ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣେ ପୋର୍ସ କାର୍‌ ମାମଲାରେ ନୂଆ ମୋଡ଼; ଆତ୍ମହତ୍ୟା କରିବାକୁ ଉସକାଉଥିଲେ ନାବାଳକର ବାପା ଓ ଜେଜେ

Image source: NDTV

ନୂଆଦିଲ୍ଲୀ,୦୭/୦୬: ମେ ୧୯ ତାରିଖରେ ପୁଣେରେ ହୋଇଥିବା ପୋର୍ସ କାର୍‌ ମାମଲାରେ ନୂଆ ଏକ ଦିଗ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ସାମିଲ ନାବାଳକର ବାପା ଓ ଜେଜେଙ୍କ ବ୍ୟତିତ ଅନ୍ୟ ତିନିଜଣଙ୍କ ବିରୁଦ୍ଧରେ ସହରର ଜଣେ ବ୍ୟବସାୟୀଙ୍କ ପଅକୁ ଆତ୍ମହତ୍ୟା କରିବାକୁ ଉସକାଇବା ସମ୍ବନ୍ଧୀୟ ଏକ ଅଲଗା ମାମଲା ରୁଜୁ ହୋଇଛି। ଗୁରୁବାର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୁଲିସର ସୂଚନା ମୁତାବନ, ଏହି ମାମଲାରେ ପୁଣେର ବଡ଼ଗାଓଁ ଶୋରୀ ଅଞ୍ଚଳର ନିର୍ମାଣ ବ୍ୟବସାୟୀ ଡି.ଏସ୍.କନୁରେ, ବିନୟ କାଲେ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି।   

ଡି.ଏସ୍.କନୁରେଙ୍କ ପୁଅ ଶଶିକାନ୍ତ କନୁରେ ନିର୍ମାଣ କାମ ପାଇଁ ବିନୟ କାଲେ ଠାରୁ ଋଣ ନେଇଥିଲେ। ପୁଲିସ କହିଛି ଯେ, କୁନରେ ଯେତେବେଳେ ଠିକ୍‌ ସମୟରେ ଋଣ ସୁଝି ପାରିନଥିଲେ, କାଲେ ମୂଳଧନରେ ଚକ୍ରବର୍ତ୍ତି ସୁଧ ଲଗାଇବାର ଧମକ ଦେଇ ତାଙ୍କୁ ପ୍ରତାରଣା କରିବା ଆରମ୍ଭ କରିଥିଲା। ପୁଲିସର କହିବାନୁସାରେ, ପ୍ରତାରଣାର ଶିକାର ହୋଇ ଶଶିକାନ୍ତ କନୁରେ ଚଳିତ ବର୍ଷ ଆତ୍ମହତ୍ୟା କରିଥିଲା। 

ସହରର ଚନ୍ଦନନଗର ଥାନାରେ କାଲେ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୦୬ (ଆତ୍ମହତ୍ୟା କରିବାକୁ ଉସକାଇବା) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ, ମକଦ୍ଦମା ରୁଜୁ କରାଯାଇଥିଲା। ପୁଲିସ ଅଧିକାରୀ କହିଛନ୍ତି ଯେ,'ଆତ୍ମହତ୍ୟା ମାମଲାରେ ଯାଞ୍ଚ କରିବା ମଧ୍ୟରେ ନାବାଳକର ବାପା, ଜେଜେ ଓ ତିନି ଅନ୍ୟ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏବେ ତମାମ ମାମଲାରେ ଆଇପିସିର ଧାରା ୪୨୦ (ହେରଫେର) ଏବଂ ଧାରା ୩୪ (ସମାନ ଷଡ଼ଯନ୍ତ୍ର) ଆଦି ଯୋଡ଼ି ଦିଆଯାଇଛି।  



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.