ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଅଳ୍ପକେ ବର୍ତ୍ତିଲେ ସିଦ୍ଧୁ ମୁସେୱାଲାଙ୍କ ନିକଟତମ ଗୀତକାର , ରେଷ୍ଟୁରାଣ୍ଟରେ ଗୁଳି କଲେ ଅଜଣା ଦୁର୍ବୃତ୍ତ ...ପୂର୍ବରୁ ବି ମିଳିଥିଲା ଧମକ

ମୋହାଲି : ପଞ୍ଜାବ ମ୍ୟୁଜିକ୍‌ କମ୍ପୋଜର ତଥା ଗୀତିକାର ବଣ୍ଟି ବେନ୍ସଙ୍କ ଉପରେ ମୋହାଲିର ଏକ ରେଷ୍ଟୁରାଣ୍ଟରେ ପ୍ରାଣଘାତୀ ହମଲା ହୋଇଛି, ଯେଉଁଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ହମଲା ଏହି ସମୟରେ ହୋଇଛି, ଯେବେ ବଣ୍ଟି ସହରର ସେକ୍ଟର ୭୯ ସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଭୋଜନ ପାଇଁ ଯାଇଥିଲେ। ଏହି ସମୟରେ ଅଜ୍ଞାତ ଆକ୍ରମଣକାରୀ ତାଙ୍କୁ ଫାୟାରିଂ କରି ଥିଲେ। କିନ୍ତୁ ସେ ରକ୍ଷା ପାଇ ଯାଇଛନ୍ତି। ଏମିତି କି ବଣ୍ଟିଙ୍କ ଭାଗ୍ୟ ଏତେ ଭଲ ଥିଲା ଯେ, ତାଙ୍କୁ କୌଣସି ଆଘାତ ଲାଗି ନାହିଁ । ସେ ଏହି ଆକ୍ରମଣ ମାମଲାକୁ ନେଇ ପୁଲିସରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। 

ବଣ୍ଟି ବେନ୍ସ ମିଡ଼ିଆ ସହ କଥାବାର୍ତ୍ତା କରିବା ବେଳେ ଦାବି କରିଥିଲେ , ତାଙ୍କ ପାଖରେ କିଛି ସମୟ ପୂର୍ବରୁ ଏକ କୋଟି ଟଙ୍କା ଦେବାକୁ ଫୋନ୍‌ ଆସିଥିଲା। ଏଥିରେ ଧମକ ଦିଆଯାଇ ଥିଲା କି ଯଦି ଟଙ୍କା ଠିକ୍‌ ସମୟରେ ନମିଳେ ତ ଜୀବନ ପ୍ରତି ବିପଦ ରହିବ। 

ଘଟଣା ସ୍ଥଳରୁ ସାମନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳୁଛି କି, ଗୁଳି ବାଜିବାରୁ କେମିତି ଝରକା ଭାଙ୍ଗି ଯାଇଛି। ଗୀତିକାରଙ୍କୁ ଲକି ପଟିଆଲ ନାମରେ ଜଣେ ବ୍ୟକ୍ତିର ଧମକ ମିଳି ଥିଲା , ଯିଏକି କାନାଡାରେ ରହେ  ଏବଂ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ଲକି ପଟିଆଲର ଲରେନ୍ସ ବିଶ୍ନୋଇ ଓ ଗୋଲ୍ଡି ବରାଡଙ୍କ ସହ ସଂପର୍କ ରହିଛି। ତାର ପଞ୍ଜାବରେ ହୋଇଥିବା ଅନେକ ଅପରାଧିକ କାର୍ଯ୍ୟକଳାପରେ ନାଁ ଆସୁଥିଲା। ପୁଲିସର କହିବାନୁସାରେ ,ଏହି ମାମଲାର ଯାଞ୍ଚ କରାଯାଉଛି। ବଣ୍ଟି ବେନ୍ସଙ୍କୁ ଦିବଗନ୍ତ ସିଦ୍ଧୁ ମୁସେୱାଲାଙ୍କ ସମେତ ଅନେକ ପଞ୍ଜାବୀ ଗାୟକଙ୍କ କ୍ୟାରିୟର ଗଢିବାରେ ଜଣାଯାନ୍ତି। କେବଳ ଏତିକି ନୁହେଁ ବଣ୍ଟି ବେନ୍ସଙ୍କ କମ୍ପାନୀ ସିଦ୍ଧୁ ମୁସେୱାଲାଙ୍କ କାର୍ଯ୍ୟ ସବୁର ବୁଝୁ  ଥିଲା। 

କହି ରଖୁଛୁ କି, ସିଦ୍ଧୁ ମୁସେୱାଲାଙ୍କର ହତ୍ୟା ନେଇ ଗୋଲ୍ଡି ବରାଡ ଓ ଲରେନ୍ସ ବିଶ୍ନୋଇ  ନିଜକୁ ଦାୟି କରିଥିଲେ। ସିଦ୍ଧୁ ମୁସେୱାଲାଙ୍କର କାରକୁ ପିଛା କରି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଉଲ୍ଲେଖନୀୟ ଯେ, ବଣ୍ଟି ବେନ୍ସ ରେଷ୍ଟୁରାଣ୍ଟରେ ଡିନରର ଫଟୋ ମଧ୍ୟ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହାର ଅଧ ଘଣ୍ଟା ପରେ ହିଁ ରେଷ୍ଟୁରାଣ୍ଟରେ ଗୁଳି ଚାଲିଥିଲା। ହେଲେ ବଣ୍ଟି ବେନ୍ସ ଓ ତାଙ୍କ ପରିବାର ସେତେବେଳେ ସେଠାରୁ ପଳାଇ ଥିଲେ। ଏହି ହମଲାରେ ବଣ୍ଟି ବେନ୍ସ ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କର କିଛି କ୍ଷତି ହୋଇ ନାହିଁ। ଆଉ ଜଣେ ଗୀତିକାର ମଧ୍ୟ ବଣ୍ଟି ବେନ୍ସଙ୍କ ସହ ରେଷ୍ଟୁରାଣ୍ଟରେ ଥିଲେ ସେ ଘଟଣା ବିଷୟରେ ସ୍ପଷ୍ଟ କରି କହିଥିଲେ କି ଆମେ ରାତି ୧୨.୩୦ ପାଖାପାଖି ବାହାରି ଯାଇଥିଲୁ ଏବଂ ରାତି ୧ଟାରେ ହମଲା ହୋଇଥିଲା। 

ସେ କହିଛନ୍ତି, ବଣ୍ଟି ବେନ୍ସଙ୍କୁ ଅନେକ ଥର ଧମକ ପୂର୍ଣ୍ଣ ଫୋନ୍‌ କଲ୍‌ ମିଳିଥିଲା। ଏହାପରେ ଚିନ୍ତା ବଢି ଯାଇଥିଲା କି, କେବେ ବି ତାଙ୍କ ଉପରେ ହମଲା ହୋଇପାରେ।   

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.