ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରବି ଟକିଜ୍‌ ଛକରୁ ଛାତ୍ରୀଙ୍କୁ ଅପହରଣ ! ଥାନାରେ ମାମଲା, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର,୦୮/୦୬: ବଡ଼ଗଡ଼ ଥାନା ରବି ଟକିଜ୍‌ ଛକରୁ ଜଣେ ୧୨ ବର୍ଷର ଛାତ୍ରୀଙ୍କୁ କେତେକ ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି । ଏନେଇ  ନାବାଳିକାଙ୍କ ମା’ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ଅପହରଣ ମାମଲା ରୁଜୁ କରି ଘଟଣା  ସ୍ଥଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି । ରବି ଟକିଜ୍‌  ଛକରେ ଜଣେ ମହିଳା ଏକ ଦୋକାନ ଦେଇଛନ୍ତି । 

ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ନାବାଳିକା ଜଣଙ୍କ  ତାଙ୍କ ମା’ଙ୍କ ପାଖରେ ଦୋକାନରେ ଥିଲେ । ଏହି  ସମୟରେ ତାଙ୍କ ଘରୁ ଫୋନ୍‌ ଆସିଥିଲା । ଟ୍ୟୁସନ୍‌ ଦିଦି ଘରକୁ ଆସିଲେଣି, ଝିଅକୁ ଘରକୁ ପଠାଅ । ମହିଳା ଜଣଙ୍କ ଝିଅକୁ ଘରକୁ ଯିବାକୁ କହିଥିଲେ । ନାବାଳିକା ଚାଲି ଚାଲି ଘରକୁ ଆସିବା ସମୟରେ  କେତେକ ଅସାମାଜିକ ଯୁବକ ତାଙ୍କୁ ଅପହରଣ  କରି ନେଇଥିଲେ । ଏ ବିଷୟରେ କେହି କିଛି ଜାଣି ନଥିଲେ । କିଛି ସମୟ ପରେ ମହିଳାଙ୍କ ପାଖକୁ  ଘରୁ ପୁଣି ଫୋନ୍‌ ଆସିଥିଲା । ଝିଅ ଘରେ ପହଞ୍ଚି  ନଥିବା ସେ ଜାଣିବାକୁ ପାଇଥିଲେ । ପରେ ବହୁ  ଖୋଜାଖୋଜି କରିଥିଲେ । ଝିଅର କୌଣସି ସନ୍ଧାନ  ନ ମିଳିବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.