୦୭/୦୯: ଗଣେଶ ପୂଜାରୁ ଆରମ୍ଭ । କାର୍ତ୍ତିକରେ ଶେଷ । ଆସନ୍ତା ୩ ମାସରେ ବଡ଼ ବଡ଼ ପୂଜାର ଆସର । ସେଥିରେ ଦୁର୍ଗା, ଲକ୍ଷ୍ମୀ ଓ କାଳୀ ମା’ଙ୍କ ପୂଜା ରହିଛି । ଏହି ସମୟରେ ଯଦି କେହି ମାଇକ୍‌ ବଜାଇବେ ତା’ହେଲେ କମିଶନରେଟ୍‌ ପୁଲିସ୍‌ରେ ଦିନକୁ ୨ ଶହ ଟଙ୍କା ଦେବାକୁ ପଡ଼ିବ । ଟଙ୍କା ନ ଦେଇ ମାଇକ ବଜାଇଲେ ପୁଲିସ୍‌ ସେ ମ୍ୟୁଜିକ୍‌ ସିଷ୍ଟମକୁ ଜବତ କରିବ ବୋଲି ଡିସିପି ଅଫିସ୍‌ରେ ଥିବା ଲାଇସେନ୍ସ ବିଭାଗ ପକ୍ଷରୁ ପୂଜା କମିଟିମାନଙ୍କୁ ତାଗିଦ୍ କରାଯାଇଛି । 

ଆଉ କିଛି ଦିନ ପରେ ଗଣେଶ ପୂଜା । ସେଥିପାଇଁ ଲାଇସେନ୍ସ ସେଲ୍‌ରେ ନାହିଁ ନଥିବା ଭିଡ଼ ହେଉଛି । ସେଠାରେ ଥିବା କର୍ମଚାରୀମାନେ ମଧ୍ୟ ଲାଇସେନ୍ସ ବିଷୟରେ ବୁଝାଇ ନାକେଦମ ହେଲେଣି । ହେଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ ନାହିଁ । କାରଣ ସିଙ୍ଗିଲ ୱଣ୍ଡୋ ବ୍ୟବସ୍ତା ନଥିବାରୁ ଲାଇସେନ୍ସ ପାଇଁ ବାରଦୂଆର ହେବାକୁ ପଡୁଛି । ଯେଉଁ ମଣ୍ଡପ କି ସାହି ପୂଜା ପାଇଁ ଲାଇସେନ୍ସ ନେବାକୁ ଚାହିଁବେ, ତା’ହେଲେ ସେମାନେ ଏକ ୧୦୦ ଟଙ୍କିଆ କୋର୍ଟ ପେପରରେ ପୂଜା କେତେ ଦିନ ଚାଲିବ, ଭସାଣି କେବେ ହେବ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନୋଟାରୀଙ୍କ ପାଖରୁ ଲେଖାଇ ଆଣିବେ । ଲାଇସେନ୍ସ ଆବେଦନ କରିଥିବା ବ୍ୟକ୍ତିଙ୍କ ଆଧାର କାର୍ଡର ନକଲ ସେ ବଣ୍ଡ ପେପରରେ ଯୋଡ଼ାଯିବ । ଏହାପରେ ଲାଇସେନ୍ସ ସେଲ୍‌ ପକ୍ଷରୁ ୪ଟି ବିଭାଗରୁ ଏନ୍‌ଓସି ଆଣିବାକୁ କୁହାଯିବ । ସହରାଞ୍ଚଳରେ ବିଏମ୍‌ସି ଓ ପଞ୍ଚାୟତରେ ହେଉଥିଲେ ତହସିଲ୍‌ଦାରଙ୍କ ଠାରୁ ଅନୁମତି ଆଣିବ । ସ୍ଥାନୀୟ୍‌ ଥାନା, ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ ଠାରୁ ମଧ୍ୟ ଏନ୍‌ଓସି ଆଣିବାକୁ ପଡିବ । ବିଦ୍ୟୁତ ବିଭାଗ ଓ ବିଏମ୍‌ସିକୁ ଟଙ୍କା ଦେବାକୁ ପଡ଼ିବ । ସବୁଠୁ ଏନ୍‌ଓସି ମିଳିବା ପରେ ଲାଇସେନ୍ସ ସେଲ୍‌ରେ ଦାଖଲ କରିବାକୁ ପଡିବ । ଏହାପରେ ଯେତେ ଦିନ ମାଇକ୍‌ ବାଜିବ ତା’ ପାଇଁ ଦିନକୁ ୨ ଶହ ଟଙ୍କା ଲେଖାଏଁ ଦେବାକୁ ହେବ । ଏହା ଛଡ଼ା ଲାଇସେନ୍ସ ଫି’ ୧୦୦ ଟଙ୍କା ଦେବାକୁ ହେବ । 

ବ୍ୟକ୍ତିଗତ ଖାଲି ପ୍ଲଟ୍‌ରେ ପୂଜା କଲେ ସେ ଜମିର ପଟ୍ଟା ମଧ୍ୟ ଦେବାକୁ ହେବ । ଜଣେ ବ୍ୟକ୍ତିଙ୍କୁ ଲାଇସେନ୍ସ ପାଇଁ ୫ ଦିନରୁ ଅଧିକ ସମୟ ଲାଗୁଛି । ସେଥିପାଇଁ ସିଙ୍ଗଲ୍‌ ଓି୍ୱଣ୍ଡୋ ବ୍ୟବସ୍ଥା କରିବାକୁ ସବୁ ପୂଜା କମିଟି ପକ୍ଷରୁ ଦାବି ହେଉଛି । ଭସାଣି ପାଇଁ ମଧ୍ୟ କିଛି ନିୟମ ରହିଛି । ଯେ କୌଣସି ପୂଜା ପାଇଁ କମିଶନରେଟ୍‌ ପୁଲିସ୍‌ (ଟୁଇନ୍‌ ସିଟି) ନିୟମ ସମାନ ରହିଛି । ଯେଉଁମାନେ ଲାଇସେନ୍ସ ପାଇବେ ସେମାନେ ପୂଜା ଓ ଭସାଣ ଶୋଭାଯାତ୍ରା କରିପାରିବେ । ହେଲେ ବିନା ଲାଇସେନ୍ସରେ ଲୁଚି ଛପି ପୂଜା କରିଥିବା ବ୍ୟକ୍ତି ଭସାଣ ଶୋଭଯାତ୍ରା କରିପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.