ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଶେଷ ନିଃଶ୍ୱାସ ନେଉଛି ମେଗା ଆକ୍ୱାରିୟମ ପ୍ରକଳ୍ପ: ଭୂତକୋଠି ହୋଇପଡ଼ିଛି ଅଧାଗଢ଼ା କୋଠା, ପାଲଟିଛି ଆବର୍ଜନା ପାହାଡ଼

ପୁରୀ,୦୨/୦୯: ଶେଷ ନିଶ୍ୱାସ ନେଉଛି ପୁରୀ ରେଳଷ୍ଟେଶନ ନିକଟରେ  ହେବାକୁ ଥିବା ପ୍ରକଳ୍ପିତ ମେଗା  ଆକ୍ୱାରିୟମ ପ୍ରକଳ୍ପ । ଭୂତକୋଠି ହୋଇପଡ଼ିଛି ପ୍ରକଳ୍ପ କରିବା ନିମନ୍ତେ  ଅଧାଗଢ଼ା କୋଠା । ଏହି ଜମିରେ ଠିଆ  ହୋଇଛି ଆବର୍ଜନାର ପାହାଡ଼ । ଅନାବନା  ଜଙ୍ଗଲ ଭିତରେ ଗୋଟିଏ ପାଶ୍ୱର୍ରୁ  ଅନ୍ୟ ପାଶ୍ୱର୍କୁ ଦେଖାଯାଉନି । ଲୋକେ  ଏହା ଭିତରେ ମଳତ୍ୟାଗ କରୁଛନ୍ତି ।  ଅବ୍ୟବହୃତ ହୋଇଥିବାରୁ ସ୍ଥାନରେ ନିଶାଖୋରଙ୍କ ଆଡ୍ଡା ଜମିଛି । ସରକାରୀ  ଯୋଜନାକୁ କାର୍ଯ୍ୟକାରୀ କରିବାରେ  ସ୍ଥାନୀୟ ପ୍ରଶାସନ ମନଯୋଗ ନ ଦେବା  ଏଭଳି ଅବ୍ୟବସ୍ଥାର କାରଣ ହୋଇଛି । 

ପୁରୀ ନୀଳାଚଳ ଅର୍ବାନ ହାଟ  ସମ୍ମୁଖରେ ପ୍ରାୟ ଗୋଟିଏ ଏକର ଜମି  ଉପରେ ଏହି ପ୍ରକଳ୍ପ କରିବାକୁ ୨୦୧୩  ଜାନୁଆରୀରେ ରାଜ୍ୟ ସରକାର ଘୋଷଣା  କରିଥିଲେ । ପ୍ରକଳ୍ପକୁ ରୂପ ଦେବା କାର୍ଯ୍ୟ  ପର୍ଯ୍ୟଟନ ବିଭାଗ ନେଇଥିବା ବେଳେ  ନିର୍ମାଣ ଦାୟିତ୍ୱ ଇଡ୍‌କୋ ନେଇଥିଲା। ଉଦ୍ଦେଶ୍ୟ ଥିଲା ପୁରୀକୁ ଆସୁଥିବା ଯାତ୍ରୀ ଓ  ପର୍ଯ୍ୟଟକଙ୍କ ଚିତ୍ତ ବିନୋଦନ କରିବା ସହ  ପୁରୀ ସମୁଦ୍ରରେ ରହିଥିବା ଜଳଜୀବମାନଙ୍କୁ  ଲୋକଲୋଚନକୁ ଆଣିବା । ଏହା ଦ୍ୱାରା  ଯାତ୍ରୀ ସଂଖ୍ୟା ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ  ରୋଜଗାର ବୃଦ୍ଧି ଆଶା ଥିଲା। ହେଲେ  ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତାରୁ  ବହୁ ପ୍ରକଳ୍ପ ମୁହଁମାଡ଼ି ପଡ଼ିବା ଭଳି ଏହି  ପ୍ରକଳ୍ପ ମଧ୍ୟ ଶେଷ ନିଃଶ୍ୱାସ ନେଉଛି।  ପ୍ରକଳ୍ପ କରିବା ନିମନ୍ତେ ସରକାର  ପ୍ରାଥମିକ ପର୍ଯ୍ୟାୟରେ ମଞ୍ଜୁରୀ ଦେଇଥିବା  ୫ କୋଟି ଟଙ୍କା କ’ଣ ହେଲା ଓ କାମ  ଆଗେଇବ ନା ନାହିଁ ସେ ନେଇ ପ୍ରଶାସନିକ ସମୀକ୍ଷା ବୈଠକ ମଧ୍ୟ ହେଉନି । 

ରାଜସ୍ୱ ବୃଦ୍ଧି ନିମନ୍ତେ ସ୍ଥାନୀୟ  ପ୍ରଶାସନ ଶ୍ରୀକ୍ଷେତ୍ରରେ ମଦ ଦୋକାନ  ଲାଇସେନ୍ସ ସଂଖ୍ୟା ବଢ଼ାଇ ଚାଲିଛି ।  ହେଲେ ଯେଉଁ ପ୍ରକଳ୍ପରୁ ରାଜସ୍ୱ  ମିଳିପାରିବ ସେଥି ପାଇଁ ଉଦ୍ୟମ  କରାଯାଉନି । ପ୍ରକଳ୍ପ ପାଇଁ ଚିହ୍ନଟ  ଜମିକୁ ସ୍ଥାନୀୟ ପ୍ରଶାସନ ଅନ୍ୟ ବାଟରେ  ବ୍ୟବହାର କରିବାକୁ ଆଗେଇଛି । ଏଠାରେ  କମ୍ୟୁନିଟି ହଲ, ଶୌଚାଳୟ, କଲ୍ୟାଣ  ମଣ୍ଡପ ପ୍ରଭୃତି କରାଯାଇଛି । ଯାହା ଯାତ୍ରୀ  କିମ୍ବା ସ୍ଥାନୀୟ ଲୋକଙ୍କ କାମରେ ଆସୁନି ।  ଫଳରେ ସରକାରୀ କା ମାଲ ଦରିଆ  ମେ ଡାଲ୍‌ ଭଳି ଏହି ପ୍ରକଳ୍ପ ଘୋଷଣା  ମୂଲ୍ୟହୀନ ହୋଇଯାଇଛି । ଏ ନେଇ  ପର୍ଯ୍ୟଟନ ଅଧିକାରୀଙ୍କୁ ଯୋଗାଯୋଗ  କରାଯାଇଥିଲେ ହେଁ ମତାମତ ମିଳିପାରିନି ।

Copyright © 2022 - Summa Real Media Private Limited. All Rights Reserved.