ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ସାହିଯାତ: ବୀରବର ପର୍ଶୁରାମ, ଜାନୁଘଣ୍ଟା ପର୍ଶୁରାମ...ଜଗନ୍ନାଥ ବଲ୍ଲଭରେ ସୀତା ବିବାହ ପ୍ରସ୍ତାବ

ପୁରୀ,୨୦/୦୪: ‘ବୀରବର ପର୍ଶୁରାମ, ଜାନୁଘଣ୍ଟ ପର୍ଶୁରାମ ମୁଁ ତ  ରାମ, ଆଉ କିଏ ରାମ’ । ଗଳିକନ୍ଦିରୁ ଭାସି  ଆସୁଥିଲା ଏଭଳି ବୀର ରଡ଼ି । ପର୍ଶୁରାମଙ୍କ  ଗାମ୍ଭୀର୍ଯ୍ୟ, ଠାଣି ଆଉ ବାଣୀରେ ପୁଲ୍ଲକିତ  ହେଉଥିଲା ପରିବେଶ । ପର୍ଶୁରାମଙ୍କ  ମୁଖରୁ ବଚନିକା ସରୁସରୁ ସାହିଆଙ୍କ  ମୁଖରୁ ମିଳିତ ଭାବେ ଭାସିଆସୁଥିଲା  ‘ହରିବୋଲ ରେ...’ । ସାହିଯାତର ତୃତୀୟ  ସନ୍ଧ୍ୟାରେ ଉର୍ଜା ଭରିଥିଲେ ପର୍ଶୁରାମ ।  ପୁରାଣ ପ୍ରସିଦ୍ଧ ମହାନ୍‌ ଯୋଦ୍ଧା ପର୍ଶୁରାମଙ୍କ  ନୃତ୍ୟ ସାଙ୍ଗକୁ ଯୁଦ୍ଧ ଡ଼ାକରା ଏକ ଭିନ୍ନ  ଅନୁଭବ ଦେଉଥିଲା । ପରମ୍ପରା ଅନୁଯାୟୀ  ତୃତୀୟ ଦିବସରେ ତ୍ରେତୟା ଯୁଗର ସୀତା  ବିବାହ ପ୍ରସଙ୍ଗ ଅନୁଷ୍ଠିତ ହୋଇଥିଲା ।  ହରଚଣ୍ଡୀ ସାହି ଆଖଡ଼ା ପକ୍ଷରୁ ପର୍ଶୁରାମ  ବେଶଧାରୀ ସାହି ପ୍ରଦକ୍ଷିଣ କରିଥିଲେ ।   

ସାହି ପ୍ରଦକ୍ଷିଣ କରି ପର୍ଶୁରାମ  ଜଗନ୍ନାଥବଲ୍ଲଭ ମଠ ପରିସରରେ  ପହଞ୍ଚିଥିଲେ । ସେଠାରେ ଶ୍ରୀରାମ ଓ  ପର୍ଶୁରାମଙ୍କ ଭିତରେ ବିବାଦ ହୋଇ  କଳାହରଣ ନୀତି ଅନୁଷ୍ଠିତ ହୋଇଥିଲା ।  ସଂସ୍କୃତି ସାଙ୍ଗକୁ ଭାଇଚାରାର ନିଦର୍ଶନ  ଦେଖିବାକୁ ମିଳିଥିଲା ସାହିଯାତରେ ।  ହରଚଣ୍ଡୀ ସାହିଆଙ୍କ ପଟୁଆର ସାହିଯାତର  ଉତ୍ସାହକୁ ବହୁଗୁଣିତ କରିଥିଲା ।  ହରଚଣ୍ଡୀ ସାହିର ଆଖଡା  ତତ୍ତ୍ୱାବଧାନରେ ୧୧ ମେଳ ପକ୍ଷରୁ  ସୀତା ବିବାହ ପ୍ରସ୍ତାବ ଆଗତ  ହୋଇଥିଲା । 

ପରମ୍ପରା ଅନୁଯାୟୀ  ପର୍ଶୁରାମ ହରଚଣ୍ଡୀ ସାହିରୁ ବାହାରି ବନ୍ଧୁସାହି ବାଲିସାହି ଭ୍ରମଣ କରିଥିଲେ । ହରଚଣ୍ଡି ସାହିଆଙ୍କୁ ସ୍ୱାଗତ କରିବା ପାଇଁ ବାଲିସାହି ବାସିନ୍ଦାଙ୍କ ପ୍ରସ୍ତୁତି ଜୋରଦାର  ଥିଲା । ଉଜ୍ୱଳ ଆଲୋକମାଳାରେ ସୁସଜ୍ଜିତ ହୋଇଥିଲା ବାଲିସାହି । ବାଲିସାହି  ଆଖଡ଼ାରେ ବନ୍ଧୁମିଳନ ସହ ବିଭିନ୍ନ  ଅନୁଷ୍ଠାନ ପକ୍ଷରୁ ପଣା, ଫୁଲ ମାଳ ଦେଇ ବନ୍ଧୁ ସାହିର ବାସିନ୍ଦାଙ୍କୁ ସ୍ୱାଗତ କରାଯାଇଥିଲା ।  ଦିନରେ ବୀରବାଦ୍ୟର ତାଳେ ତାଳେ  ପର୍ଶୁରାମ ପ୍ରଥମେ ହରଚଣ୍ଡୀ ସାହି ଭ୍ରମଣ  କରିଥିଲେ। ରାତିରେ ବାଲିସାହିରେ ନୃତ୍ୟ  ପ୍ରଦର୍ଶନ କରିଥିଲେ । ଦିନରେ ଜଗନ୍ନାଥ  ପଣ୍ଡା ପର୍ଶୁରାମ ବେଶ ବନ୍ଧାଇଥିଲେ।  ରାତିରେ ବଳରାମ ପଣ୍ଡା ପର୍ଶୁରାମ ବନ୍ଧାଇ ସାହି ପ୍ରଦକ୍ଷିଣ କରିଥିଲେ । ପଟୁଆରରେ ରାମ, ଲକ୍ଷ୍ମଣ, ସୀତା,  ହନୁମାନ ଓ ବିଶ୍ୱାମିତ୍ର ଋଷି ବାହାରିଥିଲେ। ପର୍ଶୁରାମଙ୍କ ପଟୁଆର ସହିତ ହରଚଣ୍ଡୀ  ସାହିଆମାନେ ବାଲିସାହିରେ ପହଞ୍ଚିବା  ପରେ ବାଲିସାହି ଆଖଡା ସମେତ  ସାହିର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ  ସମ୍ୱର୍ଦ୍ଧନା ଦିଆଯାଇଥିଲା । ପର୍ଶୁରାମଙ୍କ  ପରେ ପରେ ସପ୍ତଶିରା, ନାଗା ମେଢ଼,  ପ୍ରଜ୍ଞାପନ ମେଢ଼ ଆଦି ବାହାରିଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.