ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଘରୋଇ କଲେଜରେ ରାଗିଂ: ତିନି ମହଲାରୁ ଛାତ୍ରଙ୍କୁ ଠେଲିଦେଲେ, ନିସ୍ତୁକ ପିଟି ଭିଡିଓ କରିଥିଲେ ଅଭିଯୁକ୍ତ

ଭବାନୀପାଟଣା,୩୦/୦୯: ଭବାନୀପାଟଣାସ୍ଥିତ ବିନାୟକ ବେସରକାରୀ କଲେଜରୁ ରାଗିଂର ଭୟାନକ ଚିତ୍ର ପଦାକୁ ଆସିଛି । ଯୁକ୍ତ ୨ କଳା ଶେଷ ବର୍ଷର ଜଣେ ଛାତ୍ରଙ୍କୁ କେତେଜଣ ସହପାଠୀ ପ୍ରାୟ ୭ଦିନ ଧରି ଅକଥନୀୟ  ନିର୍ଯାତନା ଦେବା ସହ ତିନି ମହଲା ଛାତରୁ ତଳକୁ ଠେଲି ଦେଇଛନ୍ତି । ଗୁରୁତର ଛାତ୍ର ସଦର ଥାନା ଅନ୍ତର୍ଗତ ଗବରା  ଗାଁର ଅଙ୍କେଶ ବାଗ୍‌ (୧୬)ଙ୍କୁ ସହିଦ ରେଣ୍ଡା ମାଝି ମେଡିକାଲ  କଲେଜ ତଥା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ଏନେଇ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।  

ଛାତ୍ରଙ୍କ ପରିବାର ଲୋକଙ୍କ କହିବା କଥା, ଅଙ୍କେଶ  ବିନାୟକ ବେସରକାରୀ କଲେଜ ଛାତ୍ରାବାସରେ ରହି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳାରେ ପାଠ ପଢୁଥିଲେ । ପ୍ରାୟ ସପ୍ତାହେ ହେଲା  କଲେଜର ୮-୯ଜଣ ସହପାଠୀ ତାଙ୍କୁ କୌଣସି କାରଣରୁ  ରାଗିଂ କରୁଥିଲେ । ନିସ୍ତୁକ ପିଟି ଭିଡିଓ ରେକର୍ଡିଂ କରିଥିଲେ ।  ତେବେ ଅଙ୍କେଶ କୌଣସି ପ୍ରକାରେ ଉକ୍ତ ଭିଡିଓ ସଂଗ୍ରହ  କରିନେଇଥିଲେ । ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ସତ୍ତେ୍ୱ ସୁଫଳ ମିଳି ନ ଥିଲା । ସହପାଠୀଙ୍କ ନିର୍ଯାତନା ବଢ଼ିବାରୁ ସେ ଉକ୍ତ ଭିଡିଓକୁ ଜୟପୁରରେ  ରହୁଥିବା ସାନଭାଇଙ୍କ ନିକଟକୁ ପଠାଇଥିଲେ । ସାନ ଭାଇଙ୍କ  ଠାରୁ ଘର ଲୋକେ ଏ ସଂକ୍ରାନ୍ତରେ ସୂଚନା ପାଇଥିଲେ ।   

ଏହି ଘଟଣା ପ୍ରଘଟ ହେବା ପରେ ରାଗିଂରେ ସମ୍ପୃକ୍ତ  ଛାତ୍ରଙ୍କୁ ଘାରିଥିଲା କାର୍ଯ୍ୟାନୁଷ୍ଠାନ ଭୟ । ସେମାନେ ଅଙ୍କେଶଙ୍କୁ  ଉକ୍ତ ଭିଡିଓ ଡିଲିଟ୍‌ କରିବାକୁ ଚାପ ପକାଇଥିଲେ । ରବିବାର  ରାତି ପ୍ରାୟ ୯ଟାରେ ସେମାନେ ତାଙ୍କୁ ହଷ୍ଟେଲର ୩ ମହଲା  କୋଠା ଉପରକୁ ଟାଣି ନେଇଥିଲେ। ସେଠାରେ ମଧ୍ୟ ଭିଡିଓ  ଡିଲିଟ୍‌ କରିବା କଥା ଦୋହରାଇଥିଲେ । ଏଥିରେ ପ୍ରତିବାଦ  କରିବାରୁ ଅଙ୍କେଶଙ୍କୁ ତଳକୁ ଠେଲି ଦେଇଥିଲେ । ସୂଚନା  ପାଇ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ର  ଅଙ୍କେଶଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ହେଲେ ପୁଲିସ୍‌  ଭୟରେ କର୍ମଚାରୀମାନେ ଛାତ୍ରଙ୍କୁ ଛାଡ଼ି ପଳାଇଥିଲେ ।  ସୂଚନା ପାଇ ଘର ଲୋକେ ଡାକ୍ତରଖାନାରେ ପହଞ୍ଚିଛନ୍ତି ।  ଏହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ  ପାଇଥିଲା । କଲେଜ କର୍ତ୍ତୃପକ୍ଷଙ୍କ ନୀରବତାରୁ ପୁଅ ଏଭଳି  ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।   

ଅଙ୍କେଶଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଛି ।  ସେ ଚାଲିପାରୁନାହାନ୍ତି । ଡାକ୍ତର ତାଙ୍କର ପରୀକ୍ଷା କରୁଛନ୍ତି ।  ଅନ୍ୟପଟେ ଅଙ୍କେଶଙ୍କ ବାପାଙ୍କଠାରୁ ସୂଚନା ପାଇ ପୁଲିସ୍‌  ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ସୁଦ୍ଧା କଲେଜ  କର୍ତ୍ତୃପକ୍ଷ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡ଼ିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.