ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଓଡ଼ିଶାକୁ ପୁଣି ଆସିବେ ରାହୁଲ, ଭଦ୍ରକରେ କରିବେ ପ୍ରଚାର: ଆଜି ସଚିନ ପାଇଲଟ୍‌, ବାଲେଶ୍ୱର ଓ ଭୋଗରାଇରେ କରିବେ କ୍ୟାମ୍ପେନିଂ

ଭୁବନେଶ୍ୱର,୧୮/୦୫: ଓଡ଼ିଶାକୁ ପୁଣି ଆସିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି । ଭଦ୍ରକର ବିଶାଳ ସମାବେଶରେ ଯୋଗ ଦେବେ। ଭଦ୍ରକରେ ଅସିତ୍‌ ପଟ୍ଟନାୟକ ଓ  ଭଣ୍ଡାରିପୋଖରୀରେ ପୂର୍ବତନ ପିସିସି  ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଦୁଇ ଜଣ କଡ଼ା ଟକ୍କର ଦେଉଛନ୍ତି । ତେଣୁ ଏହି ୨  ନିର୍ବାଚନମଣ୍ଡଳୀର କୌଣସି ଏକ  ସ୍ଥାନରେ ଆସନ୍ତା ସପ୍ତାହରେ ରାହୁଲଙ୍କ  ବିଶାଳ ସମାବେଶ ହେବ ବୋଲି ବରିଷ୍ଠ  କଂଗ୍ରେସ ନେତା ସୂଚନା ଦେଇଛନ୍ତି । 

ସେହିପରି ଏଆଇସିସି ସାଧାରଣ  ସମ୍ପାଦକ, ଛତିଶଗଡ଼ ପ୍ରଭାରୀ ତଥା  ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ  ଶନିବାର ଓଡ଼ିଶା ଆସିବେ । ବାଲେଶ୍ୱର  ସହରର ପୁଲିସ୍‌ ଲାଇନ୍‌ ପଡ଼ିଆରେ  ଅନୁଷ୍ଠିତ ହେବାକୁ ଥିବା ବିଶାଳ  ସମାବେଶରେ ଯୋଗ ଦେବେ ।  ସେଠାରେ କଂଗ୍ରେସର ଲୋକସଭା ପ୍ରାର୍ଥୀ  ଶ୍ରୀକାନ୍ତ ଜେନାଙ୍କ ପାଇଁ ପ୍ରଚାର କରିବେ ।  ସେଠାରୁ ଭୋଗରାଇ ନିର୍ବାଚନମଣ୍ଡଳୀ  ଯିବେ । ଥାନା ଛକରେ ଅପରାହ୍ଣ ୨ଟା  ୪୫ରେ ଅନୁଷ୍ଠିତ ସାଧାରଣ ସଭାରେ  ବକ୍ତବ୍ୟ ରଖିବେ । ବିଧାୟକ ପ୍ରାର୍ଥୀ  ସତ୍ୟଶିବ ଦାସଙ୍କ ପାଇଁ ଭୋଟ୍‌ ମାଗିବେ । ବାଲେଶ୍ୱରରୁ ଫେରି ଭୁବନେଶ୍ୱର  କଂଗ୍ରେସ ଭବନରେ ସନ୍ଧ୍ୟା୬ଟାରେ  ହେବାକୁ ଥିବା ସାମ୍ୱାଦିକ ସମ୍ମିଳନୀରେ  ଯୋଗ ଦେବେ ବୋଲି ପିସିସି ଗଣମାଧ୍ୟମ  ଓ ଯୋଗାଯୋଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ  ମହାନ୍ତି ସୂଚନା ଦେଇଛନ୍ତି ।  

ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଗଣମାଧ୍ୟମ ଓ  ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପବନ  ଖେରା । ସେ ବାଲେଶ୍ୱର ଓ ଭଦ୍ରକ  ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ  ଦେବେ । ସେହିପରି ଚଳିତ ମାସ  ଶେଷ ସପ୍ତାହରେ ଓଡ଼ିଶା ଆସିବେ  ଏଆଇସିସି ସଂଖ୍ୟାଲଘୁ ସେଲ୍‌ ରାଷ୍ଟ୍ରୀୟ  ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଇମ୍ରାନ  ପ୍ରତାପ ଗଡ଼ି । ବିଶେଷ କରି ଭଦ୍ରକ  ଓ ବାଲେଶ୍ୱରର ବିଭିନ୍ନ ଆସନରେ  ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଅଧିକ  ଥିବାରୁ କଂଗ୍ରେସ ସେହି ଭୋଟ୍‌ ବ୍ୟାଙ୍କକୁ  ନିଜ ଆଡ଼କୁ ଟାଣିବା ପାଇଁ ଇମ୍ରାନଙ୍କ  କାର୍ଯ୍ୟକ୍ରମ ରଖିଛି । ଥିରୁବନ୍ତପୁରମର  ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା  ଶଶି ଥରୁର୍‌ ମଧ୍ୟ ପ୍ରଚାର ପାଇଁ ଓଡ଼ିଶା  ଆସିବେ ବୋଲି ବରିଷ୍ଠ କଂଗ୍ରେସ ନେତା  ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.