ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଯାତ୍ରା ପାଇଁ ଆରଡ଼ିସିଙ୍କ ଅଧକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ

ପୁରୀ, ୨୦/୪ : ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ଆରଡ଼ିସି ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ମଇ ୧୦ ତାରିଖ ଅକ୍ଷୟ ତୃତୀୟରେ ରଥ ଅନୁକୂଳ ହେବ। ଜୁନ ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୭ ତାରିଖରେ ଶ୍ରୀ ଗୁଣ୍ଡିଚା, ଜୁଲାଇ ୧୨ ତାରିଖରେ ଦକ୍ଷିଣ ମୋଡ, ଜୁଲାଇ ୧୪ ତାରିଖରେ ସନ୍ଧ୍ଯା ଦର୍ଶନ, ଜୁଲାଇ ୧୫ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୧୭ ତାରିଖରେ ସୁନା ବେଶ ଓ ୧୮ ତାରିଖରେ ଅଧରପଣା ନିତୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ପ୍ରାୟ ୧୦ ରୁ ୧୫ ଲକ୍ଷ ଦର୍ଶନାର୍ଥୀ/ ଯାତ୍ରୀମାନଙ୍କର ପୁରୀରେ ସମାଗମ ହେବାର ଆଶା କରାଯାଉଛି । ଯାତ୍ରୀମାନଙ୍କର ସୁରକ୍ଷା ନିମନ୍ତେ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରାଯାଇଛି। 

ରଥକାଠ ଯୋଗାଣ : ରଥଯାତ୍ରା ସଂହିତାନୁଯାୟୀ ନୟାଗଡ଼ ବନମଣ୍ଡଳ ଅଧିକାରୀ ୮୬୫ ଖଣ୍ଡ କାଠ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ୨୭୪ ଖଣ୍ଡ କଞ୍ଚାକାଠ ରଥ ନିର୍ମାଣ ନିମନ୍ତେ ଯୋଗାଇଥାନ୍ତି । ଅଦ୍ୟାବଧି କେତେଖଣ୍ଡ କାଠ ରଥଖଳା ଏବଂ ଖପୁରିଆ ସ୍ଥିତ କରତକଳକୁ ପଠାଯାଇଛି ଏବଂ ଅବଶିଷ୍ଟ କାଠ ରଥଖଳାରେ ପହଞ୍ଚିବା ସମୟସୂଚୀ ସମ୍ବନ୍ଧ ବନଖଣ୍ଡ ଅଧିକାରୀ, ନୟାଗଡ଼ ଓ ଖୋର୍ଦ୍ଧା ବୈଠକରେ ତଥ୍ୟ ଉପସ୍ଥାପନ କରିବେ । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ବୌଦ୍ଧ ବନଖଣ୍ଡ ଘୁମୁସୁର ବନଖଣ୍ଡରୁ କେତେ କାଠ ଯୋଗାଇ ଦିଆଯାଉଛି, ସେ ସମ୍ବନ୍ଧେ ବୈଠକରେ ସୂଚନା ଦେବେ।

ରଥ ନିର୍ମାଣ: ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟତୃତୀୟା ଠାରୁ ରଥନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ । ବିଗତ ବର୍ଷମାନଙ୍କ ପରି ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ସମ୍ପୃକ୍ତ ସେବକ, ସେବାୟତ, ମହାରଣା, ବୈଷୟିକ, ବିଶେଷଜ୍ଞ ଏବଂ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ଓ ରଥରେ ବ୍ୟବହୃତ ହେଉଥିବା କାଠର ଗୁଣାତ୍ମକ ମାନ ତଦାରଖ ପାଇଁ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ ସୂଚନା ପ୍ରଦାନ କରିବେ । ରଥର ବ୍ରେକ୍ ପାଇଁ ଆବଶ୍ୟକ ଓସାର ଓ ଉଚ୍ଚତା ବିଶିଷ୍ଠ କାଠ ବନମଣ୍ଡଳ ଅଧିକାରୀ ଯୋଗାଇଦେବେ । ରଥଚକ ସୁଦୃଢଭାବରେ ନିର୍ମାଣ ପାଇଁ ପୋଖତ କାଠ ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯିବ ଏବଂ ତୁମ୍ବର ଉଭୟପାର୍ଶ୍ଵରେ ଲୁହାର ବଳୟ ଲଗାଯିବ । ପଇ ଓ ଅରର ସଂଯୋଗ ସ୍ଥାନରେ ଲୁହା କ୍ଲାମ୍ପ ଦିଆଯିବ । ଅଖ ନିମନ୍ତେ ସିଧାକାଠ ଯେପରି ଲଗାଯିବ ସେଥିପ୍ରତି ପୂର୍ବବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିଶେଷ ଦୃଷ୍ଟି ଦେବାପାଇଁ ଅନୁରୋଧ କରାଯିବ । ରଥର ଜନଜମୁଦ୍ଧି ଆଦୃତ ବ୍ୟବସ୍ଥା ଉପରେ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ମତ ପ୍ରକାଶ କରିବାକୁ ଅନୁରୋଧ କରାଯିବ ।

ରଥଖଳା ପରିଷ୍କାର : ରଥ ନିର୍ମାଣ ନିମନ୍ତେ ରଥଖଳାକୁ ପରିଷ୍କାର ରଖିବା ସମ୍ବନ୍ଧରେ ନିର୍ବାହୀ ଅଧିକାରୀ, ପୁରୀ ପୌର ପରିଷଦ ବୈଠକରେ ସୂଚନା ଦେବେ।

ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ:

(କ) ରଥକନା : ଚଳିତବର୍ଷ ରଥଯାତ୍ରା ପାଇଁ ଆବଶ୍ୟକ ନାଲି, ହଳଦିଆ, ନୀଳ ଓ କଳା ରଙ୍ଗର ରଥଜନା ସଂଗ୍ରହ ସମ୍ବନ୍ଧେ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ତଥ୍ୟ ଉପସ୍ଥାପନ କରିବେ ।

(ଖ) ରଥଦଉଡି଼ : ଚଳିତବର୍ଷ ରଥଯାତ୍ରା ନିମନ୍ତେ ଉନ୍ନତମାନର ରଥଟଣା ଦଉଡ଼ି ଓ କର୍ଜନ ଦଉଡ଼ି ଅଣାଯିବା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ବନ୍ଧରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ପ୍ରଦାନ କରିବେ ।

(ଗ) ଏତଦ୍ ବ୍ୟତୀତ ଶ୍ରୀଜିଉଙ୍କ ରଥଯାତ୍ରା ନିମନ୍ତେ ଆବଶ୍ୟକ ହେଉଥିବା ଚନ୍ଦନକାଠ, ବାରଲାଗି ପାଟ, ବାସୁଙ୍ଗା ପାଟ, ଲାଗି ଲୁଗା, ଝୁଣା, ଚେହେଲି, କସ୍ତୁରୀ, ବନକଲାଗି, ବିଳେ ଜୋରୀ ଇତ୍ୟାଦି ସାମଗ୍ରୀ ସଂଗ୍ରହ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଶାସକ ଶ୍ରୀମନ୍ଦିର ସୂଚନା ଦେବେ।

ନୀତି ସମ୍ପାଦନ : ଚଳିତବର୍ଷ ରଥଯାତ୍ରା–୨୦୨୪ ନିମନ୍ତେ ଶ୍ରୀଜିଉମାନଙ୍କର ରଥନିର୍ମାଣ କାର୍ଯ୍ୟ ଏବଂ ଚନ୍ଦନଯାତ୍ରା ପବିତ୍ର ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ବିଭିନ୍ନ ନୀତି/ ଯାତ୍ରା ଦିବସ ସମ୍ବନ୍ଧରେ ଶ୍ରୀମନ୍ଦିର ପ୍ରଶାସନ (ନୀତି) ବୈଠକରେ ତଥ୍ୟ ଉପସ୍ଥାପନ କରିବେ ।

ରଥଟଣା : ଶ୍ରୀଜିଉମାନଙ୍କର ରଥ ନିୟନ୍ତ୍ରିତ ଭାବେ ଟଣାଯିବା ପାଇଁ ରଥରେ ଭୋଇ, ସେବକ, ମହାରଣା, ବୈଷୟିକ ଓ ପ୍ରଶାସନିକ ଅଧିକାରୀଙ୍କୁ ଯଥା ସମୟରେ ମୁତୟନ କରାଯିବା ଏବଂ ରଥମୋଡ ନିମନ୍ତେ ରେଲୱେ ଜ୍ୟାକ୍ ବ୍ୟବହାର କରାଯିବ । ଏହି ସମ୍ବନ୍ଧରେ ଶ୍ରୀମନ୍ଦିର ପ୍ରଶାସକ (ନୀତି) ବୈଠକରେ ତଥ୍ୟ ଉପସ୍ଥାପନ କରିବେ ।

ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା : 

କ) ସ୍ବାସ୍ଥ୍ୟ: ରଥଯାତ୍ରା ସମୟରେ ପୁରୀ ସହରରେ ସ୍ଵାସ୍ଥ୍ୟ ଓ ପରିମଳ ସୁରକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ, ପୁରୀ/ନିର୍ବାହୀ ଅଧିକାରୀ, ପୁରୀ ପୌର ପରିଷଦ କମିଟି ତରଫରୁ ସ୍ବତନ୍ତ୍ର ଭାବେ କରାଯିବା ପାଇଁ ସଭାରେ ଆଲୋଚନା ହେବ ।

* ମହାମାରୀ ନିରାକରଣ ଓ ଟୀକାଦାନ

* ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଜଳ ବିଶ୍ଳେଷଣଗାର ବ୍ୟବସ୍ଥା କରାଯିବ ।

* ପୁରୀ ସଂକ୍ରାମକ ରୋଗ ଡାକ୍ତରଖାନା ଠାରେ ମଳନମୁନା ପରୀକ୍ଷାଗାର ବ୍ୟବସ୍ଥା ।

→ ପୁରୀ ଓ ତତ୍ ସଲଗ୍ନ ଅଞ୍ଚଳରେ ଏବଂ ପାରିପାର୍ଶ୍ବକ ଆଶୁ ଚିକିତ୍ସାକେନ୍ଦ୍ର ଖୋଲାଯିବା ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିବେ ।

→ ଖାଦ୍ୟ ଅପମିଶ୍ରଣ ନିରାକରଣ/ ପ୍ରତିରୋଧ ପାଇଁ ଭ୍ରାମ୍ୟମାଣ ଅଦାଲତର ବ୍ୟବସ୍ଥା ।

→ ଅଧ‌ିକ ସଂଖ୍ୟକ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା ।

→ ଅଧ‌ିକ ସଂଖ୍ୟକ ଶବ ବୁହା ଗାଡିର ବ୍ୟବସ୍ଥା ।

→ ଅଧିକ ସଂଖ୍ୟକ ବୋତଲ ରକ୍ତ ମହଜୁଦ ରଖାଯିବ ।

→ ପୁରୀ ରେଳଷ୍ଟସନ ଡାକ୍ତରଖାନା କାର୍ଯ୍ୟକ୍ଷମ କରିବ।

→ ନିୟନ୍ତ୍ରଣ ପ୍ରକୋଷ୍ଠ ଦିବାରାତ୍ର କାର୍ଯ୍ୟ କରିବ ।

(ଖ) ପରିମଳ ବ୍ୟବସ୍ଥା :

→ ବଡଶଙ୍ଖ ଡ୍ରେନ ସଫା ତଥା ବଡଦାଣ୍ଡର ଉଭୟ ପାର୍ଶ୍ବ ମୁଖ୍ୟ ନାଳ ସଫେଇ ଏବଂ ସ୍ୱର୍ଗଦ୍ୱାରଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନାଳ ସଫେଇ କରାଯିବ।

→ ରେଡକ୍ରସ ମୁଖ୍ୟ ନାଳଠାରୁ ବାଙ୍କି ମୁହାଣ ନାଳ ଏବଂ ଦୋମଣ୍ଡପ ସାହିରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ନାଳ ସଫେଇ କରାଯିବ।

→ ସମସ୍ତ ସାହି ଗଳିକନ୍ଦିର ନାଳ ସଫେଇ ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେବେ ।

→ ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଥୁବା ମୁଖ୍ୟ ନାଳର ଭଙ୍ଗା ସ୍ନାଚ୍ ପରିବର୍ତନ କରି ନୂଆ ସ୍ନାବ ପଡିବା ପାଇଁ ଜାତୀୟ ରାଜପଥ (NH) ବିହିତ ପଦକ୍ଷେପ ନେବେ ।

→ ଅସ୍ଥାୟୀ ପାଇଖାନା ଓ ପରିଶ୍ରାଗାର ନିର୍ମାଣ ହେବ।

→ ରାସ୍ତାଘାଟ ଓ ନାଳ ନର୍ଦ୍ଦମା ଦେବସ୍ନାନ ପୂର୍ଣିମା ସୁଦ୍ଧା ସମାପ୍ତ କରିବା ସମ୍ବନ୍ଧ ନିର୍ବାହୀ ଅଧିକାରୀ, ପୁରୀ ପୌରସଂସ୍ଥା ସୂଚନା ଦେବେ ।

→ ଲଜିଂ ହାଉସ, ଧର୍ମଶାଳା, ହୋଟେଲ ଇତ୍ୟାଦି ପରିବେଶ ତନଖି ହେବ ।

→ ସମସ୍ତ କୂପ ଓ ଜଳାଶୟର ଜଳ ବିଶୋଧନ ହେବ ।

→ ବର୍ଷା ସମୟରେ ବଡଦାଣ୍ଡ ତଥା ଅନ୍ୟାନ୍ୟ ସ୍ଥାନରୁ ଉଦବୃତ ଜଳକୁ ନିଷ୍କାସନ ନିମନ୍ତେ ବ୍ୟବସ୍ଥା କରାଯିବ । 

 ପାନୀୟ ଜଳଯୋଗାଣ :

→ ରଥଯାତ୍ରା ସମୟରେ ପୁରୀ ସହର ତଥା ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିବେ । ସେବାୟତମାନଙ୍କୁ ପ୍ରାତଃସ୍ନାନ ନିମନ୍ତେ ଜଳ ଯୋଗାଣ ବ୍ୟବସ୍ଥା ସମ୍ବନ୍ଧରେ ଜନସ୍ୱାସ୍ଥ୍ୟ ବିଭାଗ ନେଉଥ‌ିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବେ ।

→ ପୁରୀ ସହରକୁ ସଂଲଗ୍ନ ପ୍ରବେଶ ପଥ ମାନଙ୍କରେ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ GM., WATCO ଏବଂ ନିର୍ବାହୀ ଯନ୍ତ୍ରୀ, RWSS ବୈଠକରେ ସୂଚନା ଦେବେ । ବଡଦାଣ୍ଡ ଉଭୟପାର୍ଶ୍ଵ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ତଥା ଅନ୍ୟାନ୍ୟ ଜନବହୁଳ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ । ବିଦ୍ୟୁତ ବିଭ୍ରାଟ ସମୟରେ ଡିଜେଲ ଚାଳିତ ଜେନେରେଟର ମାଧ୍ୟମରେ ଜଳ ଯୋଗାଣ ହେବ।

→ ସହରର ସମସ୍ତ ପାଇପ ଲାଇନ, ଷ୍ଟାଣ୍ଡ ପୋଷ୍ଟ, Drink from Tap ନଳକୂପଗୁଡ଼ିକୁ ତରନ୍ତ ମରାମତି କରିବା ପାଇଁ ଆବଶ୍ୟକ ଭ୍ରାମ୍ୟମାଣ ଗୋଷ୍ଠୀ ନିୟୋଳିତ ସମ୍ବନ୍ଧରେ ସୂଚନା ଦେବେ । ଅତ୍ୟଧିକ ରୌଦ୍ରତାପରୁ ରକ୍ଷାପାଇଁ ଜଳ ସିଞ୍ଚନ ହେବ ।

→ ସୁରକ୍ଷା ବାହିନୀ ରହଣୀ ସ୍ଥାନକୁ ନିରବଚ୍ଛିନ୍ନ ଜଳ ଯୋଗାଣ ବ୍ୟବସ୍ଥା ହେବ।

→ ପ୍ରତ୍ୟେହ ପାନୀୟ ଜଳ ପରୀକ୍ଷା କରାଯିବାର ବ୍ୟବସ୍ଥା ହେବ ।

→ ORS, ପାନୀୟଜଳ ଉପଲବ୍ଧ ତ‌ଥା ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧେ ଅଧୂକ୍ଷଣ ଯନ୍ତ୍ରୀ, RWSS ବୈଠକରେ ସୂଚନା ଦେବେ। 

→ ପୁରୀ ବଡ ଡାକ୍ତରଖାନା ତଥା ତତ୍ ସଲଗ୍ନ ଡାକ୍ତରଖାନା ମାନଙ୍କୁ ନିରବଚ୍ଛିନ୍ନ ଜଳ ଯୋଗାଣ ବ୍ୟବସ୍ଥା ହେବ।

ବିଦ୍ୟୁତ୍ ଯୋଗାଣ (TPCODL)

ଶ୍ରୀଜିଉମାନଙ୍କର ସ୍ନାନ ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀ ସହରକୁ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ତଥା ଯାତ୍ରୀ ଆଶ୍ରୟ ସ୍ଥଳକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ TPCODL ଅଧିକାରୀ, ପୁରୀ ନେଉଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରିବେ ।

→ ରଥଟଣା ସମୟରେ ଉଜ୍ଜ୍ଵଳ ଆଲୋକର ବ୍ୟବସ୍ଥା ହେବ।

→ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ସମସ୍ତ ନିୟନ୍ତ୍ରଣ କକ୍ଷ ପ୍ରକୋଷ୍ଠକୁ ଆଲୋକିତ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ, ଜି.ଇ.ଡି ନେଉଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସୂଚନା ଦେବେ । ପୁରୀ ସହର ତଥା ଜନବହୁଳ ସ୍ଥାନମାନଙ୍କରେ ଆଲୋକ ବ୍ୟବସ୍ଥା ସମ୍ପର୍କରେ ପୁରୀ ପୌରସଂସ୍ଥା ବିହିତ ପଦକ୍ଷେପ ଗ୍ରହଣ କରିବେ ।

→ ପୁରୀ ସହରକୁ ସଂଯୋଗ କରୁଥିବା ବିଦ୍ୟୁତ ଲାଇନ ଏବଂ ସହର ମଧ୍ୟରେ ଥିବା ସମସ୍ତ ଭୂତଳ ବିଦ୍ୟୁତ ଲାଇନ୍ (Under-ground cabling), ଟ୍ରାନ୍ସଫର୍ମର ଇତ୍ୟାଦିର ମରାମତି ଓ ସଚଳ ବିଷୟରେ କେଉଁ କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ତାହା TPCODL ଅଧିକାରୀ, ପୁରୀ ସୂଚନା ଦେବେ। ପଲ୍ଲିଶ୍ରୀ ମେଳା ସ୍ଥାନରେ ଆଲୋକ ବ୍ୟବସ୍ଥା ପାଇଁ ନେଉଥୁବା ପଦକ୍ଷେପ ସମ୍ପର୍କରେ ସଭାରେ ଅବଗତ କରାଇବେ ।

→ ପୁରୀ - ଭୁବନେଶ୍ଵର ବାଇ-ପାସ୍ ରାସ୍ତାରେ ଅଧିକାଂଶ ସ୍ଥାନ, ମୋଡ ସ୍ଥାନ ମାନଙ୍କରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ହେବ।

→ ସମସ୍ତ ପମ୍ପ ଚାମ୍ବର, STP ମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସମ୍ବନ୍ଧେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

→ ସମସ୍ତ ପାର୍ଡିଂ ସ୍ଥାନରେ ବିଦ୍ୟୁତ ଆଲୋକର ବ୍ୟବସ୍ଥା ହେବ ।

→ ତୋଷାଳି ହୋଟେଲ ସିନ୍ନିକଟ ପୁରୀ ବାଇପାସ ରାସ୍ତା ସଂଯୋଗ ସ୍ଥାନରେ ହାଇମାକ୍ସ ଲାଇଟର ବ୍ୟବସ୍ଥା ହେବ।

→ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ, ମଙ୍ଗଳାଘାଟ-ଷ୍ଟରଲିଙ୍ଗ, ବାଲିଘାଟ-ବାଲିଘାଇ ଏବଂ ରାମଚଣ୍ଡୀ-ଚନ୍ଦ୍ରଭାଗା ରାସ୍ତାର ବିଦ୍ୟୁତ ଆଲୋକ ବ୍ୟବସ୍ଥା ହେବ।

ପରିବହନ ବ୍ୟବସ୍ଥା : ଶ୍ରୀଜିଉମାନଙ୍କର ରଥଯାତ୍ରା, ବାହୁଡାଯାତ୍ରା ଓ ସୁନାବେଶ ଆଦି ଯାତ୍ରା ଦିବସମାନଙ୍କର ଲକ୍ଷାଧୂକ ଯାତ୍ରୀମାନଙ୍କର ଆଗମନକୁ ଦୃଷ୍ଟିରେ ରଖ୍ ଅଧିକ ବସ ସୁବିଧା ଯୋଗାଇଦେବା, ଭଡାବୃଦ୍ଧିକୁ ରୋକିବା ଓ ଅତ୍ୟଧିକ ଯାତ୍ରୀ ପରିବହନକୁ ନିୟନ୍ତ୍ରଣ ନିମନ୍ତେ ପରିବହନ ଅଧୁକାରୀ, ପୁରୀ ନେଉଥୁବା ପଦକ୍ଷେପ ସମ୍ପର୍କରେ ସଭାରେ ଅବଗତ କରାଇବେ।

→ ଯାତ୍ରୀ ପରିବହନ ନିମନ୍ତେ ଅଧିକ ସଂଖ୍ୟକ ବସ ଚଳାଚଳ ବ୍ୟବସ୍ଥା ହେବ।

→ ସମ୍ଭାବ୍ୟ ଦୁର୍ଘଟଣାଜନିତ ଅସୁବିଧାର ମୁକାବିଲା ପାଇଁ ଇଣ୍ଟରସେପ୍ଟର ଓ କ୍ରେନକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ସୁନାବେଶ ନିମନ୍ତେ ମହଜୁଦ ରଖିବା ବ୍ୟବସ୍ଥା ହେବ ।

→ ମାଳତୀପାଟପୁର ବସଷ୍ଟାଣ୍ଡ, ତାଳବଣିଆ ଅସ୍ଥାୟୀ ବସଷ୍ଟାଶ, ସମଙ୍ଗ ଏବଂ ଅନ୍ୟାନ୍ୟ ଗାଡି ପାର୍କି ସ୍ଥାନରେ ସୂଚନା ସେବାର ବ୍ୟବସ୍ଥା ହେବ। ଯାନଗୁଡ଼ିକର ଗତି ନିୟନ୍ତ୍ରଣ ପାଇଁ ନିୟନ୍ତ୍ରଣ କକ୍ଷ ଓ ଅଭିଯୋଗ ପ୍ରକୋଷ୍ଠ ଖୋଲିବ।

→ ବସଷ୍ଟାଣ୍ଡ ଓ ବସ ମାନଙ୍କରେ ରେଟ ଚାର୍ଟ ଲଗାଇବା ବ୍ୟବସ୍ଥା ହେବ।

→ ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ପାର୍କିଂ ସ୍ଥାନରେ ପାନୀୟଜଳ, ବିଦ୍ୟୁତ ଆଲୋକ ଯୋଗାଣ, ପାଇଖାନା, ପରିଶ୍ରାଗାର, ସଫେଇ, ଆଶୁ ଚିକିତ୍ସା କେନ୍ଦ୍ର, ସିକ୍ୟୁରିଟି ଇତ୍ୟାଦିର ବ୍ୟବସ୍ଥା ହେବ । ପ୍ରତି ବସ୍‌ରେ ପ୍ରାଥମିକ ଚିକିତ୍ସା ଓ ପାନୀୟ ଜଳ ବ୍ୟବସ୍ଥା ହେବ ।

→ ଭ୍ରାମ୍ୟମାଣ ଯାନ ନିରୀକ୍ଷକ ଦଳ ମୁତୟନ ଓ ଟ୍ରାଫିକ୍ ନିୟନ୍ତ୍ରଣ ।

→ ଅଧିକ ବସ୍ ମାନଙ୍କୁ ପରମିଟ୍ ଦିଆଯିବା ବ୍ୟବସ୍ଥା ।

ରେଲୱେ : ଚଳିତବର୍ଷ ରଥଯାତ୍ରା ସମୟରେ ଲକ୍ଷାଧିକ ଯାତ୍ରୀଙ୍କର ସମାଗମକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କର ସୁଗମନାଗମନ ନିମନ୍ତେ ରେଳଗାଡିର ବ୍ୟବସ୍ଥା ସମ୍ପର୍କରେ ଡିଭିଜନାଲ ମ୍ୟାନେଜର, ପୂର୍ବତଟ ରେଲୱେ ଖୋର୍ଦ୍ଧା ବୈଠକରେ ତଥ୍ୟ ଉପସ୍ଥାପନ କରିବେ ।

ରାସ୍ତାଘାଟ ଉନ୍ନତିକରଣ ଓ ମରାମତି : ଚଳିତବର୍ଷ ରଥଯାତ୍ରା ସମୟରେ ରାସ୍ତାମାନଙ୍କରେ ଯାନବାହନ ଚଳାଚଳର ଯେପରି ଅସୁବିଧା ନହୁଏ ଏବଂ ଯାତ୍ରୀମାନେ କୌଣସି ସମ୍ଭାବ୍ୟ ଦୁର୍ଘଟଣାଗ୍ରସ୍ତ ନ ହୁଅନ୍ତି, ସେଥ‌ିପାଇଁ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଯଥା - NHAI, NH, R&B, ନିର୍ବାହୀ ଅଧୁକାରୀ, ପୁରୀ ପୌରସଂସ୍ଥାକୁ ପରାମର୍ଶ ଦିଆଯିବ ।

ପାକିଂ ସ୍ଥାନ : ମାଳତୀପାଟପୁର ବସଷ୍ଟାଣ୍ଡ ଭିତରେ ଓ ବାହାରେ CCTV CAMERA କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ବୈଠକରେ ସୂଚନା ଦେବେ । ରତଯାତ୍ରାକୁ ଅତ୍ୟଧିକ ଯାନବାହନ ଆଗମନକୁ ଦୃଷ୍ଟିରେ ରଖ ସହରର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ଯାନବାହନ ଯଥା ୨ ଚକିଆ, ୪ ଚକିଆ ଭାରି ଯାନ ପାର୍କି ବ୍ୟବସ୍ଥା କରାଯାଉଛି । ସହର ଭିତରେ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗାଡିଗୁଡ଼ିକର ପାକିଂ ବ୍ୟବସ୍ଥା କରାଯାଉଛି ଏବଂ ଏହାର ଅଗ୍ରଗତି ସମ୍ବନ୍ଧେ ସମ୍ପୃକ୍ତ ଅଧିକାରୀ ତଥ୍ୟ ପ୍ରଦାନ କରିବେ। ସମସ୍ତ ପାକିଂ ସ୍ଥାନ ଗୁଡ଼ିକରେ ପାନୀୟଜଳ, ବିଦ୍ୟୁତ୍ ଆଲୋକ, ପାଇଖାନା, ପ୍ରାଥମିକ ସ୍ୱାସ୍ଥ୍ୟ ଶିବିର, ସୁରକ୍ଷା ଏବଂ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା କରାଯିବ। 

ଶାଢି ଶୃଙ୍ଖଳା ରକ୍ଷା ବ୍ୟବସ୍ଥା : ଶ୍ରୀଜୀଉଙ୍କର ରଥଯାତ୍ରା, ବାହୁଡାଯାତ୍ରା, ସୁନାବେଶ ଆଦି ଦିବସ ମାନଙ୍କରେ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ, ପାର୍କିଂ, ପୋଲିସ ମୁତୟନ ସମ୍ବନ୍ଧରେ ଆରକ୍ଷୀ ଅଧକ୍ଷକ, ପୁରୀ ଗ୍ରହଣ କରିଥିବା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରିବେ। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ୱାରରେ X-Ray Baggage Scanner ଲାଗିବ। ପୁରୀ ସହରର ବଡଦାଣ୍ଡ, ସମୁଦ୍ରକୂଳ, ବ୍ୟବସାୟ ସ୍ଥଳରେ ସିସିଟିଭି କାର୍ଯ୍ୟକ୍ଷମ ହେବ। ସମୁଦ୍ର ତଟପଥ ସୁରକ୍ଷା ବ୍ୟବସ୍ଥା ହେବ ।

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ : ରଥଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଓ ସହରର ଖାଉଟିମାନଙ୍କୁ ସୁବିଧାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଖାଦ୍ୟ ପଦାର୍ଥର ଦରବୃଦ୍ଧି ଓ କୃତ୍ରିମ ଅଭାବ ନ ହେବା ସମ୍ବନ୍ଧରେ ଜିଲ୍ଲା ଯୋଗାଣ ଅଧିକାରୀ, ପୁରୀ ମତବ୍ୟକ୍ତ କରିବେ ।

OFDC : ଯାତ୍ରୀମାନଙ୍କୁ ଚାହିଦା ଅନୁଯାୟୀ ଜାଳେଣୀ କାଠ ଯୋଗାଇବା ପାଇଁ ବିଭିନ୍ନ ସ୍ଥାନରେ କାଠଗୋଲା ଖୋଲାଯିବା ସମ୍ପର୍କରେ ବନ ନିଗମ ବୈଠକରେ ସୂଚନା ଦେବେ ।

ଟେଲିଫୋନ୍ ସେବା ବ୍ୟବସ୍ଥା : ସହରରେ ନିରବଚ୍ଛିନ୍ନ ଟେଲିଫୋନ୍ ସେବା, ମୋବାଇଲ ସେବା, ଇଣ୍ଟରନେଟ ସୁବିଧା ଯୋଗାଇଦେବା ସମ୍ବନ୍ଧ ଡିଭିଜନାଲ ମ୍ୟାନେଜର ଟେଲିଫୋନ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସୂଚନା ଦେବେ ।

ସୂଚନା ଓ ପ୍ରସାରଣ ବ୍ୟବସ୍ଥା :

(କ) ଦୂରଦର୍ଶନ ଓ ଆକାଶବାଣୀ ସଂସ୍ଥା ଦ୍ବାରା ଚଳିତ ବର୍ଷ ରଥଯାତ୍ରାର ଧାରା ବିବରଣୀ ପ୍ରସାର ଓ ପ୍ରଚାର ବ୍ୟବସ୍ଥା ସମ୍ବନ୍ଧେ ନିର୍ଦ୍ଦେଶକ, ଦୂରଦର୍ଶନ, ଭୁବନେଶ୍ଵର ଏବଂ ନିର୍ଦ୍ଦେଶକ ଆକାଶବାଣୀ, କଟକ ବୈଠକରେ ସୂଚନା ଦେବେ ।

(ଖ) ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ବିଭାଗ ତରଫରୁ ରଥଯାତ୍ରା ସମୟରେ ଗ୍ରହଣ କରାଯାଉଥୁବା ପଦକ୍ଷେପ ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିବେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନା କେନ୍ଦ୍ର ଜନବହୁଳ ସ୍ଥାନ ଯଥା ସମୁଦ୍ରକୂଳ, ବଡଦାଣ୍ଡ, ତାଳବଣିଆ, ଆଶ୍ରୟସ୍ଥଳୀ, ପାର୍କିଂ ସ୍ଥାନରେ ବ୍ୟବସ୍ଥା ହେବ।

ଯାତ୍ରୀ ମାନଙ୍କର ମନୋରଞ୍ଜନ ନିମନ୍ତେ ପ୍ରତ୍ୟେକ ସନ୍ଧ୍ୟାରେ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡାନାଚ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ । ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ/ ଜଗନ୍ନାଥ ଜଣାଣ ଓ ଓଡ଼ିଶା ରେଫରେନସ୍ ବାର୍ଷିକ ପୁସ୍ତକ ବିକ୍ରୟ ଏବଂ ରଥଯାତ୍ରା ଗାଇଡ ବ୍ଲକ୍, ଲିଫଲେଟ ମାଗଣାରେ ବଣ୍ଟନ ବ୍ୟବସ୍ଥା କରାଯିବ । ଭଜନ ଓ ପ୍ରବଚନ ପରିବେଷଣର ବ୍ୟବସ୍ଥା କରାଯିବ ।

(ଗ) ପର୍ଯ୍ୟଟନ ବ୍ୟବସ୍ଥା : ପର୍ଯ୍ୟଟନ ବିଭାଗ ତରଫରୁ ସୁବାଷ ବୋଷ ଛକ, ମାଳତୀପାଟପୁର, ବଡଦାଣ୍ଡ (ଶରଧାବାଲି), ତାଳବଣିଆ, ରେଲୱେ ଷ୍ଟେସନ୍ ଏବଂ ମହୋଦଧୂ ନିବାସ ଠାରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ ତଥା ପରିସଂଖ୍ୟାନ ସର୍ବେକ୍ଷଣ, ଲାଇଫ୍ ଗାର୍ଡ ମୁତୟନ ଏବଂ ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍, ଆଦି ବ୍ୟବସ୍ଥା ସମ୍ବନ୍ଧରେ ପର୍ଯ୍ୟଟନ ବିଭାଗ ଅଧିକାରୀ, ପୁରୀ ସୂଚନା ଦେବେ ।

(ଘ) ସାଂସ୍କୃତିକ କାର୍ଯ୍ୟକ୍ରମ : ଯାତ୍ରା ସମୟରେ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ସମ୍ବନ୍ଧେ ଜିଲ୍ଲା ସଂସ୍କୃତି ଅଧୂକାରୀ ବୈଠକରେ ସୂଚନା ଦେବେ ।

ପ୍ରଦର୍ଶନୀ : ବିଗତ ବର୍ଷ ଭଳି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଭୋଳାନାଥ ବିଦ୍ୟାପୀଠ, ପୁରୀ ପ୍ରାଙ୍ଗଣରେ ପ୍ରଦର୍ଶନୀ ମେଳାର ଆୟୋଜନ କରାଯିବ । ପଲ୍ଲିଶ୍ରୀ ମେଳା ନାମରେ ଭକ୍ତ ମେଳାର ଆୟୋଜନ ସମ୍ବନ୍ଧେ ORMAS ପୁରୀ ବୈଠକରେ ତଥ୍ୟ ଉପସ୍ଥାପନ କରିବେ ।

ସ୍ୱେଚ୍ଛାସେବା କାର୍ଯ୍ୟ : ରଥଯାତ୍ରା ବାହୁଡା ଯାତ୍ରା ଇତ୍ୟାଦି ଦିବସ ମାନଙ୍କରେ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରାଯାଉଛି । ସେମାନେ ଶ୍ରେଣୀଭୁକ୍ତ ନୋଡାଲ ଅଧୁକାରୀଙ୍କ ତତ୍ତ୍ବବଧାନରେ କାର୍ଯ୍ୟ କରିବେ । ରଥ ଭିଡ ଭିତରେ ନିୟୋଜିତ ଅଧୁକାରୀ, ଘଣ୍ଟୁଆ, ସେବାୟତ ମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଦକ୍ଷ ସ୍ୱେଚ୍ଛାସେବୀ କାର୍ଯ୍ୟ କରିବା ସମ୍ବନ୍ଧରେ ଆଲୋଚନା କରାଯିବ ।

ବଡଦାଣ୍ଡରୁ ଗାଈ ଷଣ୍ଢ ଅପସାରଣ : ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବଡଦାଣ୍ଡରୁ ବୁଲା ଗାଈ, ଷଣ୍ଢ, କୁକୁର ମାନଙ୍କୁ ଅପସାରଣ କରାଯିବ ଏବଂ କାଞ୍ଜିଆ ହୁଦାରେ ବୁଲା ଗାଈଗୋରୁ ମାନଙ୍କର ସୁରକ୍ଷିତ ରହଣୀ ସମ୍ବନ୍ଧେ ପୁରୀ ପୌରସଂସ୍ଥା ଓ ଜିଲ୍ଲା ପଶୁଧନ ଅଧୁକାରୀ, ପୁରୀ ବୈଠକରେ ମତପ୍ରକାଶ କରିବେ ।

ଅସୁରକ୍ଷିତ କୋଠା ଚିହ୍ନଟ : ବଡଦାଣ୍ଡ ତଥା ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅସୁରକ୍ଷିତ କୋଠା ଗୁଡ଼ିକୁ ଚିହ୍ନଟ କରାଯାଇ ସମ୍ପୃକ୍ତ ଅସୁରକ୍ଷିତ କୋଠାକୁ ଭାଙ୍ଗି ସିଲ୍ କରିବା ପାଇଁ ପୂର୍ତି ବିଭାଗ, ପୁରୀ ପୌରସଂସ୍ଥା ଓ ତହସିଲଦାର, ପୁରୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବଡଦାଶ ତତ୍ ସଲଗ୍ନ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକର ବିଦ୍ୟୁତ,ନିର୍ମାଣ, ଅଗ୍ନି ନିରାପତ୍ତା, ପ୍ରମାଣ ପତ୍ର ଯାଞ୍ଚ କରାଯିବ । ଭଲ କାର୍ଯ୍ୟ ଉପଜିଲ୍ଲାପାଳ, ପୁରୀଙ୍କ ତତ୍ତ୍ବବଧାନରେ କରାଯିବ ।

ଅନ୍ୟାନ୍ୟ : ଯାତ୍ରୀମାନଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବା ଏବଂ ଅଧୁକ ଏ.ଟି.ଏମ୍ କାଉଣ୍ଟର ବ୍ୟବସ୍ଥା । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଆଦି ଦିବସରେ ନିଶାଦ୍ରବ୍ୟ ବିକ୍ରୟ ନିଷେଧ । ପୁରୀ ସହରରେ ଥିବା ଆଇସ୍ - Factory ରୁ ନିର୍ଗମିତ ଆମୋନିଆ ଗ୍ୟାସ ସମ୍ବନ୍ଧ ପ୍ରମାଣ ପତ୍ର । ଅଗ୍ନିଶମ ସେବା ଗାଡି ଓ କର୍ମଚାରୀ ମୁତୟନ । ସମୁଦ୍ରକୂଳ ଏବଂ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀରେ ଲାଇଫ ଗାର୍ଡ ମୁତୟନ ବ୍ୟବସ୍ଥା । ରଥ ପଛରେ ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ, ଷ୍ଟାଣ୍ଡ-ବାଇ ହାଇମାକ୍ସ ଲାଇଟ ଯିବାର ବ୍ୟବସ୍ଥା । ବଡଦାଣ୍ଡରୁ ପୋଡାଦୀପ, ପଇଡ, ଛିଣ୍ଡା ଚପଲ ଇତ୍ୟାଦି ତୁରନ୍ତ ସଫା କରିବା । ସମସ୍ତ ବିଭାଗ ନିଜ ନିଜ କାର୍ଯ୍ୟାଳୟରେ ଅହର୍ନିଶି ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଖୋଲାଯିବାର ବ୍ୟବସ୍ଥା । ଏହା ବ୍ୟତୀତ ସଭାପତିଙ୍କ ଅନୁମତି କ୍ରମେ ରଥଯାତ୍ରା ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇପାରେ । ଏଜେଣ୍ଟ ଅନୁଯାଇ ବୈଠକ ଆଲୋଚନ କରାଯାଇଥିଲା। ମଞ୍ଚରେ ଆରଡ଼ିସି ରଞ୍ଜନ କୁମାର ଦାସଙ୍କ ସହ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ କୁମାର ସ୍ବାଇଁ, ଏସପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଟୋକଲ  କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସନ ଜିତେନ୍ଦ୍ର କୁମାର ସାହୁ, ସଂସ୍କୃତି ଅତିରିକ୍ତ ସଚିବ ମଧୁ ସୁଦନ ଦାସ ସହ ଅନ୍ୟ ସଚିବ, ପୁରୀ ସହରର ବିଭିନ୍ନ ଥାନାର ଅଧିକାରୀ, ଶ୍ରୀମନ୍ଦିର ପରିଚଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ସେବାୟତ, ପୁରୀ ସହର ବୃଦ୍ଧିଜୀବି ସହ ଗଣମାଧ୍ୟମ ଉପସ୍ଥିତ ଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.