ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଟିନଙ୍କ ଆକ୍ସନରେ ୟୁକ୍ରେନରେ ହାହାକାର : ଗୋଟିଏ ଦିନରେ ୩ ଫାଇଟର ଜେଟ୍, ୩ ମିସାଇଲ ଲଞ୍ଚର ଓ ବାରୁଦ ଭଣ୍ଡାର ଉଡ଼ାଇଲା ରୁଷ୍

ମସ୍କୋ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲି ଥିବା ଯୁଦ୍ଧ ୩ ବର୍ଷ ଧରି ଜାରି ରହିଛି। ୟୁକ୍ରେନୀ ସହରକୁ ଧ୍ୱଂସ କରିବା ପରେ ମଧ୍ୟ ରୁଷୀୟ ସେନା ୟୁକ୍ରେନରୁ ପଛକୁ ଫେରୁ ନାହାନ୍ତି। ଗୋଟେପଟେ ୟୁକ୍ରେନୀ ସେନା ନିଜର ପଶ୍ଚିମ ସହଯୋଗୀଙ୍କ ଲଢୁଆ ବିମାନ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ପାଇଁ ଅନୁରୋଧ କରୁଥିବା ବେଳେ ଅନ୍ୟପଟେ ପୁଟିନଙ୍କ ନୂଆ ଆକ୍ସନ ୟୁକ୍ରେନର ସେନାରେ ହାହାକାର ପକାଇ ଦେଇଛି। ରୁଷ୍‌ ଦାବି କରିଛି କି, ସେ ଗୋଟିଏ ଦିନରେ ୟୁକ୍ରେନର ୩ ଯୁଦ୍ଧ ବିମାନ, ୩ଟି ମିସାଇଲ ଲଞ୍ଚର ଓ ଗୋଳା-ବାରୁଦର ଭଣ୍ଡାର ଧ୍ୱଂସ କରି ଦେଇଛି।

କ୍ରିମିଆରେ ଏକ ଲଢୁଆ ବିମାନର ଭୀଷଣ ଦୁର୍ଘଟଣାର ଫୁଟେଜ୍‌ ସୋସିଆଲ ମିଡ଼ିଆରେ ସାମନାକୁ ଆସିବା ପରେ ,କିଛି ଦିନ ପରେ ରୁଷ୍‌ ଦାବି କରିଛି କି ସେ ୩ଟି ୟୁକ୍ରେନୀ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଛି। ଏହା ବ୍ୟତୀତ ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ,ଏହାର ସେନା ୟୁକ୍ରେନର ୩ଟି ଏସ୍‌-୩୦୦ ମିସାଇଲ ଲଞ୍ଚର, ଗୋଳା ବାରୁଦ ଗୋଦାମ ଓ ଡ୍ରୋନ୍‌ ଭଣ୍ଡାରଣକୁ ନଷ୍ଟ କରି ଦେଇଛି। ରୁଷ୍‌ର କହିବା ହେଲା ଯେ, ଏହାର ସେନାର ଏହି ଅପରେସନ ପାଖାପାଖି ଗୋଟିଏ ଦିନରେ ପୂରା କରାଯାଇଛି।

ରୁଷ୍‌ର ଦାବିରେ ଏହା ସ୍ପଷ୍ଟ କି, ଯୁଦ୍ଧରେ କିଭର ସେନା ବ୍ୟାକଫୁଟ୍‌ରେ ରହିଛି। ସେ ଏହି ସମୟରେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦର ଅଭାବ ଦେଇ ଗତି କରୁଛି। ନିଜର ପଶ୍ଚିମୀ ସହଯୋଗୀଙ୍କ ଠାରୁ ଏଫ୍‌-୧୬ ଲଢୁଆ ବିମାନର ଖୁବ୍‌ ଶୀଘ୍ର ଡେଲିଭରୀର ଆଶା କରୁଛି। ରୁଷ୍‌ର କହିବା ହେଲା କି, ଏହାର ସେନା ଦକ୍ଷିଣରେ ୟୁକ୍ରେନୀ ବିମାନ ବନ୍ଦର ବିରୋଧରେ ଏକ ଅପରେସନ ବେଳେ ସୋଭିଏତ ସମୟର ୩ଟି ଯୁଦ୍ଧ ବିମାନକୁ ନଷ୍ଟ କରି ଦେଇଛି। 

ରୁଷ୍‌ ବୟାନ ମୁତାବିକ , ରୁଷ୍‌ର ସେନା ୨୪ ଘଣ୍ଟା ଭିତରେ ୧୨୬ଟି ଅଞ୍ଚଳରେ ୟୁକ୍ରେନୀ ସେନା ଓ ଏହାର ସୈନ୍ୟ ଉପକରଣକୁ ଟାର୍ଗେଟ୍‌ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି, ମୋଟ ମିଶାଇ , ରୁଷ୍‌ ଯୁଦ୍ଧ ଆରମ୍ଭ ହେବା ପରେ ୨୭୦ ହେଲିକପ୍ଟର ଓ ୧୭,୯୫୧ ଡ୍ରୋନକୁ ମାରି ଖସାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.