ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ନିଜ ଗାଡ଼ି ଛାଡ଼ି କ୍ୟାବ୍‌ରେ ଯାତ୍ରା କଲେ ରାହୁଲ, ଡ୍ରାଇଭରଙ୍କ ପରିବାର ସହ କଲେ ଜଳଖିଆ

ନୂଆଦିଲ୍ଲୀ,୨୦/୦୮: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ  ସାଂସଦ ରାହୁଲ ଗାନ୍ଧୀ ସୋମବାର ରାଜଧାନୀ ଦିଲ୍ଲୀରେ ନିଜ ଗାଡ଼ିରୁ ଓହ୍ଲାଇ ଉବର୍‌ କ୍ୟାବ୍‌ରେ ଯାତ୍ରା କରିଛନ୍ତି । ସେ ନିଜ ମୋବାଇଲ୍‌ ଫୋନ୍‌ରୁ ୧୦ ଜନପଥ ମାର୍ଗ  ଯିବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ। କ୍ୟାବ୍‌ ପହଞ୍ଚିବା ପରେ ରାହୁଲ ସେଥିରେ  ଯାତ୍ରା କରିଥିଲେ । ଏଥିଲାଗି ସେ ଚାଳକଙ୍କୁ ୪୩୮ ଟଙ୍କା ଭଡ଼ା ବାବଦରେ ପ୍ରଦାନ  କରିଥିଲେ । ଉବର୍‌ କ୍ୟାବ୍‌ରେ ରାହୁଲ ଚାଳକଙ୍କ ପାଖ ସିଟ୍‌ରେ ବସିଥିଲେ । ଯାତ୍ରା  ସମୟରେ ସେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ ନେଇ  ରାହୁଲ ପ୍ରାୟ ୧୨ ମିନିଟ୍‌ର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି ।  

କ୍ୟାବ୍‌ରେ ବସିବା କ୍ଷଣି ରାହୁଲ ଚାଳକଙ୍କୁ ତାଙ୍କ ନାମ ପଚାରିଥିଲେ। ଜବାବରେ ଚାଳକ ଜଣକ ନିଜ ନାମ ସୁନୀଲ ଉପାଧ୍ୟାୟ ଏବଂ ଘର ୟୁପିରେ ବୋଲି କହିଥିଲେ । ଏହାପରେ ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇ ସୁନୀଲ ନିଜ ପାଠପଢ଼ା, ପରିବାର, ଗାଡ଼ି ଚାଳନା ଅଭିଜ୍ଞତା ଆଦି ସଂକ୍ରାନ୍ତରେ କହିଥିଲେ । 

ସୁନୀଲ ଆହୁରି କହିଥିଲେ,  ସ୍ୱପ୍ନରେ ବି ଭାବି ନ ଥିଲି ଆପଣ ମୋ ଗାଡ଼ିରେ ବସିବେ । ଆପଣଙ୍କୁ କେବଳ ଟିଭିରେ ଦେଖିଥିଲି । ମୁଁ ନିଜ ଜୀବନର ପ୍ରଥମ ଭୋଟ୍‌ କଂଗ୍ରେସକୁ ଦେଇଥିଲି ।  ୬୦ ବର୍ଷ ଧରି କଂଗ୍ରେସ ସରକାର ଚାଲିଥିଲା । ଆରମ୍ଭରେ କିଛି ବି ନ ଥିଲା ।  ସବୁ କିଛି କଂଗ୍ରେସ ହିଁ ବନାଇଥିଲା । ଦିଲ୍ଲୀରେ ସମସ୍ତ ଫ୍ଲାଏ ଓଭର ଶିଲା ଦୀକ୍ଷିତ  ବନାଇଥିଲେ । ଜବାବରେ ଠିକ୍‌ କହିଛ ବୋଲି ରାହୁଲ କହିଥିଲେ । ଯାତ୍ରା ପରେ  ସୁନୀଲଙ୍କୁ ରାହୁଲ କିଛି ଉପହାର ଥିବା ବ୍ୟାଗ୍‌ ପ୍ରଦାନ କରିଥିଲେ । ଏହାପରେ ତାଙ୍କ  ପରିବାର ଲୋକଙ୍କୁ ଭେଟି ସେମାନଙ୍କ ସହ ରେସ୍ତୋରାଁରେ ଜଳଖିଆ କରିଥିଲେ ।  ଜଳଖିଆରେ ଛୋଲେ ବଟୁରେ, ପାପଡ଼ି ଚାଟ୍‌, ଆଳୁ ଟିକ୍କି ଏବଂ ଗୁପ୍‌ଚୁପ୍‌ ଖାଇଥିଲେ ।  ରାହୁଲ ଡ୍ରାଇଭରଙ୍କ ପତ୍ନୀ ଓ ପିଲାଙ୍କ ସହ ବି କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.