ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁନେ ପୋର୍ସେ କାର ଦୁର୍ଘଟଣା ମାମଲା: ଅଭିଯୁକ୍ତ ନାବାଳକର ମା’ ଫେରାର, ପୁଅ ସହ ବଦଳାଇଥିଲେ ବ୍ଲଡ ସାମ୍ପଲ

ନୂଆଦିଲ୍ଲୀ,୩୦।୫: ପୁନେ ପୋର୍ସେ କାର ଦୁର୍ଘଟଣା ମାମଲାରେ ବଡ଼ ଖୁଲାସା। ଅଭିଯୁକ୍ତ ନାବାଳକ ଓ ତା’ର ପରିବାର ବିଷୟରେ ଦିନକୁ ଦିନ ହେବାରେ ଲାଗିଛି ନୂଆ ଖୁଲାସା। ଏବେ ଜଣାପଡିଛି ଯେ, ନାବାଳକ ଅଭିଯୁକ୍ତର ବ୍ଲଡ ସାମ୍ପଲ ତା’ ମା’ଙ୍କ ସହିତ ବଦଳା ଯାଇଛି। ନାବାଳକର ମା' ଶିବାନୀ ଅଗ୍ରୱାଲ ନିଜକୁ ପୁଅକୁ ବଞ୍ଚାଇବା ପାଇଁ ପୁନେର ସେସନ୍ ଜେନେରାଲ୍ ହସ୍ପିଟାଲରେ ତାଙ୍କ ରକ୍ତ ନମୁନା ଦେଇଥିଲେ। ଏହି ନମୁନାକୁ ତାଙ୍କ ପୁଅର ରକ୍ତ ନମୁନା ସହ ବଦଳାଇ ଦିଆଯାଇଥିଲା। ଏଥିପାଇଁ ହୋଇଥିଲା ୩ ଲକ୍ଷ ଟଙ୍କାର ଡିଲ୍। 

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ଲଡ ସାମ୍ପଲ ଡାକ୍ତର ଶ୍ରୀହରି ହଲନୋର ନେଇଥିଲେ। ହଲନୋର ମଧ୍ୟ ଡାକ୍ତର ଅଜୟ ତାବଡେ ଓ କର୍ମଚାରୀ ଅତୁଲ ଘାଟକାମ୍ବଲେଙ୍କ ସହିତ ଗିରଫ ହୋଇଛନ୍ତି। ସୋମବାର ପୋଲିସ ପ୍ରମାଣ ନଷ୍ଟ କରିବା ଓ ରକ୍ତ ନମୁନା ବଦଳା ଯିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା। ଡାକ୍ତରଙ୍କ ଗିରଫ ପରେ ଅଭିଯୁକ୍ତର ମା’ ଶିବାନୀ ଅଗ୍ରଓ୍ବାଲ ଫେରାର ହୋଇଯାଇଛନ୍ତି।

ଉଲ୍ଲେଖନୀୟ ଯେ, ମେ' ୧୯ ତାରିଖରେ ପୁଣେର ଅଭିଯୁକ୍ତ ନାବାଳକ ରେଷ୍ଟୁରାଣ୍ଟ ଓ କ୍ଲବରେ ସାଙ୍ଗମାନଙ୍କ ସହ ମିଶି ଖୁବ୍‌ ମଦ ପିଇଥିଲା। ଏହାପରେ ନିଶାଶକ୍ତ ଅବସ୍ଥାରେ ପୁନେର କଲ୍ୟାଣ ନଗର ଅଞ୍ଚଳରେ ଦ୍ରୁତ ଗତିରେ ପୋର୍ସ କାର୍‌ ଚଳାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲେ। ଏଥିରେ ଦୁଇ  ଆଇଟି ପ୍ରଫେସନାଲଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ନାବାଳକ ଅଭିଯୁକ୍ତର ବିଲ୍ଡର ବାପା, ଜେଜେ ବାପାଙ୍କ ସହ ୧୦ରୁ ୧୨ଜଣଙ୍କୁ ଗିରିଫ କରିସାରିଲାଣି। ସେହିପରି ଅଭିଯୁକ୍ତକୁ ଏବେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.